Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରଥମ ଲୋକସଭା ନିର୍ବାଚନରେ ଦେଇଥିଲେ ଭୋଟ୍‌, ୧୦୪ ବର୍ଷରେ ହ୍ବିଲ୍‌ ଚେୟାରରେ ବସି ବୁଥ୍‌ରେ ପହଞ୍ଚିଲେ ଶ୍ୟାମ ଶରଣ

30/10/2021 at 6:28 PM

ନୂଆଦିଲ୍ଲୀ ୩୦/୧୦: ଦେଶର ପ୍ରଥମ ଭୋଟରଙ୍କୁ ଶନିବାର ରେଡ୍‌ କାର୍ପେଟରେ ସ୍ବାଗତ କରାଯାଇଛି । ହିମାଚଳପ୍ରଦେଶରେ ଚାଲିଥିବା ଉପନିର୍ବାଚନ ପାଇଁ ମତଦାନ କରିବାକୁ ଆସିଥିବା ମାଷ୍ଟର ଶ୍ୟାମ ଶରଣ ନେଗୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏମିତି ଦୃଶ୍ୟ କିନୌରର କଳ୍ପ ବୁଥରେ ଦେଖିବାକୁ ମିଳିଛି। ଶ୍ୟାମ ଶରଣଙ୍କ ବୟସ ୧୦୪ ବର୍ଷ । ବୟସ ଶତକ ମାରିଥିବା ବେଳେ ନେଗୀ କିନ୍ତୁ ନିଜ କର୍ତ୍ତବ୍ୟରୁ ଓହରି ଯାଇନାହାନ୍ତି ବରଂ ନିଜର ମତ ସାବ୍ୟସ୍ତ କରିଛନ୍ତି। ବୟାସାଧିକ କାରଣରୁ ଶରୀରକୁ ରୋଗ ମାଡ଼ିଆସିଛି । ତେଣୁ ସେ  ଫିଟ୍‌ ନଥିବାରୁ ହ୍ବିଲ୍‌ ଚେୟାରରେ ବସି ମତଦାନ କେନ୍ଦ୍ରକୁ ଆସିଛନ୍ତି। ଏହି ସମୟରେ ତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ କେବଳ ଯେ ତାଳି ବାଜିଛି ତା ନୁହେଁ ବରଂ ରେଡ୍‌ କାର୍ପେଟ ମଧ୍ୟ ବିଛାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ବୁଥ୍‌କୁ ଆଣିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା । ମାଷ୍ଟର ଶ୍ୟାମ ଶରଣ  କିନୌରର କଳ୍ପ ବୁଥରେ ଶନିବାର ଦ୍ବିପ୍ରହରରେ ପହଞ୍ଚିଥିଲେ । ଏହି ସମୟରେ କିନୌର ପ୍ରଶାସନ ଏବଂ ସ୍ଥାନୀୟ ଲୋକେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ । ପାରମ୍ପରିକ ବାଦ୍ୟ ଯନ୍ତ୍ର ଏବଂ ତାଳି ମାଡ଼ରେ ପରିବେଶ ପ୍ରକମ୍ପିତ ହେଉଥିଲା । ବୁଥ୍‌ରେ ପହଞ୍ଚିବା ପରେ ନେଗୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅପୂର୍ବ ଦେବଗନ ଟୋପି ଏବଂ ମଫଲର ପିନ୍ଧାଇ ସମ୍ମାନିତ କରିଥିଲେ।

ମାଷ୍ଟର ଶ୍ୟାମ ଶରଣ ନେଗୀ ୧୯୫୧ରେ ପ୍ରଥମ ଥର ଲୋକସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲେ। ଲୋକସଭା ନିର୍ବାଚନ ୧୯୫୨ରେ ଆରମ୍ଭ ହୋଇଥିଲା । କିନ୍ତୁ ବରଫ ବୃଷ୍ଟି କାରଣରୁ କିନୌରର କଳ୍ପରେ ୬ ମାସ ପୂର୍ବରୁ ମତଦାନ ହୋଇଥିଲା । ତେଣୁ ପ୍ରଥମ ଭୋଟର ଭାବେ ଶ୍ୟାମ ଶରଣଙ୍କୁ ଜଣାଯାଏ। ନେଗୀଙ୍କୁ ଏବେ ୧୦୪ ବର୍ଷ ବୟସ ହୋଇଥିବା ବେଳେ ଏହି ବୟସରେ ଭୋଟ ଦେଇ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।   

   Related Posts