ଦାଉଦ ଇବ୍ରାହିମ ନୁହେଁ ଇଏ ହେଉଛି ଦେଶର ମୋଷ୍ଟ ୱାଣ୍ଟେଡ ଅପରାଧୀ ଯାହା ମୁଣ୍ଡରେ ରହିଛି ୨.୫ କୋଟିରୁ ଅଧିକ ପୁରସ୍କାର ରାଶି

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯ : ଦେଶର ସବୁଠାରୁ ଦୁର୍ଦ୍ଦାନ୍ତ ମାଓବାଦୀ ଗଣପତି ବିଷୟରେ ମୃତ୍ୟୁ ଖବର ସାମ୍ନାକୁ ଆସିଛି | କିନ୍ତୁ ପ୍ରତ୍ୟେକଥର କୌଣସି ବଡ ଧରଣର ମୋ ଗତିବିଧି ପରେ ପୁଣି ଗଣପତି ନାଁ ସାମ୍ନାକୁ ଆସିଥାଏ | ଗଣପତି ଦେଶର ଆନ୍ତରିକ ସୁରକ୍ଷା ପାଇଁ କେତେ ବିପଦ ତାହା ଏଇଥିରୁ ଜାଣିହେବ ଯେ ତା ଉପରେ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଠାରୁ ଅଧିକ ପୁରସ୍କାର ରହିଛି | ଏହି ମୋ ନେତା ଖୁବ ଶୀଘ୍ର ତେଲେଙ୍ଗାନା ପୋଲିସ ପାଖରେ ଆତ୍ମସମର୍ପଣ କରିପାରେ |

ଗତ କିଛି ଦଶକ ଧରି ଗଣପତି ଦେଶର ମୋଷ୍ଟ ୱାଣ୍ଟେଡ ମାଓ ନେତା | ଏହି ମାଓ ନେତାକୁ ଛତିଶଗଡ଼ରୁ ଆରମ୍ଭ କରି ମହାରାଷ୍ଟ୍ର, ଝାରଖଣ୍ଡ, ବିହାର ପୋଲିସ ଖୋଜୁଛି | ଏପରିକି NIA ମଧ୍ୟ ଗଣପତିକୁ ଖୋଜୁଛି | ପ୍ରତ୍ୟକ ରାଜ୍ୟ ଏହି ମାଓ ନେତା ମୁଣ୍ଡରେ ଅଲଗା ଅଲଗା ପୁରସ୍କାର ରାଶି ଘୋଷଣା କରିଛନ୍ତି | ଏହିଭଳି ଗଣପତି ମୁଣ୍ଡରେ ୨.୫ କୋଟିରୁ ଅଧିକ ପୁରସ୍କାର ରାଶି ସହ ଦେଶର ସବୁଠାରୁ ବଡ ଅପରାଧୀ ହୋଇଛି | ଜଙ୍ଗଲ ଓ ପାହାଡରେ ଲଢ଼ିବାକୁ ତାକୁ ଗରିଲା ଗାର୍ଡସଙ୍କ ସୁରକ୍ଷା ମିଳିଛି | ଦେଶର ନେତାମାନଙ୍କ ଭଳି ସେ ଅନେକ ସୁରକ୍ଷାରେ ରହିଥାଏ ବୋଲି କୁହାଯାଏ | ସେଥିପାଇଁ ତା ପାଖକୁ ପହଞ୍ଚିବା ସହଜ ନୁହେଁ |

{"id":325423,"sizeSlug":"large"}

ଗଣପତି ଏବେ ଆତ୍ମସମର୍ପଣ କରିବାକୁ ଯାଉଛି | ପାଖାପାଖି ୭୪ ବର୍ଷ ବୟସ୍କ ଗଣପତି ବହୁତ ପୂର୍ବରୁ ନଜର ଆସିଥିଲା | ୧୯୯୫ ମସିହାରେ ସେ ପ୍ରଥମଥର ପାଇଁ ଚର୍ଚ୍ଚା ଆସିଥିଲା | ସେତେବେଳେ କାନେ ଡିଏସପିଙ୍କ ସମେତ ପୋଲିସ ଗାଡିକୁ ବୋମା ଲଗାଇ ଉଡାଇ ଦେଇଥିଲା | ହମଲାରେ ଅଧିକାରୀଙ୍କ ସମେତ ୨୫ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ | ଏହାପରେ ୨୦୦୬ ମସିହାରେ ଗଣପତି ସଲାଵା ଜୁଡ଼ୁମ ଅଭିଯାନର ମୁକାବିଲା କରିବାକୁ ନିଜ ସହଯୋଗୀଙ୍କ ସହିତ ବସ୍ତର ଏର୍ରାବେର କ୍ଷେତ୍ରରେ ୩୫ ଆଦିବାସୀଙ୍କୁ ହତ୍ୟା କରିଥିଲା | ୨୦୦୬ ମସିହାରେ ଉପଲେଟ କ୍ୟାମ୍ପରେ ୨୨ ପୋଲିସକର୍ମୀଙ୍କୁ ହତ୍ୟା କରିଥିଲା ଏବଂ ନାଗା ସୈନିକଙ୍କୁ ନେଇ ଯାଉଥିବା ଏକ ଭ୍ୟାନକୁ ଉଡାଇ ଦେଇଥିଲା | ୨୦୦୮ ମସିହାରେ ସିଆରପିଏଫ କ୍ୟାମ୍ପରେ ହମଲା କରିଥିଲା ଯେଉଁଥିରେ ୮ ଯବାନ ଶହୀଦ ହୋଇଥିଲେ |

ତେଲେଙ୍ଗାନା କରିମନଗର ଜିଲ୍ଲାରେ ଜନ୍ମ ହୋଇଥିବା ଗଣପତି ପେସାରେ ଜଣେ ଶିକ୍ଷକ ଥିଲା | କିଛି ପରେ ସେ ଶିକ୍ଷକତା ଛାଡି ମାଓ ଆନ୍ଦୋଳନର ନେତା ହୋଇଥିଲା | ଗଣପତିର ପହଂଚ ଦେଶ-ବିଦେଶରେ ମଧ୍ୟ ଥିଲା | ଶ୍ରୀଲଙ୍କା ଓ ଫିଲିପାଇନ୍ସ ଭଳି ଦେଶରୁ ତାକୁ ଅସ୍ତ୍ର ମିଳୁଥିଲା |

{"id":325425,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଗଣପତି କୌଣସି ରୋଗ କାରଣରୁ ଦୁଇ ବର୍ଷ ପୂର୍ବରୁ ପାର୍ଟିରୁ ଇସ୍ତଫା ଦେଇଥିଲା | ବର୍ତ୍ତମାନ ସେ ଆତ୍ମସମର୍ପଣ କରିବାକୁ ଚାହୁଁଛି | ଗୁରୁବାର ଦିନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ମାଓବାଦୀମାନେ କହିଥିଲେ ଯେ ତାଙ୍କର ଆତ୍ମସମର୍ପଣ ଖବର ମିଛ | ତାଙ୍କ ସମ୍ପ୍ରଦାୟକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି | ତେବେ ଗଣପତି ବହୁତ ଶକ୍ତିଶାଳୀ ହୋଇଥିବାରୁ ପୋଲିସର ଅନେକ ଅଧିକାରୀ ମଧ୍ୟ ବିଶ୍ୱାସ କରୁନାହାନ୍ତି ଯେ ସେ ଆତ୍ମସମର୍ପଣ କରିବ | ଅପରପକ୍ଷରେ କିଛି ବରିଷ୍ଠ ପୋଲିସ ଅଧିକାରୀ ଗଣପତିର ଆତ୍ମସମର୍ପଣ ଖବରକୁ ନେଇ ଖୁସି ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.