ନନ୍ଦନକାନନରେ ଥିବା ଭାରତର ଏକମାତ୍ର ଓରାଙ୍ଗଓଟାଙ୍ଗ ବିନି ଏବେ ଅସୁସ୍ଥ

Published By : Prameya-News7 Bureau | January 27, 2019 IST

ବାରଙ୍ଗ ୨୭|୧: ନନ୍ଦନକାନନରେ ଥିବା ଭାରତର ଏକମାତ୍ର ଓରାଙ୍ଗଓଟାଙ୍ଗ ବିନି ଏବେ ଅସୁସ୍ଥ।ବିନି ମୁହଁ ପାଖରେ ଥିବା ଶବ୍ଦଥଳିର ଉପର ପାର୍ଶ୍ବରେ ଏକ ଘାଆ ହୋଇ ବ୍ୟାପିବାରେ ଲାଗିଛି।ଯତେ ଚିକିତ୍ସା କରିଲେ ମଧ୍ୟ ତାର କିଛି ଉନ୍ନତି ପରିଲକ୍ଷିତ ହେଉନାହଁ।ଗତ ୩ଦିନ ହେଲା ବିନିକୁ ଏକ ସ୍ବତନ୍ତ୍ର କୋଠରିରେ ରଖି ତାର ଯତ୍ନ ନିଆଯିବା ସହ  ଚିକିତ୍ସା କରାଯାଉଛି।

{"id":78663}

ପର୍ଯ୍ୟଟକମାନେ ଏହି ବିରଳ ବଣମଣିଷ ଓରାଙ୍ଗଓଟାଙ୍ଗକୁ ଦେଖିନପାରି ନିରାଶ ହୋଇ ଫେରୁଛନ୍ତି। ବିନିର ସ୍ବାସ୍ଥ୍ୟରେ ଉନ୍ନତି କିମ୍ବା ପରିବର୍ତନ ଆସି ନଥିବାବଳେ, ନନ୍ଦନ କାନନ କର୍ତ୍ତୃପକ୍ଷ କଣ ପରବର୍ତ୍ତୀ ପଦକ୍ଷେପ ନେବେ ସେନେଇ ମୁହଁ ଖୋଲୁନାହାନ୍ତି।

{"id":78664}

ଓରାଙ୍ଗଓଟାଙ୍ଗ ବଣମଣିଷ ଦକ୍ଷିଣ ଏସିଆ ମହାଦେଶର କତେକ ଦେଶରେ ପୁର୍ବରୁ ଦେଖାଯାଉଥିଲେ।ଏବେ ଇଣ୍ଡୋନେସିଆ, ମାଲେସିଆ, ସିଙ୍ଗାପୁରଭଳି ଦେଶକୁ ଛାଡିଦଲେ ଅନ୍ୟ ସ୍ଥାନରେ ବିଲୁପ୍ତ ହୋଇଗଲେଣି।ଏହି ବିଲୁପ୍ତ ପ୍ରାୟ ବଣମଣିଷ ଭାରତରେ ତିନୋଟି ମାତ୍ର ଥିଲେ।ମହାରାଷ୍ଟ୍ରର ପୁନେ, ଉତ୍ତରପ୍ରଦେଶର ଲକ୍ଷ୍ନୌ ଏବଂ ନନ୍ଦନକାନନଭଳି ଚିଡିଆଖାନାରେ ତିନୋଟିମାତ୍ର ଓରାଙ୍ଗଓଟାଙ୍ଗ ରହିଥିଲେ।ଏବେ ଲକ୍ଷ୍ନୌ ଏବଂ ପୁନେରେ ଥିବା ଏହି ପ୍ରଜାତିର ବଣମଣିଷଙ୍କ ମୃତ୍ୟୁ ହୋଇସାରିଛି।

{"id":78666}

ନନ୍ଦନକାନନରେ ଥିବା ଏହି ଏକମାତ୍ର ଓରାଙ୍ଗଓଟାଙ୍ଗ ବିନିକୁ ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ପୁନେ ଚିଡିଆଖାନାରୁ ଏଠାକୁ ଅଣାଯାଇଥିଲା।ବିନିକୁ ସେତେବେଳେ ୨୫ବର୍ଷ ହୋଇଥିଲା।ଏଠାକୁ ଆସି ଖୂଆଡ ନଂ ୬୦(ଖ)ରେ ତାକୁ ରଖାଯାଇ ତାପାଇଁ ଏକ ପୁରୁଷ ସାଥୀ ଖୋଜା ଯାଉଥିଲା ।ତେବେ ତାହା ସମ୍ଭବ ହୋଇନଥିଲା। ଏମାନେ ସାଧାରଣତଃ ୩୫ରୁ ୪୫ବର୍ଷ ବଂଚିଥାନ୍ତି । ବିନିକୁ ଏବେ ୪୧ବର୍ଷ ପୂରିଛି।ତବେଏହା ପାଇଁ ଆଉ ପୁରୁଷ ସାଥୀ ଖୋଜିବା ସମ୍ଭବ ନୁହେଁ ।

{"id":78667}

ଦିନକୁ ଦିନ ବିନିର ସ୍ବାସ୍ଥରେ ଅବନିତି ଦେଖାଯାଉଥିବାରୁ କର୍ତ୍ତୃପକ୍ଷ ଚିନ୍ତିତ।ଏଣେ ଏପରି ବିରଳ ବଣମଣିଷ ଓରାଙ୍ଗଓଟାଙ୍ଗ ବିନିକୁ ନଦେଖି ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି।ବିନିର ସ୍ବାସ୍ଥ୍ୟାବସ୍ଥା ବିଷୟରେ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ସାହାସ କରୁନାହାନ୍ତି।ବିଭାଗୀୟ ମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ନନ୍ଦନନାକନନକୁ ଓରାଙ୍ଗଓଟାଙ୍ଗ ଆଣିବାକୁ ପ୍ରତିଶୃତି ଦେଉଥିଲେ ମଧ୍ୟ ତାହା ପାଣିରଗାର ପରି ଲିଭି ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.