Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଭାରତର ପ୍ରଥମ BS-6 ବାଇକ୍‌ ସ୍ପ୍ଲେଣ୍ଡର i Smart ହେଲା ଲଞ୍ଚ, ଜାଣନ୍ତୁ ଫିଚର୍ସର ବିଷେଶତ୍ବ

13/11/2019 at 12:34 PM

ନୂଆଦିଲ୍ଲୀ୧୩|୧୧: ଦୁନିଆର ସବୁଠୁ ବଡ ଟୁ-ହୁଇଲର ନିର୍ମାତା ହିରୋ ମୋଟର୍ସ ଆଜି ଭାରତରେ ପ୍ରଥମ ବିଏସ-୬ ବାଇକ ସ୍ପ୍ଲେଣ୍ଡର ଆଇ ସ୍ମାର୍ଟ ଲଞ୍ଚ କରିଛି। ଏହି ଗାଡିର ଦାମ ହେଉଛି ୬୪,୯୦୦ ଟଙ୍କା। ଦିଲ୍ଲୀ ଏନ୍‌ସିଆରରେ ଏହି ବାଇକ ବିକ୍ରି ହେବା ପାଇଁ କିଛି ଦିନ ମଧ୍ୟରେ ଉପଲବ୍ଧ ହେବ। ଏହା ସହ ସମଗ୍ର ଭାରତରେ ମଧ୍ୟ ଏହି ଗାଡିର ଡିଲରସିପ ଆରମ୍ଭ ହେବ।  

 ଏହି ବାଇକ୍‌ ୩ଟି ରଂଗରେ ଉପଲବ୍ଧ ହେବ। ଟନ ଟେକ୍ନୋ ବ୍ଲୁ ଏଣ୍ଡ ବ୍ଲାକ୍‌, ସ୍ପୋର୍ଟସ ରେଡ ଏଣ୍ଡ ବ୍ଲାକ୍‌ ଓ ଫର୍ସ ସିଲଭର ଏଣ୍ଡ ଗ୍ରେ ରଂଗରେ ଏହି ଗାଡି ବଜାରରେ ବିକ୍ରି ହେବ। ଏହା ବ୍ୟତୀତ ବାଇକରେ ୨ଟି ଭେରିଏଣ୍ଟ ରହିଛି। ତାହା ହେଉଛି ସେଲ୍ଫ ଡ୍ରମ କାଷ୍ଟ ଓ ସେଲ୍ଫ ଡିସ୍କ କାଷ୍ଟ।

 ଗାଡିରେ ଫୁଏଲ ଇଂଜେକସନ ସିଷ୍ଟମ ରହିଛି। ଗାଡିଟି ଆରାମଦାୟକ ହେବା ସହ ଭଲ ମାଇଲେଜ ମଧ୍ୟ ଦେବ। କିଛି ମାସ ପୂର୍ବରୁ ଭାରତରେ ହିରୋକୁ BS-6 ଗାଡି ତିଆରି କରିବା ପାଇଁ ICAT ସାର୍ଟିଫିକେଟ ଦେଇଥିଲା।   

 ହିରୋର ଏହି ବାଇକରେ ୧୧୩ସିସିର ନୂଆ ଇଞ୍ଜିନ ମିଳିବ ଯାହା 9.1bhp ପାୱାର ଜେନେରେଟ କରିବ। ଏହି ବାଇକ ୧୦ ପ୍ରତିଶତ ଅଧିକ ଟର୍କ ଜେନେରେଟ କରିବ। ଗାଡିର ଗ୍ରାଉଣ୍ଡ କ୍ଲିୟରାନ୍ସ 180mm ରହିବ ଅର୍ଥାତ ଏହି ଗାଡିର ଉଚ୍ଚତା ଅଧିକ ରହିବ।

   Related Posts