ଭାରତର ସବୁଠାରୁ ରାଗ ଓ ସ୍ୱାଦିଷ୍ଟ ଗୁପଚୁପ: ଖାଇଦେଇ ଫୁଡ୍ ବ୍ଲଗରଙ୍କ ମୁଣ୍ଡ କାନ ହେଇଗଲା ଝାଇଁ ଝାଇଁ

Published By : Prameya-News7 Bureau | November 29, 2021 IST

ଗ୍ୱାଲିୟର ୨୯/୧୧ : ଗୁପଚୁପ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। ଗୁପଚୁପ ପାଣିର ଖଟା-ମିଠା-ରାଗ ସ୍ୱାଦ ଥରେ ପାଟିରେ ଲାଗିଗଲେ ଗୁପଚୁପ ସୌଖିନ ଲୋକେ ଖାଇ ଚାଲିଥାନ୍ତି। କିଛି ଲୋକ ଗୁପଚୁପ ଅଧିକ ରାଗ ଓ ମସଲାଯୁକ୍ତ ପସନ୍ଦ କରନ୍ତି। ଏହିଭଳି ଲୋକଙ୍କ ପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଶରେ ସବୁଠାରୁ ରାଗ ଗୁପଚୁପ ଭାଇରାଲ ହେଉଛି। ଥରେ ଏହି ଗୁପଚୁପ ଖାଇଲେ ମୁଣ୍ଡ କାନ ଝାଇଁ ଝାଇଁ କରିଦେବ।

{"id":551606,"sizeSlug":"large","linkDestination":"none"}

ଦେଶର ସବୁଠାରୁ ରାଗ ଓ ମସଲାଯୁକ୍ତ ଗୁପଚୁପ ତିଆରି କରୁଥିବା ଦାବି କରୁଥିବା ଷ୍ଟ୍ରିଟ ଭେଣ୍ଡର ମଧ୍ୟ ପ୍ରଦେଶ ଗ୍ୱାଲିୟରରେ ନିଜ ଠେଲା ଲଗାନ୍ତି। ତାଙ୍କ ଗୁପଚୁପ ପାଣିରେ ଏତେ ମସଲା ଓ ଲଙ୍କା ଥାଏ ଯେ ଖାଇବା ଲୋକଙ୍କ ଆଖିରୁ ପାଣି ବାହାରିଯାଏ। ନିକଟରେ ଜଣେ ଫୁଡ ବ୍ଲଗର ଏହି ଗୁପଚୁପରେ ସ୍ୱାଦ ଚାଖିଛନ୍ତି। ଗୁପଚୁପ ଖାଇବା ପରେ କିଛି ସମୟ ପାଇଁ ତାଙ୍କ ପାଟି ଚୁପ ହୋଇଗଲା।

GareebPanda ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫୁଡ ବ୍ଲଗର ବିରାଟ ଏହି ଭିଡିଓ ସେୟାର କରିଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓକୁ ଏବେ ସୁଦ୍ଧା ୪୭୬ ହଜାର ୟୁଜର୍ସ ଦେଖି ସାରିଛନ୍ତି। ଭିଡିଓରେ ଗୁପଚୁପ ଵାଲା ଗୁପଚୁପର ଖଟା ପାଣି ପ୍ରସ୍ତୁତ କରୁଥିବା ନଜର ଆସିଛି। ସେ ଏଥିରେ ପୁଦିନା, ଆମଚୁର, ଧନିଆ, ବହୁ ମାତ୍ରାରେ ଲଙ୍କା ପକାଇଛନ୍ତି। ଗୁପଚୁପ ଖାଇବା କ୍ଷଣି ଫୁଡ ବ୍ଲଗରଙ୍କ ପାଟି ଚୁପ ହୋଇଗଲା। ତେବେ ସେ କହିଛନ୍ତି ଯେଉଁମାନଙ୍କୁ ରାଗ ଓ ମସଲା ପସନ୍ଦ ସେମାନଙ୍କୁ ଏହି ଗୁପଚୁପ ବହୁତ ପସନ୍ଦ ଆସିବ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.