Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦେଶର ସବୁଠୁ ସୁନ୍ଦର ମହିଳା ନେତ୍ରୀ, ବାବା ରାମଦେବଙ୍କ ଆଶ୍ରମରେ ବିଧାୟକଙ୍କ ପ୍ରେମରେ ପଡିଗଲେ

7/03/2019 at 4:11 PM

ମୁମ୍ୱାଇ ୭|୩: ରାଜନିତୀ ମଇଦାନରେ ଏମିତି ଅନେକ ନେତ୍ରୀ ଅଛନ୍ତି ଯିଏ ଅନିନ୍ଦ୍ୟ ସୁନ୍ଦରୀ ଚଳଚ୍ଚିତ୍ର ଅଭିନେତ୍ରୀମାନଙ୍କଠୁ ମଧ୍ୟ ଅଧିକ ସୁନ୍ଦର। ଜାଣନ୍ତୁ ଏମିତି ଜଣେ ନେତ୍ରୀଙ୍କ ବିଷୟରେ ଯିଏ ଦେଖିବା ପାଇଁ ଅପସରା ଭଳି।
ଏବେ ସେ ଜଣେ ବିଧାୟକଙ୍କ ସ୍ତ୍ରୀ ଓ ସେ ନିଜେ ମଧ୍ୟ ନିର୍ବାଚନ ଲଢିସାରିଛନ୍ତି। ସେ  ହେଲେ ନେତ୍ରୀ ନବନୀତ କୌର। ୧୯୮୬ ମସିହା ଜାନୁଆରୀ ୩ ତାରିଖ ମୁମ୍ୱାଇରେ ନବନୀତଙ୍କ ଜନ୍ମ ।  ପଞ୍ଜାବର ଝିଅ। ପ୍ରଥମେ ସିନେମା ଜଗତରେ କାମ କରୁଥିଲେ ନବନୀତ। ସେ ତାଙ୍କ ଫିଲ୍ମି କ୍ୟାରିଅର କନ୍ନଡ ସିନେମା ଜଗତରୁ ଆରମ୍ଭ କରିଥିଲେ। ଟଲିଉଡ ସିନେମା ଜଗତର ଅଭିନେତ୍ରୀ ନବନୀତ ଦ୍ୱାଦଶ ଶ୍ରଣୀ ପରେ ମଡେଲିଂ କରୁଥିଲେ। ଏହା ପରେ ସେ ପାଠ ପଢା ଛାଡି ଗ୍ଲାମର ଦୁନିଆରେ ପାଦ ଦେଇ ଥିଲେ। ଅନେକ ମ୍ୟୁଜିକ ଭିଡିଓରେ ଅଭିନୟ କରିଲା ପରେ କନ୍ନଡ ଫିଚର ଫିଲ୍ମ “ଦର୍ଶନ”ରେ ସେ ଡେବ୍ୟୁ କରିଥିଲେ। ଏହା ପରେ ୨୦୦୪ ମସିହାରେ ସେ ତେଲୁଗୁ ଫିଲ୍ମ “ସିନୁ ବସନ୍ତୀ ଲକ୍ଷ୍ମୀ”ରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ସହ ରିଆଲିଟି ସୋରେ ମଧ୍ୟ ପ୍ରତିଯୋଗୀ ଭାବେ ନବନୀତଙ୍କୁ ଦେଖିବାକୁ ମିଳିଥିଲା ।   
ନବନୀତଙ୍କୁ ଯୋଗ କରିବା ପାଇଁ ବହୁତ ଭଲ ଲାଗେ। ଏହି କାରଣରୁ ସେ ହରିଦ୍ୱାରରେ ରାମଦେବ ବାବାଙ୍କ ଆଶ୍ରମକୁ ଯାଉଥିଲେ। ସେଠାରେ ସେ ଜଣେ ଯୋଗ ଶିଖୁଥିବା ବ୍ୟକ୍ତିଙ୍କୁ ଭେଟିଥିଲେ। ଉଭୟ ପରସ୍ପରଙ୍କୁ ଭଲ ପାଇ ବସିଲେ। ସେ ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି, ସେ ହେଲେ ବିଧାୟକ ରବୀ ରାଣା। ରବୀ ରାଣା ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳର ଅମରାବତୀ ଜିଲ୍ଲା ଅନ୍ତର୍ଗତ ବଦନେରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି। ରାମଦେବ ବାବା ଏହି ବିଷୟରେ ଜାଣିଲା ପରେ ଉଭୟଙ୍କର ବିବାହ କରିଥିଲେ। ରବୀ ରାଣାଙ୍କର ଇଚ୍ଛା ଥିଲା ଯେ ସେ ଏକ ଗଣ ବିବାହ କାର୍ଯ୍ୟକ୍ରମରେ ବିବାହ କରିବେ। ତେଣୁ ୩୧୦୦ ଜଣ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟକ୍ରମରେ ଉଭୟଙ୍କ ବିବାହ ହୋଇଥିଲା।  

 

   Related Posts