Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଦୁନିଆର ପ୍ରଥମ ଋଫଟପ୍ ଓପନ୍ ଏୟାର୍ ଡ୍ରାଇଭ୍-ଇନ୍ ଥିଏଟର୍: କାରରେ ବସି ନେବେ ଫିଲ୍ମର ମଜା, ରହିଛି ୨୯୦ କାର୍ କ୍ଷମତା

2/11/2021 at 4:09 PM

ମୁମ୍ବାଇ ୦୨/୧୧ : ରିଲାଏନ୍ସ ନଭେମ୍ବର ୫ ତାରିଖରେ ମୁମ୍ବାଇରେ ଦେଶର ପ୍ରଥମ ଜିଓ ଡ୍ରାଇଭ-ଇନ ଥିଏଟର ଖୋଲିବ। ଏହାକୁ ଜିଓ ୱାର୍ଲଡ ଡ୍ରାଇଭ (JWD) ରେ ଖୋଲାଯିବ। ଏହା ଦୁନିଆର ପ୍ରଥମ ଋଫଟପ, ଓପନ ଏୟାର ଡ୍ରାଇଭ-ଇନ ଥିଏଟର ହେବ। ଏହି ଥିଏଟର ଛାତ ଉପରେ ହେବ। ଏହି ଓପନ ଏୟାର ଥିଏଟରରେ ଲୋକେ ଖୋଲା ଆକାଶ ତଳେ ନିଜ କାରରେ ବସି ଫିଲ୍ମର ମଜା ନେଇପାରିବେ। ଏହି ଥିଏଟରରେ ମୁମ୍ବାଇର ସବୁଠାରୁ ବଡ ସିଲଭର ସ୍କ୍ରିନ ହେବ।

ଏହି ଡ୍ରାଇଭ-ଇନ ଥିଏଟରକୁ PVR ଦ୍ୱାରା ଅପରେଟ କରାଯିବ। ଜିଓ ଡ୍ରାଇଭ-ଇନରେ ୨୯୦ କାର କ୍ଷମତା ରହିଛି ଯାହା ମୁମ୍ବାଇରେ ସବୁଠାରୁ ବଡ ସିନେମା ସ୍କ୍ରିନ। ଜିଓ ୱାର୍ଲଡ ଡ୍ରାଇଭ ୧୭.୫ ଏକର ଜମିରେ ରହିଛି। ଏହା ସହରର ସବୁଠାରୁ ପ୍ରିମିୟମ ଲୋକେସନ ବାନ୍ଦ୍ରା କୁର୍ଲାରେ ରହିଛି। ତେବେ ଏହି ଡ୍ରାଇଭ-ଇନ ଥିଏଟରର ଫଟୋ ଏବେ ଯାଏଁ ସାମ୍ନାକୁ ଆସିନି।

ଡ୍ରାଇଭ-ଇନ ସିନେମା ଅର୍ଥାତ ଆପଣ ନିଜ କାରରେ ବସି ଫିଲ୍ମର ମଜା ନେବେ। ଏହିଭଳି ଓପନ ଥିଏଟର ବଡ ମଇଦାନରେ ରହିଥାଏ। ଏଠାରେ ବି ଫିଲ୍ମ ଶୋ’ର ଟାଇମିଙ୍ଗ ଥାଏ ଏବଂ କାରମାନଙ୍କୁ ଏକ ଲାଇନରେ ପାର୍କିଙ୍ଗ କରାଯାଇଥାଏ ଯେପରି ଫିଲ୍ମ ଆରମ୍ଭ ହେଲେ କାର ଆରାମରେ ଆସିପାରିବ ଓ ସରିବା ପରେ ଆରାମରେ ବାହାରି ହେବ।

ଦେଶରେ ଡ୍ରାଇଭ-ଇନ ଥିଏଟରର କନସେପ୍ଟ ବଢ଼ିବାରେ ଲାଗିଛି। କୋଭିଡ ମହାମାରୀ ପରେ ବାହାରେ ଫିଲ୍ମ ଦେଖିବାକୁ ଏହା ଉତ୍ତମ ବିକଳ୍ପ। ଲୋକେ ନିଜ ଗାଡିରେ ସୁରକ୍ଷିତ ଭାବେ ବସି ଫିଲ୍ମ ଦେଖିପାରିବେ। ବର୍ତମାନ ଦେଶରେ ୬ଟି ଡ୍ରାଇଭ-ଇନ ସିନେମା ଅଛି। ଦୁଇଟି ଗୁଡଗାଓଁରେ, ଅହମଦାବାଦ, ଚେନ୍ନାଇ, ବିଶାଖାପଟନମ ଓ ବେଙ୍ଗାଲୁରୁରେ ଗୋଟିଏ ଲେଖାଏଁ ଅଛି।

ଏହିଭଳି ଥିଏଟରରେ ଏକ ବଡ ଆଉଟଡୋର ସ୍କ୍ରିନ ଥାଏ। ସାଉଣ୍ଡ ପାଇଁ ରେଡ଼ିଓ ଫ୍ରିକ୍ୱେନ୍ସି କିମ୍ବା ଏକ୍ସଟର୍ନାଲ ସ୍ପିକର ବ୍ୟବହାର କରାଯାଏ। କାରଗୁଡିକ ୬ ଫୁଟ ଦୂରତାରେ ପାର୍କିଙ୍ଗ କରାଯାଏ। ଖାଦ୍ୟପେୟ ଜିନିଷ ଆପଣ ନିଜେ ନେଇକି ଯାଇପାରିବେ।

ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଶ୍ରୀନଗରର ପ୍ରସିଦ୍ଧ ଡଲ ହ୍ରଦରେ ପ୍ରଥମଥର ପାଇଁ ଓପନ ଏୟାର ଫ୍ଲୋଟିଙ୍ଗ ଥିଏଟର ଆରମ୍ଭ କରିଛି। ଲୋକେ ସେଠାରେ ଡଙ୍ଗାରେ ବସି ଫିଲ୍ମର ମଜା ନେଇପାରିବେ। ଏହାଦ୍ୱାରା କାଶ୍ମୀରରେ ପୁଣିଥରେ ସିନେମା ଆରମ୍ଭ ହୋଇଛି। କାରଣ ଜାମ୍ମୁ କାଶ୍ମୀରରେ ବହୁ ଦିନରୁ ଥିଏଟର ବନ୍ଦ ଥିଲା।

   Related Posts