ବିଭିନ୍ନ କ୍ଷେତ୍ରରେ ସମ୍ପର୍କ କାଟିବାପରେ ୱାଘା ବର୍ଡରରେ ପାକିସ୍ତାନ ଅଟକାଇଦେଲା ସମଝୌତା ଏକ୍ସପ୍ରେସ, ଭାରତ ରଖିଲା ଏମିତି ପ୍ରତିକ୍ରୀୟା…
8/08/2019 at 6:25 PM

ନୂଆଦିଲ୍ଲୀ୮|୭: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଳିବିଳାଉଥିବା ପାକିସ୍ତାନ ଭାରତ ସହ କୁଟନୈତିକ ଓ ବାଣିଜ୍ୟିକ ସଂପର୍କ ଛିନ୍ନ କରିଛି । ଭାରତ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସ୍କୁ ବନ୍ଦ କରିଦେଇଛି ପାକିସ୍ତାନ । ଲାହୋରରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ସମଝୌତା ଏକ୍ସପ୍ରେସକୁ ୱାଘା ବର୍ଡରରେ ଅଟକାଇଥିଲେ ପାକ୍ କର୍ତ୍ତୃପକ୍ଷ। ନିଜ ଆଡୁ ଏହି ଟ୍ରେନ୍ ସେବା ବନ୍ଦ ହେଲା ବୋଲି ଘୋଷଣା କରିଥିଲେ ।

ପୂର୍ବରୁ ଭାରତ ପାଇଁ ପାକିସ୍ତାନ ତାର ଆକଶମାର୍ଗକୁ ଆଂଶିକ ବନ୍ଦ କରିଥିବା ବେଳେ ଭାରତୀୟ ହାଇକମିଶନଙ୍କୁ ପାକିସ୍ତାନ ବହିସ୍କାର କରିଛି । ସେପଟେ ଏହି ଘଟଣା ପରେ ଭାରତ କହିଛି ପାକିସ୍ତାନ ତାର ନିଷ୍ପତ୍ତି ସଂପର୍କରେ ଆଉଥରେ ସମୀକ୍ଷା କରିବା ଉଚିତ୍ ।

କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ବିଳିବିଳାଉଛି ପାକିସ୍ତାନ । ଓଷଦ ବିକଳରେ ବାରମ୍ବାର ତାଟିଆ କାମୁଡିବାରେ ଲାଗିଛି। ଆଜି ସମଝୌତା ଏକ୍ସପ୍ରେସ୍କୁ ନେଇ ଦେଖାଦେଇଥିଲା ଟଣା ଓଟରା। ଲାହୋରରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ସମଝୌତା ଏକ୍ସପ୍ରେସ୍କୁ ପାକିସ୍ତାନ ପଟ ୱାଘା ଷ୍ଟେସନରେ ଅଟକାଇ ଦେଇଥିଲା । ସେଠାରୁ ଆଉ ଆଗକୁ ବଢିନଥିଲା ।

ପାକିସ୍ତାନ ସରକାର ନିଜ ଆଡୁ ଏହି ଟ୍ରେନ୍ ସେବା ବନ୍ଦକଲେ ବୋଲି ଘୋଷଣା କରିଥିଲେ. ସୁରକ୍ଷାକୁ କାରଣ ଦର୍ଶାଇଥିଲେ । ୬ ବଗିରେ ଆସୁଥିବା ଶହେରୁ ଅଧିକ ଯାତ୍ରୀ ଅଧାବାଟରେ ଅଟକିଯାଇଥିଲେ। ତେବେ ତୁରନ୍ତ ଆକ୍ସନକୁ ଆସିଥିଲା ଭାରତ। ଟ୍ରେନକୁ ଆଣିବା ଲାଗି ଭାରତ ବର୍ଡର ନିକଟକୁ ନିଜର ଟ୍ରେନ୍ ଓ କର୍ମୀଚାରୀ ପଠାଇଥିଲା ।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ଭାରତ ସରକାର ହଟାଇବା ପରେ ଏବେ ପ୍ରତିକ୍ରିୟାଶୀଳ ହୋଇଛି ପାକିସ୍ତାନ। ଭାରତ ସହ କୁଟନୈତିକ ଓ ବାଣିଜ୍ୟିକ ସଂପର୍କ ଛିନ୍ନ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି । ପୂର୍ବରୁ ଭାରତୀୟ ହାଇକମିଶନଙ୍କୁ ପାକିସ୍ତାନ ବହିଷ୍କାର କରିବା ସହ ନୂଆଦିଲ୍ଲୀରୁ ନିଜ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ଏହା ପରେ ତାର ଆକାଶମାର୍ଗକୁ ଆଂଶିକ ବନ୍ଦ କରିଦେଇଛି । ପଣୁ ସମଝୌତା ଏକ୍ସପ୍ରେସ ବାବଦ ନିଷ୍ପତ୍ତିକୁ ନେଇ ଦେଖାଦେଇଛି ପାକିସ୍ତାନର ଆଉ ଏକ ନୀଚ ରାଜନୀତି।

ପାକିସ୍ତାନ ଭାରତ ସହ ସମସ୍ତ ସଂପର୍କ କାଟୁଥିବା ବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଉପରେ ବେଶ ପ୍ରଭାବ ପକାଇବ । ଏହା ଦ୍ବାରା ପାକିସ୍ତାନ ହିଁ ଅଧିକ କ୍ଷତି ସହିବ ବୋଲି ବିଶେଷଜ୍ଞ କହିଛନ୍ତି । ପାକିସ୍ତାନ ଏପରି କରି ଅନ୍ତରାଷ୍ଟ୍ରୀୟ ଫୋରମ୍ ଧ୍ୟାନ ଆକର୍ଷଣ କରିବା ସହ ସହାନୁଭୂତି ପାଇବାକୁ ଉଦ୍ୟମ କରୁଛି, ବୋଲି କହିଛନ୍ତି ।

ପୁଲୱାମା ଘଟଣା ପରେ ପାକିସ୍ତନ ଅନ୍ତର୍ଜାତୀୟ ରାଜନୀତିରେ ଏକଘରିକିଆ ହୋଇଯାଇଥିଲା। ଏବେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନର ବିଳିବିଳା ବଢ଼ିଯାଇଛି।