Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବଡ ଝଟକା: ୩୦ ବର୍ଷର ସର୍ବ ନିମ୍ନ ସ୍ତରକୁ ଆସିପାରେ ଭାରତର GDP, ୪% ରୁ ଖସି ୧.୬% ରହିବାର ଅନୁମାନ

8/04/2020 at 5:07 PM

ନୂଆଦିଲ୍ଲୀ ୦୮।୦୪: କରୋନା ଭାଇରସ୍‌ର ପ୍ରକୋପରେ ଭାରତ ସମେତ ପୂରା ଦୁନିଆର ଅର୍ଥବ୍ୟବସ୍ଥାକୁ ବଡ ଝଟକା ଲାଗିବାକୁ ଯାଉଥିବା ଅନୁମାନ କରାଯାଇଛି। ଦୁନିଆର ସବୁଠୁ ବଡ ରେଟିଂ ଏଜେନ୍ସି ଗୋଲ୍ଡମ୍ୟାନ ସ୍ୟାକ୍ସ ଭାରତର ଆର୍ଥିକ ଜିଡିପି ବିକାଶ ହାର ୪ ପ୍ରତିଶତରୁ ହ୍ରାସ ପାଇ ୧.୬ ପ୍ରତିଶତ ରହିବ ବୋଲି ଅନୁମାନ କରିଛି। ଏହାର ରିପୋର୍ଟରେ ବିଶ୍ଵ ଅର୍ଥନୀତିରେ ମନ୍ଦି ସ୍ଥିତି ଆସିବାର ଆଶଙ୍କା ପ୍ରକାଶ କରାଯାଇଛି। କରୋନା ମହାମାରୀ କାରଣରୁ ୨୦୨୦ରେ ଗ୍ଲୋବାଲ ଇକୋନୋମିର ଗ୍ରୋଥରେଟ୍‌ ନେଗେଟିଭ୍ ହୋଇପାରେ ବୋଲି କୁହାଯାଇଛି।

ଏହା ପୂର୍ବରୁ ରେଟିଂ ଏଜେନ୍ସି ଫିଚ୍ ରେଟିଙ୍ଗ୍ସ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତ ଅଭିବୃଦ୍ଧି ହାର ଜିଡିପି ୨ ପ୍ରତିଶତ ରହିବ ବୋଲି ଅନୁମାନ କରିଛି। ଏହା ଗତ ୩୦ ବର୍ଷରେ ଭାରତର ସବୁଠୁ  କମ ଆର୍ଥିକ ଅଭିବୃଦ୍ଧି ହାର। ରେଟିଂ ଏଜେନ୍ସି ପକ୍ଷରୁ ଶୁକ୍ରବାର ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, କରୋନା ଭାଇରସ୍ ମହାମାରୀ ଓ ଲକ୍‌ଡାଉନ୍‌ କାରଣରୁ ଆଗାମୀ ବିଶ୍ଵର ଅର୍ଥିକ ମନ୍ଦିକୁ ଦୃଷ୍ଟିରେ ରଖି ଭାରତର ଜିଡିପି ଅନୁମାନ କମ କରାଯାଇଛି।

ଆରବିଆଇ ହ୍ରାସ କରିପାରେ ୧ ପ୍ରତିଶତ ସୁଧ ହାର

ରିପୋର୍ଟରେ କୁହାଯାଇଛି ଯେ, ଅର୍ଥବ୍ୟବସ୍ଥାକୁ ସାହାରା ଦେବା ପାଇଁ ଆରବିଆଇ ଆଗାମୀ ସମୟରେ ସୁଧ ଦରରେ ଏକ ପ୍ରତିଶତ ହ୍ରାସ କରିପାରେ। ଅର୍ଥବ୍ୟବସ୍ଥାରେ ସୁଧାର କେବେ ଆସିବ ତାର ସଙ୍କେତ ଏବେ ମିଳିବ ନାହିଁ। କାରଣ ପୂରା ଦୁନିଆରେ ଏହାର ପ୍ରଭାବ ପଡିଛି।

କେଉଁ ସେକ୍ଟର ଅଧିକ ପ୍ରଭାବିତ ହେବ

ରିପୋର୍ଟ ଅନୁଯାୟୀ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବ ହୋଟେଲ୍, ରେସ୍ତୋରାଁ ସେକ୍ଟର ଉପରେ ପଡିବ।

ମୁଡିଜ୍ ଆର୍ଥିକ ବର୍ଷ ୨୦୨୦ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୨.୫ ପ୍ରତିଶତ ରହିବାର ଅନୁମାନ କରିଛି। ଏହା ପୂର୍ବରୁ ମାର୍ଚ୍ଚରେ ଏଜେନ୍ସି ଭାରତର ଜିଡିପି ଅଭିବୃଦ୍ଧି ହାର ୫.୩ ପ୍ରତିଶତ ଏବଂ ଫେବୃଆରୀରେ ୫.୪ ପ୍ରତିଶତ ରହିବାର ଅନୁମାନ କରିଥିଲା।  

   Related Posts