କାହା ଉପରେ ଭୀଷଣ ରାଗ ଆସୁଛିକି ? ରାଗ ଶାନ୍ତ କରିବା ପାଇଁ ପ୍ରତିଷ୍ଠା ହେଲା ‘ଭଡାସ କାଫେ’, ଯାହା ଚାହିଁବେ ଭାଂଗି ପାରିବେ…

Published By : Prameya-News7 Bureau | March 27, 2019 IST

ଇନ୍ଦୋର୨୭|୩: ଆଜିକାଲିର ଏହି ଧାଁ ଦୌଡ ଜୀବନରେ ଅଧିକାଂଶ ଲୋକ ଅଶାନ୍ତ ରୁହନ୍ତି, ରାଗନ୍ତି। କିନ୍ତୁ କିଛି କରିପାରନ୍ତି ନାହିଁ । ରାଗ ବାହାରି ନଯିବା ଯାଏଁ ତାହା ଭିତରେ ଭିତରେ ରହି ମନକୁ ଅଶାନ୍ତ କରୁଥାଏ । ଫଳରେ ଦୀର୍ଘ ଦିନ ପର୍ଯ୍ୟନ୍ତ ମାନସିକ ସ୍ଥରରେ ଆମେ ବ୍ୟଗ୍ର ରହିଥାଉ । କୌଣସି କାମରେ ମନ ଲାଗିନଥାଏ । ଚିଡ୍‌ ଚିଡା ହୋଇ ନିଜ ଲୋକଙ୍କ ପ୍ରତି ଖରାପ ବ୍ୟବହାର କରିଥାଏ ।

{"id":97430,"width":582,"height":392}

କେବେ ପରିବାର ସଦସ୍ୟଙ୍କ ସହ କଳି ତ କେବେ ଓଟୋ ବାଲାଙ୍କ ସହ ପାଉଣାକୁ ନେଇ। କେବେ କେବେ ଦରମା ମିଳିବା ଦିନ ଏଟିଏମ ବନ୍ଦ ଥାଏ। ପୁଣି କାମ ଠିକ ନକରିବା ଯୋଗୁଁ ଅଫିସରେ ବସ୍‌ ଗାଳି ଦେଉଥିବାବେଳେ ମଧ୍ୟ ମନରେ କ୍ରୋଧ ସୃଷ୍ଟି ହୋଇଥାଏ । ହେଲେ ପରିବେଶ ଓ ସ୍ଥିତି ଦୃଷ୍ଟିରୁ ରାଗ ପଦାକୁ ବାହାରିପାରିନଥାଏ । ଲୋକଙ୍କ ଏହି ଅସହାୟତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ବ୍ୟବସାୟ କରିବାକୁ ପଛାଇ ନାହାଁନ୍ତି । ଯାହାର ପରିଣାମ ହେଉଛି ଇନ୍ଦୋରର ‘ଭଡାସ କାଫେ’ । ଆସନ୍ତୁ ଜାଣିବା କଣ ଏହି ‘ଭଡାସ କାଫେ’…

{"id":97431}

‘ଭଡାସ କାଫେ’ ଏମିତି ଏକ ସ୍ଥାନ ଯାହା ମାନସିକ ଓ ଶାରିରୀକ ଅବସ୍ଥାକୁ ଶାନ୍ତ କରିଥାଏ। କଫି କାଫେ, ଫୁଡ କାଫେ ନାଁ ତ ସମସ୍ତେ ଯାଆନ୍ତି କିନ୍ତୁ ଭଡାସ କେଫେ ବିଷୟରେ କେହି ଜାଣିନଥିବେ। ଏକ ବିରଳ ସ୍ଥାନ ଯେଉଁଠି ମଣିଷ ନିଜ ରାଗ, କ୍ରୋଧ, ଦୁଃଖ ପ୍ରକାଶ କରିପାରିବ। ସାଧାରଣତଃ ରାଗ ଲାଗିଲେ ସାମ୍ନାରେ ଥିବା ଜିନିଷକୁ ଭାଙ୍ଗିବାକୁ ଇଚ୍ଛା ହୋଇଥାଏ, ନହେଲେ କିଏ ସାମ୍ନାରେ ଥିଲେ ତାକୁ ମାରିବାକୁ ଇଚ୍ଛା ହୋଇଥାଏ। କିନ୍ତୁ ସ୍ଥାନ, ପାତ୍ର ଦେଖି ଏହା କରି ହୁଏ ନାହିଁ। ଇନ୍ଦୋରରେ ଥିବା ଏହି ଭଡାସ କେଫେରେ କିନ୍ତୁ ଏ ସବୁ ସମ୍ଭବ। ନିଜ ରାଗ ଶାନ୍ତ କରିବା ପାଇଁ ଭଙ୍ଗା ଭଙ୍ଗି କରିହେବ। ଏହାକୁ ଡେଷ୍ଟ୍ରକସନ ଥେରାପି ବୋଲି କୁହାଯାଉଛି। ଏହି ଥେରାପି ଦ୍ୱାରା ମଣିଷ ନିଜ ରାଗ ଅନ୍ୟ ଜିନିଷ ଉପରେ କାଢିବ।

{"id":97433}

ଏହି କାଫେ ତିଆରି କରିଛନ୍ତି ଅତୁଲ ମଲିକରାମ। ଅତୁଲଙ୍କର ଏହି କେଫେ ବହୁତ ବଡ। ଭାରତର ଏକ ମାତ୍ର କେଫେ ଯେଉଁଠି କୌଣସି ଜିନିଷ ଭାଙ୍ଗି ହେବ। ୧୬ ମାସ ପରିଶ୍ରମ କରିଲା ପରେ ଅତୁଲ ଏହି କାଫେ ଖୋଲିବା ବିଷୟରେ ନିଷ୍ପତ୍ତି ନେଇଥିଲେ। ଏହି କେଫେ ପାଇଁ ବହୁ ପରୀକ୍ଷା ନିରୀକ୍ଷା ଓ ଗବେଷଣା କରିଥିଲେ ଅତୁଲ। । ଏହା ସହ ୱାଲର୍ଡ ୱାଇଡ୍‌ ଷ୍ଟଡି ମଧ୍ୟ କରିଥିଲେ।

{"id":97435}

ଏହି କେଫେରେ ଏକ ସାଉଣ୍ଡ ପ୍ରୁଫ ରୁମ ଅଛି। ସେଠାରେ ଯେତେ ପାଟି କରିଲେ କେହି ଶୁଣିପାରିବେ ନାହିଁ। ଏହା ସହ ପଂଚିଗ ବ୍ୟାଗ ରହିଛି। ଯେଉଁ ବ୍ୟକ୍ତି ଉପରେ ରାଗ ଥିବ ସେଠାରେ ତା ଫଟୋ ଲଗାଇ ତାକୁ ଯେତେ ଇଚ୍ଛା ସେତେ ମାରିହେବ। ତେବେ ଏଠାରେ କେବଳ ଡେଷ୍ଟ୍ରକସନ ଥେରାପି ଦ୍ୱାରା ରାଗ ଶାନ୍ତ କରିବାର ଉପାୟ ନାହିଁ। ନାଚ, ଗୀତ, ତବଲା, ଗୀଟାର, ଭଳି ଅନ୍ୟ ବାଦ୍ୟ ଜନ୍ତ୍ର ମଧ୍ୟ ଉପଲବ୍ଧ । କାରଣ ଏହି ଅଭ୍ୟାସ ଅନେକଙ୍କ ମନକୁ ଶାନ୍ତ କରିଥାଏ। କିଛି ଜଣ ବହି ପଢି ତାଙ୍କ ରାଗ ଶାନ୍ତ କରନ୍ତି। ତେଣୁ ଏହି ସୁବିଧା ମଧ୍ୟ ଭଡାସ କାଫେରେ ଅଛି। ଏହି କେଫେ ଯିବା ପୂର୍ବରୁ ବୁକିଂ କରିବାକୁ ପଡେ ଏବଂ ରାଗ ବା ଅଭିମାନ କାହା ଉପରେ ତାହା ଆଗୁଆ ସୂଚନା ଦେବାକୁ ହେବ। ଫଳରେ ସେଠାରେ ଲୋକଙ୍କ ଆବଶ୍ୟକତା ଅନୁଯାଇ କେଫେରେ ସେହି ଭଳି ପରିବେଶ ସୃଷ୍ଟି କରାଯାଏ।

{"id":97437}

ଯେମିତିକି କୌଣସି ବ୍ୟକ୍ତିର ଯଦି ନିଜ କାର୍ଯ୍ୟାଳୟରେ ଅସୁବିଧା ହୋଇଥାଏ ତେବେ ସେଠାରେ  କାର୍ଯ୍ୟାଳୟର ପରିବେଶ ତିଆରି କରାଯାଏ। କମ୍ପୁଟର, ଫାଇଲ, ଚେୟାର, ଟେବୁଲ ଆଦି ରଖାଯାଇଥାଏ । ରାଗ ଶାନ୍ତ କରିବା ପାଇଁ କେହି ଚାହିଁଲେ ସେସବୁକୁ ଭାଙ୍ଗି ଚୁରମାର କରିପାରେ ।   

{"id":97440}

କାହା ପରିବାରରେ ଯଦି କୌଣସି ଅସୁବିଧା ହୋଇଥିଲେ ରାଗ ଶାନ୍ତ କରିବା ପାଇଁ ଘରୋଇ ଜିନିଷ ରଖାଯାଏ। ଯେମିତି କି ଟିଭି, ୱାସିଂ ମେସିନ , ଫ୍ରିଜ୍‌, ବାସନ କୁସନ, କଫି ମଗ ଇତ୍ୟାଦି । ଏମିତିକୁ ଏହାକୁ କାନ୍ଥକୁ ଫିଙ୍ଗି ଭାଙ୍ଗିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥାଏ ।

{"id":97441}

ପ୍ରେମିକ ବା ପ୍ରେମିକାଙ୍କ ମଧ୍ୟରେ ରାଗ, ଅଭିମାନ ଓ ଦୁଃଖର ସମାଧାନ ପାଇଁ ମଧ୍ୟ ସେଭଳି ପରିବେଶ ତିଆରି କରାଯାଏ। ଯେମିତିକୁ ମୋବାଇଲ, ଫୁଲ, ଉପହାର, କଫି ମଗ, ବହିପତ୍ର, ବେଲୁନ, କୋଲ୍ଡ ଡ୍ରିଙ୍କ୍ସ ବୋତଲ ଇତ୍ୟାଦି।

{"id":97442,"width":559,"height":314}

ଏହି ସବୁ ଜିନିଷକୁ ଆଟାକ୍‌ କରି ଲୋକେ ନିଜ ରାଗ ଶାନ୍ତ କରନ୍ତି। କେଫେ ଭିତରକୁ ଗଲାବେଳେ ନିଜ ସୁରକ୍ଷା ପାଇଁ ମଧ୍ୟ ସେମାନେ ପୋଷାକ ଯୋଗାଇଥାନ୍ତି। ଏହା ଦ୍ୱାରା ଭଙ୍ଗା ଭଙ୍ଗି କରିଲା ବେଳେ କୌଣସି ଆଘାତ ଲାଗିବ ନାହିଁ।

{"id":97443}

କୌଣସି ଭାବନାକୁ ମଣିଷ ନିଜ ଭିତରେ ଲୁଚାଇ ରଖିବା ଉଚିତ୍‌ ନୁହଁ। ରାଗ, ଅଭିମାନ, ପ୍ରେମ, ଦୁଃଖ, ସବୁବେଳେ ପ୍ରକାଶ କରିବା ଉଚିତ୍‌। ଯଦି ଆମେ ଖୁସିରେ ହସୁଛୁ ତାହେଲେ ରାଗିବା ସମୟରେ ମଧ୍ୟ ରାଗିବା ଉଚିତ୍‌। କିନ୍ତୁ କ୍ରୋଧ ଅନ୍ୟମାନଙ୍କର କ୍ଷତି କରୁଥିବାରୁ ଅଧିକାଂଶ ଲୋକ ରାଗ ପ୍ରକାଶ କରନ୍ତି ନାହିଁ। ଏହି ରାଗ ରହି ରହି ମଣିଷକୁ ଅଶାନ୍ତ କରିଥାଏ। ତେଣୁ ଏହି ସମସ୍ୟାର ସମାଧାନ ହେଉଛି “ଭଡାସ କେଫେ”।

{"id":97444}

ଇନ୍ଦୋରରେ ଥିବା ଏହି ବଡାସ କାଫେ ଭଲ ବ୍ୟବସାୟ ମଧ୍ୟ କରୁଛି । ଦେଶରେ ଏହା ହେଉଚି ପ୍ରଥମ ଏଭଳି କାଫେ । ଏହାର ମାଲିକ ନିଜେ ଭୋଗିଥିବା ପରିସସ୍ଥିତିର ଆଦାରରେ କାଫେ ତିଆରି କରିଛନ୍ତି । ପିଲାବେଲେ କିଛି କରିବାକୁ ମା ବାପା ବାରଣ କଲେ ତାଙ୍କ ଉପରେ ରାଗ ହେଉଥିଲା । ସ୍କୁଲ କଲେଜରେ ଶିକ୍ଷକ କିଛି କହିଲେ ରାଗ ଲାଗୁଥିଲା । କିନ୍ତୁ ସେ କିଛି କରିପାରୁନଥିଲେ । ଯାହା ତାଙ୍କୁ ମାନସିକ ବିଶାଦ ସ୍ତରକୁ ନେଇଯାଉଥିଲା ।  

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.