ଭାରତର ପ୍ରଥମ ଆଦିବାସୀ ଭାବେ ମିସ୍‌ ଇଣ୍ଡିଆ ଓ ମିସେସ୍‌ ଇଣ୍ଡିଆ ୟୁନିଭର୍ସ ମୁକୁଟ ଜିତିଲେ ଏହି ସୁନ୍ଦରୀ…

Published By : Prameya-News7 Bureau | August 28, 2019 IST

ମୁମ୍ବାଇ୨୮|୮: ଆଜିକାଲି ଫେମସ ହେବା ପାଇଁ ସୋସିଆଲ ମିଡିଆ ଏକ ଭଲ ପ୍ଲାଟପର୍ମ ହୋଇଯାଇଛି। ସୋସିଆଲ ମିଡିଆ ଦ୍ବାରା ଲୋକେ ରାତା ରାତି ଷ୍ଟାର ହେଉଛନ୍ତି। ତେବେ ଏମିତି ଜଣେ ଆଦିବାସୀ ଯୁବତୀଙ୍କ ବିଷୟରେ ଜାଣନ୍ତୁ ଯିଏ ମିସ ଇଣ୍ଡିୟାର ମୁକୁଟ ଜିତିଛନ୍ତି।

{"id":150094}

ବେଶ ପ୍ରତିଷ୍ଠା ଲାଭ କରିଥିବା ଭାରତରେ ପ୍ରଥମ ଆଦିବାସୀ ସୁନ୍ଦରୀ ମିସ ଇଣ୍ଡିଆ ଟାଇଟଲ ହାସଲ କରିଥିଲେ । ଏହି ସୁନ୍ଦରୀ ଆଦିବାସୀ ଯୁବତୀଙ୍କ ନାଁ ହେଉଛି ପ୍ରୀତି ମିଣା। ପ୍ରୀତି ରାଜସ୍ଥାନର ସବୁଠୁ ସୁନ୍ଦରୀ ମହିଳା। ୨୦୧୮ ମସିହାରେ ସେ ମିସେସ୍‌ ରାଜସ୍ଥାନର କ୍ରାଉନ ଜିତିଥିଲେ।

{"id":150095}

ପ୍ରୀତିଙ୍କ ସ୍ବାମୀ ଜଣେ ପୋଲିସ ଅଧିକାରୀ। ପ୍ରୀତି ଆତ୍ମନିର୍ଭରଶୀଳ ହେବାଲାଗି ମହିଳାଙ୍କୁ ପ୍ରେରଣା ଦେବା କାମରେ ଲାଗିଛନ୍ତି । ଏହା ବ୍ୟତୀତ ସେ ନିଜ ପରିବାର ସହ ବେଶ ଖୁସୀ ଅଛନ୍ତି। ମଡେଲିଂ କରିବା ସହ ପ୍ରୀତି ପ୍ଲସ୨ରୁ ପିଜି ଯାଏଁ ପଢାରେ ଟପର ହୋଇଥିଲେ।

{"id":150096}

ଏବେ ପ୍ରୀତି ସମାଜରେ ବେଟି ବଚାଓ ବେଟି ପଢାଓ, ମହିଳା ଅତ୍ୟାଚାର, ସ୍ବଚ୍ଛ ଭାରତ ଅଭିଯାନ, ମହିଳା ସଶକ୍ତିକରଣ ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ ସମାଜକୁ ଭଲ ବାର୍ତ୍ତା ଦିଅନ୍ତି। ମିସେସ୍‌ ଇଣ୍ଡିୟା ସୁନିଭର୍ସ ୨୦୧୮ର ଫାଇନାଲିଷ୍ଟ ପ୍ରୀତି ମିଣା ବିଶେଷ କରି ମହିଳାମାନଙ୍କ ପାଇଁ ଜଣେ ଭଲ ଉଦ୍‌ହାରଣ। ସେ ସ୍ବପ୍ନ ଦେଖି ତାକୁ ପୂରା ମଧ୍ୟ କରିଛନ୍ତି। ତାଙ୍କର ୩ବର୍ଷ ବୟସର ଜାଆଁଳା ପୁତ୍ର-କନ୍ୟା ଅଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.