Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ନଭେମ୍ବର ୨୭ରେ ଦୁବାଇ ପଳାଇଛନ୍ତି ଭାରତର ପ୍ରଥମ ଓମିକ୍ରନ୍‌ ସଂକ୍ରମିତ, ପଢ଼ନ୍ତୁ ତାଙ୍କର ଯାତ୍ରା ଡିଟେଲ୍ସ

2/12/2021 at 8:18 PM

ନୂଆଦିଲ୍ଲୀ ୦୨/୧୨: ଗୁରୁବାର କର୍ଣ୍ଣାଟକରୁ ଦୁଇ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୟୁଏଇ ପଳାଇଛନ୍ତି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ,  ନଭେମ୍ବର ୨୦ରେ ଭାରତ ଆସିଥିବା ୬୬ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାର ଠିକ୍‌ ୭ ଦିନ ପରେ ସେ ଦୁବାଇ ପଳାଇଥିଲେ । ସେ କରୋନା ଭ୍ୟାକସିନ୍‌ର ଦୁଇ ଡୋଜ୍‌ ନେଇଥିଲେ। ଯାତ୍ରୀ ଜଣକ ଚଳିତ ବର୍ଷ ନଭେମ୍ବର ୨୦ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ । ସେତେବେଳେ ତାଙ୍କ ପାଖରେ କରୋନା ନେଗେଟିଭ୍‌ ରିପୋର୍ଟ ଥିଲା।

ଫେରିଯିବା ପୂର୍ବରୁ କେଆଇଏ ବେଙ୍ଗାଲୁରୁରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ଭାରତ ଆସିବା ପରେ ସେ ନଭେମ୍ବର ୨୦ ତାରିଖରେ ଏକ ହୋଟେଲ୍‌ରେ ରହିଥିଲେ। ଏହି ସମୟରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ଏକ ଡାକ୍ତରୀ ଦଳ ହୋଟେଲ ଯାଇ ସଂକ୍ରମିତଙ୍କୁ ସେଲ୍ଫ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ। ନଭେମ୍ବର ୨୨ରେ ତାଙ୍କର ସାମ୍ପଲ ଜିନୋମ ସିକ୍ବେନ୍ସ ପାଇଁ ପଠାଯାଇଥିଲା। ତାପରେ ବ୍ୟକ୍ତି ଜଣକ ଏକ ଘରୋଇ ଲ୍ୟାବ୍‌ରେ ଯାଞ୍ଚ କରିଥିଲେ। ନଭେମ୍ବର ୨୩ରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା ।

ସଂକ୍ରମିତଙ୍କ ସମ୍ପର୍କରେ ୨୪ ଜଣ ଆସିଥିଲେ। ସେମାନଙ୍କର କରୋନା ପରୀକ୍ଷା ନେଗେଟିଭ୍‌ ଆସିଥିଲା। ବ୍ୟକ୍ତି ଜଣକ ନଭେମ୍ବର ୨୭ ତାରିଖ ମଧ୍ୟ ରାତ୍ରିରେ ହୋଟେଲ୍‌ ଛାଡ଼ି ଏୟାରପୋର୍ଟ ପାଇଁ କ୍ୟାବ୍‌ ବୁକ୍‌ କରିଥିଲେ। ତାପରେ ସେ ଦୁବାଇ ଯାତ୍ରା କରିଥିଲେ।

ସେପଟେ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲଭ ଅଗ୍ରଓ୍ବାଲ୍‌ କହିଛନ୍ତି, କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୬ ଏବଂ ୪୬ ବର୍ଷୀୟ ଦୁଇ ବ୍ୟକ୍ତିଙ୍କ ଠାରେ ହାଲକା ଲକ୍ଷଣ ଦେଖାଦେଇଛି । ତେବେ ଏହି ପରିସ୍ଥିତିରେ ଭୟ ନକରି କୋଭିଡ ଉପଯୁକ୍ତ ବ୍ୟବହାର କରିବାକୁ  ଲୋକମାନଙ୍କୁ କେନ୍ଦ୍ର ସରକାର ଅପିଲ କରିଥିବା ବେଳେ ଟିକା ନେବା ପାଇଁ ପରାମର୍ଶ ଦେଇଛନ୍ତି ।

   Related Posts