Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଆସନ୍ତାକାଲି ଉଦଘାଟନ ହେବ ଦେଶର ସବୁଠାରୁ ଲମ୍ବା ରେଳରୋଡ଼ ବ୍ରିଜ ‘ବୋଗିବିଲ’: ଏକାସଂଗେ ଚାଲିବ ଟ୍ରେନ ଏବଂ ଗାଡି

24/12/2018 at 3:33 PM

ଦିଲ୍ଲୀ ୨୪/୧୨ : ଆସନ୍ତାକାଲି ଉଦଘାଟନ ହେବ ଦେଶର ସବୁଠାରୁ ଲମ୍ବା ବ୍ରିଜ | ଆସନ୍ତାକାଲି ଆସାମ ଦେଵରୂଗଡ଼ରେ ନିର୍ମାଣ ହୋଇଥିବା ଦେଶର ସବୁଠାରୁ ଲମ୍ବା ବ୍ରିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ | ଏହି ବ୍ରିଜ ବ୍ରହ୍ମପୁତ୍ର ନଦୀର ଉତ୍ତର ଏବଂ ଦକ୍ଷିଣ ତଟକୁ ସଂଯୋଗ କରିବ | ଏହି ବ୍ରିଜର ଲମ୍ବା ୪.୯୪ କି:ମି: | ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହେବ ଏହି ବ୍ରିଜ |


୧୯୯୭ ମସିହାରେ ସଂଯୁକ୍ତ ମୋର୍ଚ୍ଚା ସରକାରଙ୍କ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡ଼ା ଏହି ବ୍ରିଜର ଶିଳାନ୍ୟାସ କରିଥିଲେ | ୨୦୦୨ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବ୍ରିଜ କାମ ଆରମ୍ଭ କରିଥିଲେ | ଏହି ବ୍ରିଜ ନିର୍ମାଣ ହେବାରେ ୫୯୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି | ବ୍ରିଜ ନିର୍ମାଣ ଶେଷ ହେବା ପାଇଁ ୧୬ ବର୍ଷ ଲାଗିଥିଲା | ଏହି ବ୍ରିଜ ଦେଇ ପ୍ରଥମ ମାଲ ବୋଝେଇ ଟ୍ରେନ ଡିସେମ୍ବର ୩ ତାରିଖରେ ଗତି କରିଥିଲା | ଏହି ବ୍ରିଜକୁ ଅରୁଣାଚଳ ପ୍ରଦେଶ ଚୀନ ସୀମା ପର୍ଯ୍ୟନ୍ତ ବିକାଶ ପରିଯୋଜନା ଅନୁସାରେ ନିର୍ମାଣ କରାଯାଇଛି | ଭାରତ ଚୀନ ସୀମା ପାଖାପାଖି ୪୦୦୦ କି:ମି: ଲମ୍ବା ପର୍ଯ୍ୟନ୍ତ ବ୍ୟାପିଛି |


ବୋଗିବିଲ ବ୍ରିଜ ଇଂଜିନିୟରଙ୍କ ଅଦ୍ଭୁତ କୌଶଳ ବୋଲି ପରିକଳ୍ପନା କରାଯାଉଛି | ଏହି ବ୍ରିଜ ଆସାମର ଦିଵରୂଗଡ଼ ଠାରୁ ଅରୁଣାଚଳ ପ୍ରଦେଶର ଧେମାଜୀ ଜିଲ୍ଲାକୁ ଯୋଡ଼ିବ | ଆସାମରୁ ଅରୁଣାଚଳ ଯିବା ପାଇଁ ୧୦ ଘଣ୍ଟା ସମୟ ଲାଗିଥାଏ | ବ୍ରିଜ ନିର୍ମାଣ ପରେ ଦିଵରୂଗଡ଼ ଠାରୁ ଧେମାଜୀର ଦୂରତା ୫୦୦ କି:ମି: ରୁ କମି ୧୦୦ କି:ମି: ହୋଇଯିବ |


ଉତ୍ତର-ପୂର୍ବ ଫ୍ରଣ୍ଟିୟର ରେଲୱେର ସିପିଆଇଓ ପ୍ରଣବ ଜ୍ୟୋତିଙ୍କ କହିବାନୁଯାୟୀ, ବ୍ରହ୍ମପୁତ୍ର ନଦୀ ଉପରେ ବ୍ରିଜ ନିର୍ମାଣ ଏକ ଚ୍ୟାଲେଞ୍ଜ ଥିଲା | କାରଣ ସେପଟେ ଅଂଚଳରେ ଅଧିକ ବର୍ଷା ହୋଇଥାଏ | ସିସ୍ମିକ କ୍ଷେତ୍ରରେ ଥିବା ଯୋଗୁଁ ଏଠାରେ ଭୂମିକମ୍ପଏଅ ସମ୍ଭାବନା ମଧ୍ୟ ଅଧିକ ଥାଏ | ତଥାପି ଏହି ସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ବ୍ରିଜ ସମ୍ପୂର୍ଣ ହୋଇଛି |
ରେଲୱେ ଦ୍ୱାରା ନିର୍ମିତ ଏହି ଡବଲ ଡେ଼କର ବ୍ରିଜ ଦେଇ ଉଭୟ ଟ୍ରେନ ଏବଂ ଅନ୍ୟାନ୍ୟ ଗାଡି ଯାଇପାରିବ | ଉପର ଭାଗରେ ୩ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଇଛି | ତଳ ଭାଗରେ ଦୁଇଟି ରେଳ ଟ୍ରାକ ନିର୍ମାଣ କରାଯାଇଛି | ତେବେ ବ୍ରିଜ ଏତେ ମଜବୁତ ଭାବେ ନିର୍ମାଣ କରାଯାଇଛି ଯେ, ଏହି ବ୍ରିଜ ଉପରେ ମିଲିଟାରୀ ଟ୍ୟାଙ୍କ ମଧ୍ୟ ଯାଇପାରିବ |

   Related Posts