ମିଳିଲା ମେକ୍-ଇନ-ଇଣ୍ଡିଆର ଫାଇଦା, ଜାଣନ୍ତୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ସ୍ନାଇପର ରାଇଫଲର ଖାସ କ'ଣ

Published By : Prameya-News7 Bureau | October 14, 2019 IST

ବେଙ୍ଗାଲୁରୁ :  କର୍ଣ୍ଣାଟକର ଏକ ଆର୍ମସ ମାନୁଫାକ୍ଚରିଂ କମ୍ପାନୀ ପ୍ରଥମ ସ୍ୱଦେଶୀ ରାଇଫଲର ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛି। ବେଂଗାଲୁରୁସ୍ଥିତ କମ୍ପାନୀ ଏସ୍ଏସ୍ଏସ୍ ଡିଫେନ୍ସ ଏହି ରାଇଫଲଗୁଡିକୁ ପ୍ରସ୍ତୁତ କରିଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୨ଟି ରାଇଫଲ ପ୍ରସ୍ତୁତ କରିଛି। ସେଗୁଡିକର ଉତ୍ପାଦନ ଆରମ୍ଭ ହେଲେ ଭାରତ ଅତ୍ୟାଧୁନିକ ଅସ୍ତ୍ର ନିର୍ମାଣର ହବରେ ରୂପାନ୍ତରିତ ହେବ।

{"id":170161}

ଦେଶରେ ମେକ-ଇନ୍-ଇଣ୍ଡିଆ ଆସିବା ପରେ କମ୍ପାନୀ ଅସ୍ତ୍ରଶସ୍ତ୍ର ଡିଜାଇନ ଓ ଉତ୍ପାଦନ ଲାଗି ପଦକ୍ଷେପ ନେଇଥିବା ସଂସ୍ଥାର ପ୍ରବନ୍ଧନ ନିର୍ଦ୍ଦେଶକ ସତୀଶ ଆର.ମଚାନୀ କହିଛନ୍ତି। ଏସ୍ଏସ୍ଏସ୍ ପ୍ରଥମେ ଦେଶରେ ଅଟୋମେଟିଭ କମ୍ପୋନେଟର ଉତ୍ପାଦନ କରୁଥିଲା। ତେବେ ଦେଶର କିଛି ନିର୍ବାଚିତ କମ୍ପାନୀଙ୍କ ମଧ୍ୟରେ ଏହାକୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣର ଅନୁମତି ମିଳିଛି। ଏହା ପୂର୍ବରୁ କମ୍ପାନୀ ପ୍ରତିରକ୍ଷା ବିଭାଗ ଲାଗି ପାର୍ଟସ ଉତ୍ପାଦନ କରି ଯୋଗାଇ ସାରିଛି। ଏଣୁ ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଅତ୍ୟାଧନିକ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିବା ଆମର ଉଦ୍ଦେଶ୍ୟ ବୋଲି ମଚାନୀ କହିଛନ୍ତି।

{"id":170162}

ସେହିଭଳି କମ୍ପାନୀ ବିକଶିତ କରିଥିବା ସ୍ନାଇପର ରାଇଫଲସ ସମ୍ପର୍କରେ ସୂଚନା ଦେଇ ସିଇଓ ବିବେକ କୃଷ୍ଣ କହିଛନ୍ତି ଯେ ଏଗୁଡିକ ହାଇଏଣ୍ଟ ସ୍ନାଇପର ରାଇଫଲ। ଲପୁଆ ମ୍ୟାଗ୍ନମ ପ୍ଲାଟଫର୍ମରେ ପ୍ରସ୍ତୁତ ହେବାକୁ ଥିବା ଏହି ରାଇଫଳ ବିଶ୍ୱର ଅତ୍ୟାଧୁନିକ ରାଇଫଲଙ୍କ ମଧ୍ୟରେ ଅନ୍ୟତମ ଓ ହାଲୁକା। ଯାହାକୁ ସୀମାରେ ହେଉ ଅଥବା ଦେଶ ଭିତରେ ଆତଙ୍କବାଦ ଓ ଶତ୍ରୁଙ୍କ ବିରଧରେ ସୁରକ୍ଷା କର୍ମୀ ବ୍ୟବହାର କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.