ଆମେରିକାରୁ ଅଷ୍ଟ୍ରିୟା ପର୍ଯ୍ୟନ୍ତ ସବୁଠି ଉଡିଲା ତ୍ରିରଙ୍ଗା, ଜାତୀୟ ସଂଗୀତ ଗାନ କରି ବିଦେଶରେ ସ୍ୱାଧୀନତା ଦିବସ ପାଳନ କଲେ ଭାରତୀୟ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬/୦୮ : ଦେଶର ୭୪ତମ ସ୍ୱାଧୀନତା ଦିବସରେ ସାରା ଦୁନିଆରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଥିବା ଦେଖିବାକୁ ମିଳିଛି | ଆମେରିକାରୁ ଅଷ୍ଟ୍ରିଆ ଯାଏଁ ସବୁଠାରେ ଜାତୀୟ ପତାକା ଉତ୍ତୋଳନ ହୋଇଛି | କାନାଡ଼ା ସ୍ଥିତ ବିଶ୍ୱ ପ୍ରସିଦ୍ଧ ନାଏଗ୍ରା ଜଳପ୍ରପାତରୁ ଆରମ୍ଭ କରି ବୁର୍ଜ ଖଲିଫାରେ ମଧ୍ୟ ଜାତୀୟ ପତାକା ଉଡ଼ୁଥିବାର ଦେଖିବାକୁ ମିଳିଛି | ନାଏଗ୍ରା ଜଳପ୍ରପାତ କୁଳରେ ଭାରତର ଜାତୀୟ ପତାକା ଉଡିବା ସମୟରେ ପାଣିରେ ୩ରାଙ୍ଗ ବିଚ୍ଛୁରିତ ହୋଇପଡ଼ିଥିଲା | 

{"id":315495,"sizeSlug":"large"}

ଅଷ୍ଟ୍ରିଆରେ ଅଗଷ୍ଟ ୭୫ ତାରିଖରେ ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରରେ ସେଠାରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଦୂତାବାସରେ ପତାକା ଉତ୍ତୋଳନ କରିଥିଲେ | କରୋନା ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସରେ ଅଷ୍ଟ୍ରିଆରେ ରହୁଥିବା ଭାରତୀୟ ସାମିଲ ହୋଇପାରିନଥିଲେ | ଭାରତୀୟ ଦୂତାବାସ ଅଧିକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିଛନ୍ତି |

{"id":315496,"sizeSlug":"large"}

କାନାଡ଼ା ନାଏଗ୍ରା ଜଳପ୍ରପାତ ଭାରତର ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଥିବା ନଜର ଆସିଛି | ତ୍ରିରଙ୍ଗା ଛାଇରେ ଜଳପ୍ରପାତ ପାଣି ମଧ୍ୟ ତ୍ରିରଙ୍ଗା ପତାକା ଭଳି ରଙ୍ଗମୟ ହୋଇଥିଲା | ଏହି ମନମୋହକ ଓ ଆକର୍ଷଣୀୟ ଦୃଶ୍ୟ ଭାରତୀୟଙ୍କ ମନ ମୋହିଛି | କାନାଡ଼ାରେ ରହୁଥିବା ଭାରତର ମହାବାଣିଜ୍ୟ ଦୂତାବାସ ନାଏଗ୍ରା ଜଳପ୍ରପାତର ଫଟୋ ସେୟାର କରିଛନ୍ତି |

{"id":315498,"sizeSlug":"large"}

ଦେଶର ୭୪ତମ ସ୍ୱାଧୀନତା ଦିବସ ଅବସରରେ ଶନିବାର ଦିନ ନ୍ୟୁୟର୍କ ଟାଇମ୍ସ ସ୍କ୍ୱାୟରରେ ପତାକା ଉତ୍ତୋଳନ କରାଯାଇଥିଲା | ପ୍ରଥମଥର ପାଇଁ ଏହି ପ୍ରସିଦ୍ଧ ସ୍ଥାନରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଛି | ନ୍ୟୁୟର୍କରେ ଭାରତର ମହାବାଣିଜ୍ୟ ଦୂତାବାସ ରଣଧୀର ଜୟସୱାଲ ଟାଇମ୍ସ ସ୍କ୍ୱାୟରରେ ପତାକା ଉତ୍ତୋଳନ କରିଥିଲେ | ରଣଧୀର ଲୋକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ପାଇଁ ଭବିଷ୍ୟତର ରାସ୍ତା ଓ ନୂଆ ଭାରତ ନିର୍ମାଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଏହି ବ୍ଲୁପ୍ରିଣ୍ଟ ଅନୁରୂପ ଦେଶକୁ ଆଗେଇ ନେବାକୁ ପ୍ରୟାସ ଜାରି ରହିଛି |

wp:core-embed/twitter {"url":"https://twitter.com/ANI/status/1294850608566943745","type":"rich","providerNameSlug":"twitter","className":""}
https://twitter.com/ANI/status/1294850608566943745
/wp:core-embed/twitter

ୟୁଏଇ ଭାରତର ଜାତୀୟ ପତାକା ଉଡାଇ ଭାରତ ସହ ନିଜର ବନ୍ଧୁତ୍ୱର ପ୍ରତିବଦ୍ଧତା ଦର୍ଶାଇଛି | ଦୁନିଆର ସବୁଠାରୁ ଉଚ୍ଚତମ ବୁର୍ଜ ଖଲିଫାରେ ଯେତେବେଳେ ତ୍ରିରଙ୍ଗା ପତାକା ଉଡିଥିଲା ସେତେବେଳେ ପୁରା ବିଲଡିଂ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଯାଇଥିଲା | ଆବୁଧାବିର ରାଷ୍ଟ୍ରୀୟ ତୈଳ କମ୍ପାନୀର ଟାୱାରରେ ମଧ୍ୟ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଥିଲା | ଏହି ଅବସରରେ ବୁର୍ଜ ଖଲିଫା ନିକଟରେ ଅନେକ ସଂଖ୍ୟକ ଭାରତୀୟ ଜମା ହୋଇ ସ୍ୱାଧୀନତା ଦିବସର ଉତ୍ସବ ପାଳନ କରିଥିଲେ | ଏହି ଅବସରରେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଚୀନ, ବାଙ୍ଗଲାଦେଶ, ସିଙ୍ଗାପୁର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ସଂଯୁକ୍ତ ଆରବ ଇମିରେଟସ,(ୟୁଏଇ), ଇସ୍ରାଏଲ ସମେତ ଅନେକ ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହିସବୁ ଦେଶରେ ରହୁଥିବା ହଜାର ହଜାର ଭାରତୀୟ ଜାତୀୟ ସଂଗୀତ ଗାନ କରି ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.