ଖୁବ୍ ଶୀଘ୍ର ଭାରତର ଦେଶୀ ଟିକା କୋଭାକ୍ସିନକୁ ମିଳିପାରେ WHOର ମଞ୍ଜୁରୀ

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩।୦୯: ଭାରତର ଦେଶୀ ଭ୍ୟାକ୍ସିନ କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ)ର ମଞ୍ଜୁରୀ। ସୂତ୍ର ମୁତାକବ ଚଳିତ ସପ୍ତାହରେ ଡବ୍ଲ୍ୟୁଏଚଓ ପକ୍ଷରୁ ହାଇଦ୍ରାବାଦ ସ୍ଥିତ ଭ୍ୟାକ୍ସିନ ନିର୍ମାତା କମ୍ପାନୀ  ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ମିଳିପାରେ।

କୋଭାକ୍ସିନ ହେଉଛି ସଂପୂର୍ଣ୍ଣ ଭାବେ ସ୍ଵଦେଶୀ ଟିକା। ବର୍ତ୍ତମାନ ଦେଶରେ ଏହାକୁ ଜରୁରୀକାଳୀନ ଟିକା ଭାବେ ବ୍ୟବହାର କରାଯାଉଛି। ସାଧାରଣ ଜନତାଙ୍କ ପାଇଁ ଏହି ଟିକା ଉପଲବ୍ଧ ହୋଇ ସାରିଛି। କୋଭାକ୍ସିନକୁ ଆଇସିଏମଆର ଓ ଭାରତ ବାୟୋଟେକ୍ ମିଶି ବିକଶିତ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ୍ କରାଯାଇ ନାହିଁ। ଏହି କାରଣରୁ ଅନେକ ଦେଶ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ବିମାନ ଯାତ୍ରା ପାଇଁ ମଞ୍ଜୁରୀ ଦେଉ ନାହାନ୍ତି।

ମଞ୍ଜୁରୀ ମିଳିଲେ କଣ ମିଳିବ ଫାଇଦା

ଉଲ୍ଲେଖଯୋଗ୍ୟ, ଡବ୍ଲ୍ୟୁଏଚଓ ପକ୍ଷରୁ ମଞ୍ଜୁରୀ ନମିଳିବା କାରଣରୁ ଭାରତ ବାୟୋଟେକ୍‌ର ଏହି ଟିକାକୁ ଅନେକ ଦେଶରେ ମଞ୍ଜୁରୀ ମିଳିବାରେ ସମସ୍ୟା ସୃଷ୍ଟି ହେଉଛି। ହୁ ପକ୍ଷରୁ ଏହାର ମଞ୍ଜୁରୀ ମିଳିବାର ଅର୍ଥ ସମଗ୍ର ଦୁନିଆରେ ଏହି ଟିକାକୁ ବ୍ୟବହାର କରାଯାଇ ପାରିବ। ଅନ୍ୟ ଦେଶରେ ଏହାର ରପ୍ତାନୀ ବୃଦ୍ଧି ଘଟିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.