ୟେ ହେଲେ ଦେଶର ସବୁଠୁ ସୁନ୍ଦରୀ ବିଧାୟିକା, ଥରେ ହୋଇସାରିଛନ୍ତି ସାଂସଦ

Published By : Prameya-News7 Bureau | April 15, 2019 IST

wp:heading {"level":5}
ସାଉଥ ଫିଲ୍ମର ଜଣେ ଅଭିନେତ୍ରୀ ରାଜନୀତିରେ ପ୍ରବେଶ କରିଛନ୍ତି। ଏବେ ରାଜନୀତିରେ ଏହି ମହିଳା ସବୁଠୁ ସୁନ୍ଦରୀ ଅଭିନେତ୍ରୀ। ଏହି ବିଧାୟକ ହେଉଛନ୍ତି ନବନୀତ କୌର। ମହାରାଷ୍ଟ୍ରର ନିର୍ଦଳୀୟ ପ୍ରାର୍ଥୀ ରବୀ ରାମାଙ୍କୁ ବିବାହ କରିଛନ୍ତି ଏହି ଅଭିନେତ୍ରୀ। ବିବାହ ପରେ ରାଜନୀତିରେ ପାଦ ଦେବା ତାଙ୍କ ପାଇଁ ସୁବିଧା ହୋଇଥିଲା। ଏହି ବିଧାୟକ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ସୋସିଆଲ ମିଡିଆରେ ନବନୀତଙ୍କ ଫଟୋ ସବୁଠୁ ସୁନ୍ଦରୀ ବିଧାୟକଙ୍କ ଭାବେ ଭାଇରାଲ ହୋଇଛି।
/wp:heading {"id":103777}
wp:heading {"level":5}
୧୯୮୬ ମସିହା ଜାନୁଆରୀ ୩ ତାରିଖରେ କୌରଙ୍କ ଜନ୍ମ ମୁମ୍ୱାଇରେ ହୋଇଥିଲା। ନବନୀତଙ୍କ ମା ବାପା ପଞ୍ଜାବରୁ ଥିଲେ। ଯୁକ୍ତ ୨ ପାସ କରିବା ପରେ ସେ ମଡେଲିଂ ଆରମ୍ଭ କରିଥିଲେ। ଏହା ସହ ଧିରେ ଧିରେ ତାଙ୍କର ଅନେକ ମ୍ୟୁଜିକ୍‌ ଭିଡିଓ ମଧ୍ୟ ଆସିଥିଲା। କନ୍ନଡ ଫିଲ୍ମ ଦର୍ଶନରେ ଅଭିନୟ କରି ସେ ଡେବ୍ୟୁ କରିଥିଲେ।
/wp:heading {"id":103778}
wp:heading {"level":5}
୨୦୦୪ ମସିହାରେ ସେ ତେଲୁଗୁ ଫିଲ୍ମ ସିନୁ ବସନ୍ତି ଲକ୍ଷ୍ମୀରେ ଅଭିନୟ କରି ତେଲୁଗୁ ସିନେମା ଜଗତରେ ପାଦ ଦେଇଥିଲେ। ଅନେକ ତେଲୁଗୁ ଫିଲ୍ମରେ କାମ କରିଲା ପରେ ସେ ମଲାୟଲମ ସିନେମା କରିବା ଆରମ୍ଭ କରିଥିଲେ। ଏହା ସହ ୨୦୧୦ ମସିହାରେ ସେ ପଞ୍ଜାବି ଫିଲ୍ମରେ ମଧ୍ୟ ଅଭିନୟ କରିବା ଆରମ୍ଭ କରିଥିଲେ।
/wp:heading {"id":103779}
wp:heading {"level":5}
ନବନୀତଙ୍କ ଫଟୋ ଅନେକ ଦର୍ଶକ ପସନ୍ଦ ମଧ୍ୟ କରନ୍ତି। ଏହି ଅଭିନେତ୍ରୀ ବିବାହ ପରେ ଫିଲ୍ମରେ କାମ କରିବା ବନ୍ଦ କରିଦେଇଥିଲେ। ଏହା ପରେ ସେ ରାଜନୀତିରେ ଧ୍ୟାନ ଦେବା ଆରମ୍ଭ କରିଥିଲେ। ୨୦୧୧ ମସିହାରେ ନବନୀତ ରବୀ ରାଣାଙ୍କୁ ବିବାହ କରିଥିଲେ। ୨୦୧୪ ମସିହାରେ ସେ କଂଗ୍ରେସ ରୁ ନିର୍ବାଚନ ଲଢିଥିଲେ ଓ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.