Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଚୀନକୁ ମାତ୍ ଦେବାକୁ ଭାରତର ମୋର୍ଚ୍ଚାବନ୍ଦୀ: ସ୍ପଷ୍ଟ ଶବ୍ଦରେ ଶୁଣାଇଲେ ଏସ ଜୟଶଙ୍କର, କହିଲେ- ଚଳିବନି ଆଉ ଡ୍ରାଗନର ଚାଲବାଜି

11/09/2020 at 7:10 PM

ନୂଆଦିଲ୍ଲୀ ୧୧।୦୯:  ଚାଇନାର ସବୁ ଚାଲ୍‌କୁ ବିଫଳ କରିବାକୁ ଭାରତର ମୋର୍ଚ୍ଚାବନ୍ଦି । ପୂର୍ବ ଲଦାଖର ଯେଉଁ ସବୁ ସାମରିକ ଘାଟିରେ ଚୀନର ପଲ୍ଲା ଭାରି ଥିଲା ସେଇ ସବୁ ଠିକଣାରେ ମୋର୍ଚ୍ଚାବନ୍ଦୀ କରିବା ସହ ଫିଙ୍ଗର-୨ ଏବଂ ଫିଙ୍ଗର ୩ ଅଂଚଳରେ ସେନା ମୁତୟନ ବଢ଼ାଇଛି ଭାରତ । ଚାଲବାଜି ବନ୍ଦ କରିବାକୁ ଚୀନ୍‌କୁ ସଫା ସଫା ଶୁଣାଇଦେଇଛନ୍ତି ଭାରତୀୟ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର । ଭାରତର ଆଭିମୁଖ୍ୟ ବଦଳିବା ଦେଖି ବାଉଳା ହୋଇଛି ଚୀନ୍ । ଭାରତ-ଚୀନ ଭିତରେ ପଞ୍ଚସୂତ୍ରୀ ଶାନ୍ତି ଫର୍ମୁଲା ଉପରେ ସହମତି ହୋଇଥିଲେ ମଧ୍ୟ ଚୀନ୍‌ର ଚାଲାକି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଲଦାଖରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ୍ ଭିତରେ ପଞ୍ଚସୂତ୍ରୀ ଶାନ୍ତି ଫର୍ମୂଲା ଉପରେ ସହମତି ହୋଇଥିଲେ ମଧ୍ୟ ପୂର୍ବ ଲଦାଖରେ ଯେଉଁଠି ଚୀନର ପଲ୍ଲା ଭାରି ଥିଲା ସେସବୁ ଠିକଣାରେ ମୋର୍ଚ୍ଚାବନ୍ଦୀ କରିଛି ଭାରତ । ଏଥି ସହ ଫିଙ୍ଗର-୨ ଏବଂ ଫିଙ୍ଗର ୩ ଅଂଚଳରେ ସେନା ମୁତୟନକୁ ବଢ଼ାଇ ଦିଆଯାଇଛି। ଏମିତିକି ପାଶା ପଲଟାଇବାକୁ ପାଙ୍ଗଙ୍ଗ ସ ହ୍ରଦ ନିକଟରେ ପ୍ରତିରକ୍ଷା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ କିଛି ଘାଟିରେ ମୋର୍ଚ୍ଚାବନ୍ଦୀ କରିଛି ଭାରତ । ପଞ୍ଚସୂତ୍ରୀ ଶାନ୍ତି ଫର୍ମୁଲାକୁ  ଆଳ କରି  କଥାବାର୍ତ୍ତା ମାଧ୍ୟମରେ ନିଜକୁ ଫାଇଦା ଦେବା ଭଳି ଏକତରଫା ହିତ କଥା ଚିନ୍ତା କରୁଛି ଚୀନ୍ ।

ଚାଇନା ଭାବୁଛି ଭାରତ ତାର ସବୁ ସର୍ତ୍ତ ମାନିବାକୁ ବିବଶ ହୋଇଯିବ ଭାରତ । ହେଲେ ଚୀନ୍ ସବୁ ଚାଲବାଜି ବନ୍ଦ କରିବାକୁ ସଫା ସଫା ଶୁଣାଇଦେଇଛନ୍ତି ଭାରତୀୟ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର । କେବଳ ଡାଇଲଗବାଜିରେ ସୀମିତ ନାହିଁ ଭାରତର ଆକ୍ସନ । ସୀମାରେ ଚୀନ ସହ ବରାବରି କରିବାକୁ ନିଜ ସ୍ଥିତି ମଜବୁତ୍ କରିବାକୁ ସବୁ ପଦକ୍ଷେପ ଉଠାଇଛି ଭାରତ ।  ପ୍ରଥମ ଥର ପାଇଁ ୨୯-୩୦ ଅଗଷ୍ଟ ରାତିରେ ଚୀନି ସୈନିକ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଘାଟିକୁ କବ୍‌ଜା କରିବା ଉଦ୍ଦେସ୍ୟ ନେଇ ଆଗକୁ ବଢ଼ିଥିଲେ । ହେଲେ ଭାରତୀୟ ସେନାର ପ୍ରତିରୋଧ ଡ୍ରାଗନ୍‌କୁ ମନ୍ଦ ଉଦ୍ଦେଶ୍ୟକୁ ବିଫଳ କରିଦେଇଥିଲା ।

ଏବେ ଭାରତ ପକ୍ଷରୁ ପାଙ୍ଗଙ୍ଗ ହ୍ରଦ ପାଖରେ ସେଇ ସବୁ ଘାଟିରେ ସେନା କବ୍‌ଜା କରିଛି ଯେଉଁଠାରୁ ପିଏଲଏର ସମସ୍ତ ଗତିବିଧି ସ୍ପଷ୍ଟ ଦେଖାଯାଉଛି । ପେଙ୍ଗୋଗ୍ ଝିଲ ନିକଟରେ ୬ହଜାର ମିଟର ଉଚ୍ଚ ଘାଟିରେ ମୋର୍ଚ୍ଚା ଜମାଇଛନ୍ତି ଭାରତୀୟ ସେନା । ଭାରତର ଏଭଳି ଷ୍ଟ୍ରାଟେଜିକୁ ନେଇ ବାଉଳା ହୋଇଛି ଚୀନ୍ । ଏମିତିରେ ଡ୍ରାଗନର ବରାବରି କରିବା ସହ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।

   Related Posts