ଏହା ହେଉଛି ଭାରତର ସ୍ବଦେଶୀ ଜିପିଏସ୍ : ଗୁଗଲ୍ ମ୍ୟାପଠୁ ବି ଉନ୍ନତ ବୋଲି କହିଲେ ସରକାର

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ ୧୮/୯: ଜିପିଏସ୍ ଅର୍ଥାତ୍ ଗ୍ଲୋବାଲ୍ ପୋଜିସନିଙ୍ଗ ସିଷ୍ଟମ୍ ବିଷୟରେ ଆମ ସମସ୍ତଙ୍କୁ ଭଲ ଭାବେ ଜଣା। ଗୁଗଲର ଏହି ଆପ୍ଲିକେସନ୍ ଦେଶ ସାରା କୋଟି କୋଟି ଲୋକଙ୍କୁ ରାସ୍ତା ଦେଖାଇବାରେ ସାହାଯ୍ୟ କରିଥାଏ। ଏହି ଆପ୍ ଆମ ଦୈନନ୍ଦିନ ଜୀବନର ଅଂଶବିଶେଷ ହୋଇସାରିଛି। ଯେକୌଣସି ସ୍ଥାନକୁ ଯିବା ପାଇଁ କିମ୍ବା କୌଣସି ଲୋକେସନ୍ ଜାଣିବା ପାଇଁ ଆମେ ଗୁଗଲର ଏହି ଟେକ୍ନୋଲୋଜି ଉପରେ ନିର୍ଭରଶୀଳ।

{"id":159400,"width":580,"height":433}

କିନ୍ତୁ ଖୁବ୍ ଶୀଘ୍ର  ଆପଣଙ୍କୁ ଜିପିଏସର ଏକ ନୂଆ ବିକଳ୍ପ ମିଳିବ। ଏହା ଭାରତର ନିଜସ୍ବ ଜିପିଏସ୍ ହେବ । ଆସନ୍ତୁ ଜାଣିବା ଏହା ବିଷୟରେ

{"id":159401}

ଏହି ପ୍ରକଳ୍ପ ପାଇଁ ବଡ଼ ଧରଣର ଡ୍ରୋନ୍ ଡିଜିଟାଲ ମ୍ୟାପିଙ୍ଗ ଆରମ୍ଭ ହୋଇଛି। ଭାରତର ପ୍ରତି ସହର, ପ୍ରତି ଗଳି , ସାହିର ତଥ୍ୟ ରେକର୍ଡ ଚାଲିଛି। କିଛି ମାସ ତଳେ କର୍ଣ୍ଣାଟକ,ହରିୟାଣା,ମହାରାଷ୍ଟ୍ର ଏବଂ ଗଙ୍ଗା ନଦୀରେ ଏହି କାମ ଆରମ୍ଭ ହୋଇ ଯାଇଛି।

{"id":159402,"width":585,"height":386}

ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଉପରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଏବଂ କାରିଗରୀ କୌଶଳ ବିଭାଗର ସାହାଯ୍ୟରେ ସର୍ଭେ ଅଫ ଇଣ୍ଡିଆ କାମ କରୁଛି। ଏଥିରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏବଂ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ଭଳି ଅନେକ ସରକାରୀ ସଂସ୍ଥାନଠୁ ମଧ୍ୟ ସାହାଯ୍ୟ ନିଆଯାଉଛି।

{"id":159403}

ଏହି ପ୍ରକାରର ଡିଜିଟାଲ ମ୍ୟାପିଙ୍ଗ ଆଗରୁ କେବେ ହୋଇନାହିଁ। ଭାରତର ଏହି ମ୍ୟାପ୍ ଗୁଗଲ୍ ମ୍ୟାପଠୁ ଉନ୍ନତ ରିଜୋଲ୍ୟୁସନର ହେବ। ଏଥିରେ ଆପଣଙ୍କ ସହରର ସବୁ ଗଳିକନ୍ଦି ପରିଷ୍କାର ଭାବେ ଦେଖାଯିବ।

{"id":159405}

ସର୍ଭେ ଅଫ ଇଣ୍ଡିଆ ଏଥିପାଇଁ ପୂରା ଦେଶରେ ୨୦ କିମି ଦୂରରେ ରେଫରେନ୍ସ ପଏଣ୍ଟ କରିଛି। ଯାହାକୁ କଣ୍ଟିନିୟୁସଲି ଅପରେଟେଡ ରେଫରେନ୍ସ ଷ୍ଟେସନ୍ ନେଟଓ୍ବାର୍କ କୁହନ୍ତି। ଏହା ଦ୍ବାରା ଥ୍ରୀଡି ପୋଜିସନିଙ୍ଗ ମିଳିବ ଏବଂ ଆକ୍ୟୁରେସି ୧୦ଗୁଣ ବେଶୀ ହେବ।

{"id":159409,"width":582,"height":372}

ଭାରତରେ ସାଧାରଣ ଲୋକଙ୍କ ପାଇଁ ଏହି ସ୍ବଦେଶୀ ଜିପିଏସ୍ ୨୦୨୪ମସିହାରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.