କେରଳରେ ଆରମ୍ଭ ହେଲା ଭାରତର ପ୍ରଥମ ଓ୍ବାଟର ଟାକ୍ସି ସେବା, ବସିବେ ୧୦ ଜଣ ଯାତ୍ରୀ
18/10/2020 at 2:22 PM

କେରଳ ୧୮/୧୦: କେରଳ ରାଜ୍ୟ ଜଳ ପରିବହନ ବିଭାଗ ଓ୍ବାଟର ଟାକ୍ସି ସେବା ଆଜିଠାରୁ ଆରମ୍ଭ କରିଛି। ତେବେ ଏହା ହେଉଛି ଭାରତର ପ୍ରଥମ ଓ୍ବାଟର ଟାକ୍ସି ବୋଟ୍। ଓ୍ବାଟର ଟାକ୍ସି ଟେଷ୍ଟ ପରେ ଚାରିଟି ଡଙ୍ଗାକୁ ସର୍ବସାଧାରଣ ପାଇଁ ଉପଯୋଗ କରିବା ଆଦେଶ ଦିଆଯାଇଛି।
ଏସଟିଡବ୍ଲୁଡି ନିର୍ଦେଶକ ଶାଜି ବି ନାୟର କହିଛନ୍ତି ସବୁ ପ୍ରକାର ଅତିରିକ୍ତ ସୁରକ୍ଷା ସହିତ ଏ ସେବା ପାଇଁ ଚାରିଟି ନୌକାକୁ ଉପଯୋଗ କରାଯିବ। ଏହା ଏକ ଡିଜିଲ ସଞ୍ଚାଳିତ ଗାଡ଼ି। ଅର୍ଥାତ ଏହା ଡିଜେଲରେ ଚାଲିବ। ଥରକରେ ୧୦ ଜଣ ଯାତ୍ରୀ ଏଥିରେ ବସିବେ। ତେବେ ଏ ନୌକାର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା।
ଡଙ୍ଗା ନିର୍ମାଣ କୋଚିର ଏକ ଫାର୍ମ ନଭଗତି କରିଛି। ୩୦ ମିନିଟ୍ ପାଇଁ ୭୫୦ ଟଙ୍କା ଭଡ଼ା ଏବେ ନିର୍ଧାରିତ କରାଯାଇଛି। ପରେ କିନ୍ତୁ ଭଡ଼ାରେ ପରିବର୍ତନ ଆସିପାରେ।
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021