Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଜାରି ହେଲା ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶର ତାଲିକା : ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

2/03/2019 at 12:57 PM

ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଭଲ ନାହିଁ। କିଛି ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ଶହିଦ ହୋଇଥିଲେ। ଏହା ପରେ ସମଗ୍ର ଭାରତ ପାକିସ୍ତାନଠୁ ପ୍ରତିଶୋଧ ନେବାର ସଙ୍କଳ୍ପ ନେଇଥିଲା। ଏହି ଆକ୍ରମଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ କରାଇଥିଲା। ଏହି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ପାକିସ୍ତାନରେ ରହିଛି। ଏପରି ସ୍ଥଳେ ଭାରତୀୟ ବାୟୁସେନା କିଛି ଦିନ ପୂର୍ବେ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏଥିରେ ୩୦୦ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା। ଏବେ ଏକ ତାଲିକା ଜାରି କରାଯାଇଛି,ଯେଉଁଥିରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶର ତାଲିକା ରହିଛି। ତେବେ ଆସନ୍ତୁ ଜାଣିବା ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଗୁଡ଼ିକ କିଏ କିଏ ଏବଂ ଭାରତର ସ୍ଥାନ କେତେ ନମ୍ବରରେ ରହିଛି।

ଯଦି ଏହି ତାଲିକାକୁ ପାକିସ୍ତାନ ଦେଖିବ ତେବେ ଭାରତର ଶକ୍ତି ବିଷୟରେ ସେ ଆପେଆପେ ଜାଣିପାରିବ। ଯଦି ଏହି ତାଲିକାକୁ  ଭାରତୀୟ ଦେଖିବେ ତେବେ ସେମାନେ ଗର୍ବ ଅନୁଭବ କରିବେ। ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ ଭାରତର ସ୍ଥାନ ଚତୁର୍ଥରେ ରହିଛି। ଏହି ତାଲିକାରେ ମୋଟ ୨୫ଟି ଦେଶକୁ ସାମିଲ କରାଯାଇଥିଲା। ଯେଉଁଥିରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶର ତାଲିକାରେ ପାକିସ୍ତାନ ତ୍ରୟୋଦଶ ସ୍ଥାନରେ ରହିଛି। ସବୁଠୁ ଆଗରେ ରହିଛି ଆମେରିକା। ଏହା ପରେ ଦ୍ବିତୀୟ ସ୍ଥାନରେ ରୁଷ୍ ଏବଂ ତୃତୀୟ ସ୍ଥାନରେ ଚୀନ ରହିଛି। ଏହି ତାଲିକାରେ ବିଶ୍ବର ସବୁଠୁ ଧନୀ ଏବଂ ବିତ୍ତଶାଳୀ ଦେଶ ସାଉଦି ଆରବ ୨୪ ରାଙ୍କରେ ରହିଛି।

   Related Posts