ପ୍ରଥମ ପିଙ୍କ ବଲ୍‌ ଟେଷ୍ଟରେ ଭାରତର ଦମ୍‌ଦାର ପ୍ରଦର୍ଶନ

Published By : Prameya-News7 Bureau | November 22, 2019 IST

କୋଲକାତା ୨୨।୧୧ - ଭାରତ ବାଂଲାଦେଶ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଦ୍ବିତୀୟ କ୍ରିକେଟ ମ୍ୟାଚ। ଭାରତର ଏହା ପ୍ରଥମ ପିଙ୍କ ଟେଷ୍ଟ। ମାନେ ପିଙ୍କ ବଲରେ ପ୍ରଥମ ଟେଷ୍ଟ ମ୍ୟାଚ। ତେବେ ଏହି ମ୍ୟାଚ ଦେଖିବା ଲାଗି ଆସିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିଲା। ପିଙ୍କ ଟେଷ୍ଟ ଆଢୁଆଳରେ ଚାଲିଥିଲା ପିଙ୍କ ଡିପ୍ଲମୋମାସି।

{"id":188406,"width":582,"height":387,"sizeSlug":"large"}

 ପିଙ୍କ ବଲରେ ଇଡେନ ପିଚ୍‌ରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଆରମ୍ଭରୁ ଆଧିପତ୍ୟ ଦେଖାଇ ବାଂଲାଦେଶକୁ ମାତ୍ର ୧୦୬ ରନରେ ବାନ୍ଧିଦେଇଛନ୍ତି। ତେବେ ଏହି ମ୍ୟାଚ ପୂର୍ବରୁ ଆରମ୍ଭ ହୋଇଥିଲି ପିଙ୍କ ପଲିଟିକ୍ସ। ପୁରା କୋଲକାତାକୁ ଷ୍ଟାଡିୟମକୁ ଗୋଲାପି ଗୋଲାପି ରଙ୍ଗରେ ସଜାଯାଇଥିଲା। ଆଉ ଏହି ପ୍ରଥମ ଡେ ଆଣ୍ଡ ନାଇଟ ଟେଷ୍ଟ ମ୍ୟାଚ ଦେଖିବାକୁ ଆସିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ନେତାଜୀ ସୁଭାଷଚନ୍ଦ୍ର ବୋଷ ବିମାନବନ୍ଦରରେ ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ବାଗତ କରିଥିଲେ କୋଲକାତା ମେୟର। ହସିନା ପହଞ୍ଚିଥିଲେ ଇଡେନ ଗାର୍ଡେନ ଷ୍ଟାଡିୟମରେ।   ଶେଖ ହସିନା ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ  ପାଛୋଟି ନେଇଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ବିରାଟ କୋହଲିଙ୍କୁ ଗାଙ୍ଗୁଲି ପରିଚୟ କରାଇଦେଇଥିବା ବେଳେ ବିରାଟ ଅନ୍ୟ ଖେଳାଳିମାନଙ୍କୁ ପରିଚିତ କରାଇଦେଇଥିଲେ। ଏହାପରେ ଦୁଇନେତା ଏକ ବିରାଟ ବେଲ୍‌ ବଜାଇ ପ୍ରଥମ ପିଙ୍କ ଟେଷ୍ଟର ଶୁଭାରମ୍ଭ କରିଥିଲେ। ଆଉ ଏହି ସମୟରେ କ୍ରିକେଟ ଦୁନିଆର କିଛି ପୂର୍ବତନ ହସ୍ତୀ ମଧ୍ୟ ଉପସ୍ଥିତ ଥିଲେ, ଯେଉଁମାନେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେହିପରି କ୍ରିକେଟ ଭିନ୍ନ ଅନ୍ୟ କିଛି ପରିଚିତ ଖେଳାଳି, ଯେମିତିକି ମ୍ୟାରି କମ, ସାନିଆ ମିର୍ଜା, ପିଭି ସିନ୍ଧୁ, ଅତିଥୀ ଭାବେ ଯୋଗ ଦେଇଥିଲେ। ଏହାପରେ ପିଚ୍‌ରେ ପଡ଼ିଥିଲା ପ୍ରଥମ ପିଙ୍କ ବଲ ଆଉ ଆରମ୍ଭ ହୋଇଥିଲା ଭାରତ-ବାଂଲାଦେଶ ପିଙ୍କ ଟେଷ୍ଟ। ଆଉ ପ୍ରଥମ ଦିନରୁ ଭାରତ ଭାରି ପଡ଼ିଛି।  ବାଂଲାଦେଶ ପ୍ରଥମ ଇଂନିସରେ ମାତ୍ର ୧୦୬ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.