ପରେଡରେ ଭାଗନେଲେ ରାଫେଲ ଉଡାଇଥିବା ଭାରତର ପ୍ରଥମ ମହିଳା ପାଇଲଟ୍ ଶିବାଙ୍ଗୀ ସିଂ

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬/୦୧: ରାଜପଥ ପରେଡରେ ଦେଶ ଦେଖିଲା ନାରୀ ଶକ୍ତି । ଦେଶର ପ୍ରଥମ ମହିଳା ଭାବେ ରାଫେଲ ଉଡାଇଥିବା ପାଇଲଟ୍ ଶିବାଙ୍ଗୀ ସିଂ ବାୟୁ ସେନାର ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିଥିଲେ । ବାୟୁ ସେନାର ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିବାରେ ଶିବାଙ୍ଗୀ ଯୁଦ୍ଧ ବିମାନ ଉଡାଇଥିବା ଦ୍ୱିତୀୟ ମହିଳା ପାଇଲଟ୍।  

୨୦୧୭ ମହିସାରେ ଶିବାଙ୍ଗୀ ବାୟୁ ସେନାରେ ଯୋଗ ଦେଇଥିଲେ। ବାୟୁ ସେନାର ମହିଳା ଯୁଦ୍ଧ ବିମାନର ପାଇଲଟଙ୍କ ଦ୍ୱିତୀୟ ବ୍ୟାଚରେ ସେ ସାମିଲ ହୋଇଥିଲେ। ରାଫେଲ ଉଡ଼ାଇବା ପୂର୍ବରୁ ସେ ମିଗ୍-୨୧ ଯୁଦ୍ଧ ବିମାନ ଉଡାଇଥିଲେ । ଶିବାଙ୍ଗୀ ପଞ୍ଜାବର ଅମ୍ୱାଲା ସ୍ଥିତ ବାୟୁ ସେନାର ଗୋଲ୍ଡନ ଏୟୋଜ ସ୍କ୍ୱାର୍ଡନରେ ନିୟୋଜିତ । ବାୟୁ ସେନାର ଚିଳତ ବର୍ଷର ପ୍ରଜ୍ଞାପନ ମେଢର ଶୀର୍ଷକ ‘ଭାରତୀୟ ବାୟୁ ସେନା, ଭବିଷ୍ୟ ପାଇଁ ପରିବର୍ତ୍ତନ’ । ପ୍ରଜ୍ଞାପନ ମେଢରେ ମିଗ-୨୧, ଜି-ନେଟ୍, ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ରାଫେଲ ବିମାନର ମେଡଲ ସ୍ଥାନ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.