ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଦେଶର ସବୁଠୁ ଲମ୍ବା ରେଳରୋଡ଼ ବ୍ରିଜ 'ବୋଗିବିଲ' ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | December 25, 2018 IST

ଦିଵରୂଗଡ଼ ୨୫/୧୨ : ଆଜି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଦିବଂଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଦେଶର ସବୁଠାରୁ ଲମ୍ବା ବ୍ରିଜର ଉଦଘାଟନ କରିଛନ୍ତି | ବୋଗିବିଲ ବ୍ରିଜ ହେଉଛି ଦେଶର ସବୁଠାରୁ ଲମ୍ବା ରେଳ ରୋଡ଼ ବ୍ରିଜ |

{"id":67040}

ବ୍ରିଜ ନିର୍ମାଣରେ ୮୦ ହଜାର ଟନ ଷ୍ଟିଲ ପ୍ଲେଟ ବ୍ୟବହୃତ ହୋଇଛି | ବ୍ରିଜର ଵିମ ତିଆରି କରିବା ପାଇଁ ଇଟାଲୀରୁ ସ୍ୱତନ୍ତ୍ର ମେସିନ ମଗାଯାଇଥିଲା | ଵିମକୁ ପିଲର ଉପରେ ଚଢେଇବା ପାଇଁ ୧୦୦୦ ଟନର ହାଇଡ୍ରୋଲିକ ଏବଂ ସ୍ଟ୍ରେଣ୍ଡ ଜ୍ୟାକ ବ୍ୟବହୃତ ହୋଇଥିଲା | ବ୍ରିଜ ଆଗାମୀ ୧୨୦ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି |

{"id":67037}

୧୯୯୭ ମସିହାରେ ସଂଯୁକ୍ତ ମୋର୍ଚ୍ଚା ସରକାରଙ୍କ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡ଼ା ଏହି ବ୍ରିଜର ଶିଳାନ୍ୟାସ କରିଥିଲେ | ୨୦୦୨ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବ୍ରିଜ କାମ ଆରମ୍ଭ କରିଥିଲେ | ଏହି ବ୍ରିଜ ନିର୍ମାଣ ହେବାରେ ୫୯୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି | ବ୍ରିଜ ନିର୍ମାଣ ଶେଷ ହେବା ପାଇଁ ୧୬ ବର୍ଷ ଲାଗିଥିଲା | ଏହି ବ୍ରିଜ ଦେଇ ପ୍ରଥମ ମାଲ ବୋଝେଇ ଟ୍ରେନ ଡିସେମ୍ବର ୩ ତାରିଖରେ ଗତି କରିଥିଲା | ଏହି ବ୍ରିଜକୁ ଅରୁଣାଚଳ ପ୍ରଦେଶ ଚୀନ ସୀମା ପର୍ଯ୍ୟନ୍ତ ବିକାଶ ପରିଯୋଜନା ଅନୁସାରେ ନିର୍ମାଣ କରାଯାଇଛି | ଭାରତ ଚୀନ ସୀମା ପାଖାପାଖି ୪୦୦୦ କି:ମି: ଲମ୍ବା ପର୍ଯ୍ୟନ୍ତ ବ୍ୟାପିଛି |

{"id":67041,"width":586,"height":390}

ବୋଗିବିଲ ବ୍ରିଜ ଇଂଜିନିୟରଙ୍କ ଅଦ୍ଭୁତ କୌଶଳ ବୋଲି ପରିକଳ୍ପନା କରାଯାଉଛି | ଏହି ବ୍ରିଜ ଆସାମର ଦିଵରୂଗଡ଼ ଠାରୁ ଅରୁଣାଚଳ ପ୍ରଦେଶର ଧେମାଜୀ ଜିଲ୍ଲାକୁ ଯୋଡ଼ିବ | ଆସାମରୁ ଅରୁଣାଚଳ ଯିବା ପାଇଁ ୧୦ ଘଣ୍ଟା ସମୟ ଲାଗିଥାଏ | ବ୍ରିଜ ନିର୍ମାଣ ପରେ ଦିଵରୂଗଡ଼ ଠାରୁ ଧେମାଜୀର ଦୂରତା ୫୦୦ କି:ମି: ରୁ କମି ୧୦୦ କି:ମି: ହୋଇଯିବ |

{"id":67038}


ଉତ୍ତର-ପୂର୍ବ ଫ୍ରଣ୍ଟିୟର ରେଲୱେର ସିପିଆଇଓ ପ୍ରଣବ ଜ୍ୟୋତିଙ୍କ କହିବାନୁଯାୟୀ, ବ୍ରହ୍ମପୁତ୍ର ନଦୀ ଉପରେ ବ୍ରିଜ ନିର୍ମାଣ ଏକ ଚ୍ୟାଲେଞ୍ଜ ଥିଲା | କାରଣ ସେପଟେ ଅଂଚଳରେ ଅଧିକ ବର୍ଷା ହୋଇଥାଏ | ସିସ୍ମିକ କ୍ଷେତ୍ରରେ ଥିବା ଯୋଗୁଁ ଏଠାରେ ଭୂମିକମ୍ପଏଅ ସମ୍ଭାବନା ମଧ୍ୟ ଅଧିକ ଥାଏ | ତଥାପି ଏହି ସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ବ୍ରିଜ ସମ୍ପୂର୍ଣ ହୋଇଛି | 
ରେଲୱେ ଦ୍ୱାରା ନିର୍ମିତ ଏହି ଡବଲ ଡେ଼କର ବ୍ରିଜ ଦେଇ ଉଭୟ ଟ୍ରେନ ଏବଂ ଅନ୍ୟାନ୍ୟ ଗାଡି ଯାଇପାରିବ | ଉପର ଭାଗରେ ୩ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଇଛି | ତଳ ଭାଗରେ ଦୁଇଟି ରେଳ ଟ୍ରାକ ନିର୍ମାଣ କରାଯାଇଛି | ତେବେ ବ୍ରିଜ ଏତେ ମଜବୁତ ଭାବେ ନିର୍ମାଣ କରାଯାଇଛି ଯେ, ଏହି ବ୍ରିଜ ଉପରେ ମିଲିଟାରୀ ଟ୍ୟାଙ୍କ ମଧ୍ୟ ଯାଇପାରିବ |

{"id":67039}

ଗତ ୨୧ ବର୍ଷ ହେଲା ଏହି ବ୍ରିଜକୁ ସମ୍ପୂର୍ଣ କରିବାପାଇଁ ବହୁତ ଥର ପ୍ରୟାସ କରାଯାଇଛି | କିନ୍ତୁ ପର୍ଯ୍ୟାପ୍ତ ପରିମାଣର ଫଣ୍ଡ ଏବଂ ଜ୍ଞାନ କୌଶଳର ଅଭାବ ଯୋଗୁଁ ବ୍ରିଜ ସମ୍ପୂର୍ଣ ହୋଇପାରିନଥିଲା | ଏତେ ଝଡଝଞ୍ଜା ସତ୍ୱେ ଡିସେମ୍ବର ୧ ତାରିଖରେ ପ୍ରଥମେ ଏହି ବ୍ରିଜ ଦେଇ ମାଲ ବୋଝେଇ ଟ୍ରେନ ଗତି କରିବା ପରେ ବ୍ରିଜ କାମ ସମ୍ପୂର୍ଣ ଏବଂ ସଫଳ ହୋଇଥିବା ଘୋଷଣା ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.