ଭାରତର ସବୁଠାରୁ ଧନୀ ମହିଳା ଯାହାଙ୍କ ପାଖରେ ରହିଛି ୪,୬୨,୮୮,୧୧,୦୦,୦୦୦ ଟଙ୍କାର ସମ୍ପତ୍ତି : ଜାଣନ୍ତୁ କିଏ

Published By : Prameya-News7 Bureau | March 08, 2019 IST

ଦିଲ୍ଲୀ ୮/୩ : ଆଜି ଆନ୍ତର୍ଜାତିକ ମହିଳା ଦିବସ | ବର୍ତ୍ତମାନ ଯୁଗରେ ମହିଳାମାନେ ସବୁ କ୍ଷେତ୍ରରେ ଆଗରେ | ମହିଳାମାନେ ଦିନକୁ ଦିନ ଅଗ୍ରଗତି କରୁଛନ୍ତି | ସବୁ କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ମଧ୍ୟ ଦିଆଯାଉଛି | ବ୍ୟବସାୟ ବାଣିଜ୍ୟରେ ମଧ୍ୟ ମହିଳାମାନେ ପୁରୁଷଙ୍କୁ ପଛରେ ପକାଇଦେଲେଣି | ଆଜି ଆମେ ଜାଣିବା ଭାରତର ସବୁଠାରୁ ଧନୀ ମହିଳାଙ୍କ ବିଷୟରେ | ଏହି ମହିଳା ଜଣକ ବ୍ୟବସାୟ କ୍ଷେତ୍ରରେ ଖାସ କୀର୍ତ୍ତିମାନ ହାସଲ କରିଛନ୍ତି |

{"id":91560}

ଭାରତର ସବୁଠାରୁ ଧନୀ ମହିଳା ହେଲେ ସାବିତ୍ରୀ ଜିନ୍ଦଲ | ସାବିତ୍ରୀ ଜିନ୍ଦଲ ଜିନ୍ଦଲ ଗ୍ରୁପ ଆଣ୍ଡ କମ୍ପାନୀର ମାଲିକାଣୀ |
ଜିନ୍ଦଲ ଗ୍ରୁପ ଷ୍ଟିଲ, ପାୱାର, ସିମେଣ୍ଟ ଏବଂ ଇନ୍ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ କାମ କରୁଛି | ସେ ଦିବଂଗତ ଓ଼ଦ୍ୟୋଗପତି ଓମ ପ୍ରକାଶ ଜିନ୍ଦଲଙ୍କ ପତ୍ନୀ ଏବଂ ଜଣାଶୁଣା ଉଦ୍ୟୋଗପତି ସଜ୍ଜନ ଏବଂ ନବୀନ ଜିନ୍ଦଲଙ୍କ ମା |

{"id":91557,"width":571,"height":380}


୨୦୦୫ ମସିହାରେ ଓମ ପ୍ରକାଶ ଜିନ୍ଦଲଙ୍କ ଏକ ହେଲିକେପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା | ଓମ ପ୍ରକାଶ ଜିନ୍ଦଲଙ୍କ ମୃତ୍ୟୁ ପରେ ତାଙ୍କ କମ୍ପାନୀକୁ ୪ ପୁଅମାନଙ୍କ ମଧ୍ୟରେ ଭାଗ କରାଯାଇଥିଲା | ଏହି ଗ୍ରୁପର ସବୁଠାରୁ ବଡ ସମ୍ପତ୍ତିର ଦେଖରେଖ ସଜ୍ଜନ ଜିନ୍ଦଲ କରନ୍ତି | ସଜ୍ଜନ ଜିନ୍ଦଲଙ୍କ ଅଧୀନରେ ଯେଏସଡବ୍ଲୁ ଷ୍ଟିଲ ରହିଛି | ସଜ୍ଜନ ଜିନ୍ଦଲ ଭାରତର ଜଣାଶୁଣା ଉଦ୍ୟୋଗପତି ଏବଂ ରାଜନୈତିଜ୍ଞ |

{"id":91558,"width":579,"height":323}


ସାବିତ୍ରୀ ଜିନ୍ଦଲଙ୍କ ବୟସ ୬୮ ବର୍ଷ | ସେ ରାଜନୀତିରେ ମଧ୍ୟ ସାମିଲ ଅଛନ୍ତି | ସେ ହରିୟାଣା ସରକାରରେ ବିଧାୟକ ଏବଂ ମନ୍ତ୍ରୀ ରହି ସାରିଛନ୍ତି | ସାବିତ୍ରୀ ଜିନ୍ଦଲଙ୍କ ମୋଟ ସମ୍ପତ୍ତି ୬.୬ କୋଟି ଡଲାର | ଭାରତୀୟ ମୁଦ୍ରା ହିସାବରେ ସେ ୪,୬୨,୮୮,୧୧,୦୦,୦୦୦ ଟଙ୍କା |

{"id":91562}

ସାବିତ୍ରୀ ଜିନ୍ଦଲ ଆଣ୍ଡ ଫାମିଲି ଦୁନିଆର ସବୁଠାରୁ କୋଟିପତି ତାଲିକାରେ ୨୯୦ ସ୍ଥାନରେ ଅଛନ୍ତି | ଅପରପକ୍ଷରେ ସେ ଭାରତର ସବୁଠାରୁ ଧନୀ ତାଲିକାରେ ସାବିତ୍ରୀ ଜିନ୍ଦଲଙ୍କ ନାଁ ୧୪ ନମ୍ବର ସ୍ଥାନରେ ରହିଛି |

{"id":91559}


୨୦୧୪ ମସିହାରେ ସାବିତ୍ରୀ ଜିନ୍ଦଲ ହିସାର ଆସନରେ ନିର୍ବାଚନ ଲଢ଼ିଥିଲେ | ତାଙ୍କର ପ୍ରତିଦ୍ବନ୍ଦୀ, ବିଜେପି ପ୍ରାର୍ଥୀ ଡ.କମାଲ ଗୁପ୍ତାଙ୍କ ଠାରୁ ସାବିତ୍ରୀ ଜିନ୍ଦଲ ୧୩୬୪୬ ଭୋଟରେ ହାରି ଯାଇଥିଲେ |

{"id":91561}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.