ଦୀର୍ଘ ୭ ବର୍ଷ ମଧ୍ୟରେ ଦେଶରୁ ସବୁଠାରୁ ନିମ୍ନ ଅଭିବୃଦ୍ଧି – ଆୟ ତୁଳନାରେ ବଢିଛି ବ୍ୟୟ

Published By : Prameya-News7 Bureau | November 29, 2019 IST

ନୂଆଦିଲ୍ଲୀ ୨୯।୧୧-  ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଥିଲା ।

ଏଥି ସହିତ ଅକ୍ଚୋବର ମାସରେ ୮ଟି ଶିଳ୍ପର ଅଭିବୃଦ୍ଧି ହାର -୫.୮ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ଯାହାକି ସରକାରଙ୍କ ଆର୍ଥିକନୀତି ଠିକ୍ ଭାବରେ ଚାଲି ନାହିଁ ବୋଲି ସୂଚାଇଛି । ସରକାରଙ୍କ ରିପେ।ର୍ଟ ଅନୁଯାୟୀ ଏପ୍ରିଲରୁ ଅକ୍ଚୋବର ମାସ ମଧ୍ୟରେ ଆୟ ତୁଳନାରେ ବ୍ୟୟ ଅଧିକ ବଢ଼ିଯାଇଛି। ୬.୮୩ ଟ୍ରିଲିଅନ ଆୟ ହେ।ଇଥିବା ବେଳେ ବ୍ୟୟ ୧୬.୫୫ ଟ୍ରିଲିଅନ ହେ।ଇଛି । ଫଳରେ ଦେଶର ଅଭିବୃଦ୍ଧି ହାର ଆହୁରି ଧିମା ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.