ଭାରତର ଗର୍ବ ସିରିଶା : ଚତୁର୍ଥ ଥର ପାଇଁ ମହାକାଶରେ ପଡିଲା ଭାରତୀୟଙ୍କ ପାଦ, ଭର୍ଜିନ୍ ଗାଲାକ୍ଟିକ୍‌ରୁ ସଫଳତାର ସହ ଉଡାଣ ଭରିଲେ ବାନ୍ଦଲା

Published By : Prameya-News7 Bureau | July 11, 2021 IST

ନୂଆଦିଲ୍ଲୀ ୧୧/୦୭ : ଭାରତ ପାଇଁ ଆଉ ଏକ ଗର୍ବର ବିଷୟ । ଭାରତୀୟ ବଂଶୋଭବ ଝିଅ ସିରିଶା ବାନ୍ଦଲା ମହାକାଶ ଯାତ୍ରା ଆରମ୍ଭ କରିଛନ୍ତି । ରବିବାର ଭାରତୀୟ ସମୟ ରାତି ୮ଟା ସମୟରେ ଭର୍ଜିନ୍ ଗାଲାକ୍ଟିକ୍‌ର ୟୁନିଟ୍‌-୨୨ରୁ ଅନ୍ତରୀକ୍ଷକୁ ସଫଳ ଉଡାଣ ଭରିଛନ୍ତି ଭାରତୀୟ ବଂଶୋଭବ ସିରିଶା ବାନ୍ଦଲାଙ୍କ ସମେତ ତାଙ୍କ ଟିମ୍ । ଚତୁର୍ଥ ଭାରତୀୟ ଭାବେ ଏହି ଗୌରବ ହାସଲ କରିଛନ୍ତି ସେ । ସିରିଶାଙ୍କ ପୂର୍ବରୁ ୩ ଜଣ ଭାରତୀୟ ମହାକାଶ ଯାତ୍ରା କରିଥିଲେ । ସିରିଶା ବାନ୍ଦଲାଙ୍କ ପୂର୍ବରୁ ମହାକାଶଚାରୀ ରାକେଶ ଶର୍ମା, କଳ୍ପନା ଚାଓ୍ବଲା ଏବଂ ସୁନୀତା ଓ୍ବିଲିୟମସ୍ ମହାକାଶକୁ ଯାତ୍ରା କରିଥିଲେ ।

wp:embed {"url":"https://twitter.com/NASASpaceflight/status/1414233622203273221","type":"rich","providerNameSlug":"twitter","responsive":true,"className":""}
https://twitter.com/NASASpaceflight/status/1414233622203273221
/wp:embed

ଶିରିଶା ବାନ୍ଦଲା, ରିଚାର୍ଡ ବ୍ରେନ୍‌ସନ୍‌ଙ୍କ ସ୍ପେସ୍ କମ୍ପାନୀ ଭର୍ଜିନ୍ ଗାଲାକ୍ଟିକ୍‌ର ମହାକାଶ ଯାନ VSS unityରେ ବସି ଅନ୍ତରୀକ୍ଷକୁ ଯାତ୍ରା ଆରମ୍ଭ କରିଛନ୍ତି । ରିଚାର୍ଡ ବ୍ରେନ୍‌ସନ୍‌ଙ୍କ ଟିମରେ ମୋଟ ୬ ଜଣ ମହାକାଶଚାରୀ ଅଛନ୍ତି । ସିରିଶା ବାନ୍ଦଲା ହେଉଛନ୍ତି ଭର୍ଜିନ୍ ଗାଲାକ୍ଟିକ୍‌କମ୍ପାନୀର ଗଭର୍ଣ୍ଣମେଣ୍ଟ ଆଫେୟାର୍ସ ଆଣ୍ଡ ରିସର୍ଚ୍ଚ ଅପରେସନ୍‌ର ଉପ ସଭାପତି । ମାତ୍ର ୬ ବର୍ଷ ମଧ୍ୟରେ ସେ ଏତେବଡ କମ୍ପାନୀରେ ବରିଷ୍ଠ ପଦବୀରେ ରହିଛନ୍ତି ।

Virgin Galactic Sirisha Bandla
aajtak

ବ୍ରେନ୍‌ସନ୍‌ଙ୍କ ଟିମ ଯାଉଥିବା ୟୁନିଟିକୁ VMS Eve ଉପରେ ଳଗାଯାଇଛି । ଯାହାକି ୫୦ ହଜାର ଫୁଟ ଉପରକୁ ଯାଇ ମୁଖ୍ୟ ୟୁନିଟିକୁ ଛାଡିଥିଲା । ଏହା ପରେ ମହାକାଶ ଯାନ ଆପଣା ଛାଏଁ ମହାକାଶ ଆଡକୁ ଯାଇଛି । ଅନ୍ତରୀକ୍ଷର ଏହି ଯାତ୍ରା ୧ ଘଣ୍ଟା ୫ ମିନିଟ୍‌ର ହେବ । ଏହା ପରେ VSS Unity ସ୍ପେସ୍‌ପୋର୍ଟରେ ଲ୍ୟାଣ୍ଡ କରିବ । ସ୍ପେସ୍‌ପୋର୍ଟରୁ ଲଞ୍ଚ୍ ଠାରୁ ଲ୍ୟାଣ୍ଡି ଯାଏଁ ମୋଟ ୯୦ ମିନିଟର ସମୟ ରହିବ । ୟୁନିଟି ପ୍ରାୟ ୪ ମିନିଟ୍ ଯାଏଁ ପୃଥିବୀର ତଳ କକ୍ଷରେ ରହିବେ । ଏହି ସମୟରେ ମହାକାଶଚାରୀମାନେ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରିପାରିବେ । ରିଚାର୍ଡ ବ୍ରେନ୍‌ସନ୍‌ଙ୍କ ସମେତ ତାଙ୍କ ଟିମରେ ମୁଖ୍ୟ ମହାକାଶ ଉପଦେଷ୍ଟା ବେଥ୍‌ ମୋସେସ୍‌, ଅପରେସନ୍ ଇଞ୍ଜିନିୟର କୋଲିନ ବେନେଟ୍‌ ଏବଂ ଭର୍ଜିନ୍ ଗାଲାକ୍ଟିକ୍‌ କମ୍ପାନୀର ଉପ ସଭାପତି ସିରିଶା ବାନ୍ଦଲା ରହିବେ । VSS Unityକୁ ଡେବ୍ ମୈକେ ଏବଂ ମାଇକେଲ ମାସୁସୀ ଉଡାଇବେ ଏବଂ VMS Eve ଯାନକୁ ସିଜି ସଟ୍ରକୋବ ଏବଂ କେଲୀ ଲେଟିମର ଉଡାଇବେ ।  

Virgin Galactic Sirisha Bandla

ଭର୍ଜିନ୍ ଗାଲାକ୍ଟିକ୍ ପାଇଁ ମହାକାଶକୁ ଏହା ଚତୁର୍ଥ ବିମାନ। କିଛି ଦିନ ପୂର୍ବରୁ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ମହାକାଶକୁ ଯିବାକୁ ଘୋଷଣା କରିଥିଲେ। ମହାକାଶ ଯାତ୍ରା କରିବାରେ ସେ ପ୍ରଥମ ହୋଇଥାନ୍ତେ କିନ୍ତୁ ରିଚାର୍ଡ ବ୍ରାନସନ୍ ତାଙ୍କୁ ଇତିହାସ ସୃଷ୍ଟି କରିବାରେ ଅଟକାଇଥିଲେ। ଜୁଲାଇ ୧୧ ରେ ସେ ମହାକାଶକୁ ଯିବାକୁ ଘୋଷଣା କରିଥିଲେ ଯାହାକି ପୁରଣ ହୋଇଛି ।

wp:embed {"url":"https://twitter.com/SkyNews/status/1414233208468672520","type":"rich","providerNameSlug":"twitter","responsive":true,"className":""}
https://twitter.com/SkyNews/status/1414233208468672520
/wp:embed

ରିଚାର୍ଡ ବ୍ରାନସନଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ସ୍ପେସ୍ ପର୍ଯ୍ୟଟନକୁ ପୁନଃ ଆରମ୍ଭ କରିବା। ଅନେକ ବର୍ଷ ଧରି କିଛି କମ୍ପାନୀ ଏହି କ୍ଷେତ୍ରରେ ଆସିବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ଋଷିଆନ ସ୍ପେସ୍ ଏଜେନ୍ସି ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା। ଏଥିପାଇଁ ଲୋକଙ୍କଠାରୁ ବିପୁଳ ପରିମାଣର ରାଶି ନିଆଯାଇଥିଲା। ଏହା ଅଧୀନରେ ଲୋକଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ନିଆଯାଇଥିଲା। କିନ୍ତୁ ୨୦୦୯ ମସିହାରେ ଏହା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି କ୍ଷେତ୍ରରେ ୩ଟି କମ୍ପାନୀ କାମ କରୁଛନ୍ତି। ଯେଉଁଥିରେ ବ୍ରାନସନଙ୍କ ସହ ଅଛନ୍ତି ଏଲନ୍ ମସ୍କ ଏବଂ ଜେଫ ବେଜୋସଙ୍କ କମ୍ପାନୀ । କିଛି ବର୍ଷ ମଧ୍ୟରେ ସ୍ପେସ୍ ଟୁରିଜିମ୍ ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ବଂଶୋଭବ ସିରିଶା ବାନ୍ଦଲା ମହାକାଶ ଯାତ୍ରା ଆରମ୍ଭ କରିଥିବା ଖବର ମିଳିବା ପରେ, ତାଙ୍କ ଜନ୍ମ ସ୍ଥାନ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଆନନ୍ଦର ଲହରୀ ଖେଳିଯାଇଛି । କେବଳ ଆନ୍ଧ୍ର ପ୍ରଦେଶ ନୁହେଁ ବରଂ ସାରା ଭାରତ ପାଇଁ ଏହା ଗର୍ବର ବିଷୟ ।

Virgin Galactic Sirisha Bandla
aajtak

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.