୧୨୮ ଏକର ଜମିରେ ତିଆରି ହେଲା ଦେଶର ପ୍ରଥମ ଡାଇନୋସର ଜୀବାସ୍ମ ପାର୍କ : ଏଠାରୁ ମିଳିଥିଲା ଡାଇନୋସର ଜୀବାସ୍ମ

Published By : Prameya-News7 Bureau | June 02, 2019 IST

ଗୁଜୁରାଟ ବାଲାସିନୋରରେ ଦୁନିଆର ତୃତୀୟ ବୃହତ ଏବଂ ଦେଶର ପ୍ରଥମ ଡାଇନୋସର ପାର୍କ ତିଆରି ହୋଇଛି । ଖୁବ ଶୀଘ୍ର ସାଧାରଣ ଜନତାଙ୍କ ପାଇଁ ଖୋଲାଯିବା ପାର୍କ । ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜବାହର ଚାୱଡା କିଛି ଦିନ ପୁର୍ବରୁ ପାର୍କ ପରିଦର୍ଶନ କରିଛନ୍ତି । ଗୁଜରାଟ ପର୍ଯ୍ୟଟନ ବିଭାଗ ୧୨୮ ଏକର ଜମିରେ ଏହି ପାର୍କ ତିଆରି କରିଛି । ୩୬ ବର୍ଷ ପୂର୍ବରୁ ସେଠାରୁ ଡାଇନୋସରର ଜୀବାସ୍ମ ମିଳିଥିଲା ।

{"id":118873}

୬.୫ କୋଟି ବର୍ଷ ପୁରୁଣା ଡାଇନୋସରର ଇତିହାସ ଦର୍ଶାଇବା ପାଇଁ ଏହା ଦେଶର ପ୍ରଥମ ଆଧୁନିକ ମ୍ୟୁଜିୟମ । ଏଠାରେ ଡାଇନୋସରର ରହଣି, ଖାଦ୍ୟପେୟ ଏବଂ ତା ଜୀବନ ସହ ଜଡିତ ସମସ୍ତ ତଥ୍ୟ ସମ୍ପର୍କରେ ସୂଚନା ଦିଆଯିବ ।

{"id":118874}

ବାଲାସିନୋରରୁ ୧୧ କି:ମି ଦୂର ରେୟୋଲି ଗାଁରେ ଡାଇନୋସର ବିଶେଷଜ୍ଞଙ୍କ ରିସର୍ଚ୍ଚ ସେଣ୍ଟର ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ, ଡାଇନୋସରର ପାଖାପାଖି ୭ ପ୍ରଜାତି ଏଠାରେ ରହୁଥିଲେ । ଏଠାରୁ ଡାଇନୋସରର ୧୦ ହଜାର ଅଣ୍ଡାର ଅବଶେଷ ମିଳିଥିଲା ।

{"id":118875}

ଏହା ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ଯେଉଁଠାରୁ ଏତେ ସଂଖ୍ୟକ ଡାଇନୋସର ଅଣ୍ଡାର ଅବଶେଷ ମିଳିଥିଲା । ଏହାକୁ ଦୁନିଆର ତୃତୀୟ ସବୁଠାରୁ ବଡ ଜୀବାସ୍ମ ସ୍ଥଳ ବୋଲି ମଧ୍ୟ କୁହାଯାଏ । ୨୦୦୩ ମସିହାରେ ଖନନ ବେଳେ କିଛି ନୂଆ ପ୍ରଜାତିର ଜୀବାସ୍ମ ମଧ୍ୟ ମିଳିଥିଲା ।

{"id":118878,"align":"center","width":570,"height":316}

ନର୍ମଦା ନଦୀ କୁଳରେ ଏହି ଡାଇନୋସରଙ୍କ ହାଡ ମଧ୍ୟ ମିଳିଥିଲା । ୨୦୦୩ ମସିହାରେ ଡାଇନୋସରର ଯେଉଁ କଙ୍କାଳ ମିଳିଥିଲା ସେଥିରେ ମୁଖ୍ୟତଃ ମସ୍ତିସ୍କ, ମେରୁଦଣ୍ଡ, ଅଂଟା, ଗୋଡ ଓ ଲାଞ୍ଜର ହାଡ ଥିଲା ।

{"id":118876}

ମ୍ୟୁଜିୟମରେ ଏକ ଟାଇମ ମେସିନ ରହିଛି । ଏହି ଟାଇମ ମେସିନରେ ବିଶ୍ୱ ଏବଂ ଗୁଜରାଟର ଅଲଗା ଅଲଗା ଡାଇନୋସରଙ୍କ ଅବଶେଷ ଦେଖାଯାଇଛି । ଏହାଛଡା ସେଠାରେ ୫ଡି ଥିଏଟର ଓ ୩ଡି ଫିଲ୍ମ ବ୍ୟବସ୍ଥା ମଧ୍ୟ ରହିଛି ।

{"id":118877}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.