ବିଦେଶୀ ମୁଦ୍ରା ଭଣ୍ଡାର ଭରିବାରେ ରେକର୍ଡ କଲା ଭାରତ, ତୃତୀୟ ସ୍ଥାନ ଦଖଲ

Published By : Prameya-News7 Bureau | June 12, 2020 IST

ମୁମ୍ବାଇ ୧୨।୦୬: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଇତିହାସରେ ପ୍ରଥମ ଥର ୫୦୦ ଅରବ ଡଲାର ଅତିକ୍ରମ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) କହିଛି ଯେ, ଜୁନ୍ ୫ରେ ସମାପ୍ତ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୮.୨୨ ଅରବ ଡଲାରକୁ ବୃଦ୍ଧି ଘଟିଛି ଏବଂ ଭଣ୍ଡାରରେ ମୋଟ୍ ୫୦୧.୭୦ ଅରବ ଡଲାର ଜମା ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୨୯ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୩.୪୪ ଅରବ ଡଲାରର ବୃଦ୍ଧି ଘଟିଥିଲା ଏବଂ ସେତେବେଳକୁ ବିଦେଶୀ ମୁଦ୍ରା ଭଣ୍ଡାରରେ ୪୯୩.୪୮ ଅରବ ଡଲାର ବିଦେଶୀ ମୁଦ୍ରା ହୋଇ ଯାଇଥିଲା।

ମହିନ୍ଦ୍ରା ସମୂହର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏହି ଖବର ଉପରେ ଖୁସି ପ୍ରକାଶ କରି ପ୍ରସ୍ତାବ ଦେଇଛନ୍ତି ଯେ, ବର୍ଦ୍ଧିତ ବିଦେଶୀ ମୁଦ୍ର ଭଣ୍ଡାରର ଉପଯୋଗ ଦେଶ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଦିଗରେ କରିବା ଉଚିତ୍। ସେ ମନେ ପକାଇ କହିଛନ୍ତି ଯେ, ୩୦ ବର୍ଷ ପୂର୍ବେ ଦେଶର  ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟତଃ ଶୂନ୍ୟ ହୋଇ ଯାଇଥିଲା ଏବଂ ସେହି ସମୟରେ ବିଦେଶରୁ ଆମଦାନୀ ପାଇଁ ଆମକୁ ନିଜର ସୁନା ଗହଣା ବନ୍ଧକରେ ରଖିବାକୁ ପଡିଥିଲା। ଏବେ ୩୦ ବର୍ଷ ପରେ ଆମେ ବିଶ୍ଵର ତୃତୀୟ ସବୁଠୁ ବଡ ବୈଶ୍ଵିକ ବିଦେଶୀ ମୁଦ୍ରା ଭଣ୍ଡାରରେ ପରିଣତ ହୋଇଛୁ।

{"id":285334,"sizeSlug":"large"}

ଭାରତ ପୂର୍ବରୁ ହିଁ ବିଦେଶୀ ମୁଦ୍ରା ଭଣ୍ଡାର ମାମଲାରେ ରୁଷ ଓ ଦକ୍ଷିଣ କୋରିଆକୁ ଅତିକ୍ରମ କରିଥିଲା। ଏବେ ଭାରତ ଚୀନ ଓ  ଜାପାନ ପରେ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ମହିନ୍ଦ୍ରା ଏକ ଆର୍ଟିକିଲ୍‌ର ଲିଙ୍କ୍ ଟ୍ଵିଟ୍‌ କରିଥିଲେ ଯେ, ୪୯୩ ଅରବ ଡଲାରର ଭଣ୍ଡାର ଆଗାମୀ ୧୭ ମାସ ପାଇଁ ଆମଦାନୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଅଟେ।

୪୬୩.୬୩ ଅରବ ଡଲାର ଅତିକ୍ରମ କଲା FCA

ଉଲ୍ଲେଖନୀୟ, ଫରେନ କରେନ୍ସି ଆସେଟ୍(FCA) ବିଦେଶୀ ମୁଦ୍ରା ଭଣ୍ଡାରର ଏକ ବଡ ଅଂଶ ହୋଇଥାଏ। ଏହା ଜୁନ ୫ରେ ସମାଡ୍ତ  ହୋଇଥିବା ସପ୍ତାହରେ ୮.୪୨ ଅରବ ଡଲାରରୁ  ବଢି ୪୬୩.୬୩ ଅରବ ଡଲାରରେ ପହଞ୍ଚିଥିଲା। ବିଦେଶୀମୁଦ୍ରା ଭଣ୍ଡାରରେ ଅଣ ଆମେରିକା ମୁଦ୍ରା ଅର୍ଥାତ ୟୁରୋ, ପାଉଣ୍ଡ ଓ ୟେନରେ ହ୍ରାସ-ବର୍ଦ୍ଧିତ ମୂଲ୍ୟକୁ ଏଫସିଏରେ ସାମିଲ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.