ଭାରତରେ ପ୍ରଥମ ଥର ପାଇଁ ଶସ୍ତାରେ ମିଳୁଛି ୭୦୦୦ mAh ବ୍ୟାଟେରୀ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

Published By : Prameya-News7 Bureau | July 11, 2021 IST

ନୂଆଦିଲ୍ଲୀ ୧୧/୭ : ସ୍ମାର୍ଟଫୋନ୍‌ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ସାମସଙ୍ଗର ମେଗା ମନସୁନ୍ ଡିଲାଇଟ୍ ସେଲର ଆଜି ଶେଷ ଦିନ । ସ୍ମାର୍ଟଫୋନ୍ ସମେତ ଗ୍ରାହକଙ୍କୁ ଟିଭିରେ ମଧ୍ୟ ରିହାତି ଦିଆଯାଉଛି । କେତେକ ଭଲ ଓ ଖାସ୍ ସ୍ମାର୍ଟଫୋନ କାରବାର ବିଷୟରେ କହିବାକୁ ଗଲେ ଗ୍ରାହକମାନେ ଭାରତର ପ୍ରଥମ ୭୦୦୦ mAh ବ୍ୟାଟେରୀ ସାମସଙ୍ଗ ଗାଲାକ୍ସି ଏମ୍‌-୫୧କୁ ଏକ ଭଲ ଡିଲରେ ଘରକୁ ଆଣିପାରିବେ । କାହିଁକି ନାଁ ଏହି ସାମସଙ୍ଗ ଫୋନର ମୂଲ୍ୟ ୬GB + ୧୨୮GB ମଡେଲ ୨୨,୯୯୯ ଟଙ୍କା ହୋଇଥିବାବେଳେ ଏହାର ୮GB + ୧୨୮GB ପାଇଁ ଏହାର ମୂଲ୍ୟ ୨୪,୯୯୯ ଟଙ୍କା ରହିଛି ।

କିନ୍ତୁ ସାମସଙ୍ଗ ଡଟ କମ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାହକମାନେ ଏହାକୁ ୨୪ ମାସ ପାଇଁ ଇଏମଆଇରେ ୧୧୭୬.୭୮ ଟଙ୍କା ଦେଇ କିଣି ପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ୭୦୦୦ mAh ବ୍ୟାଟେରୀ ଏବଂ ଏହାର ୮ GB RAM ରହୁଛି ।  ତେବେ ଏହି ଫୋନର ଫିଚର୍ସ ବିଷୟରେ ଜାଣନ୍ତୁ । 

ସାମସଙ୍ଗ ଗାଲାକ୍ସି ଏମ୍‌-୫୧ ରେ ୬.୭ ଫୁଲ ଏଚଡି ଏବଂ ସୁପର ଆମୋଏଲ୍‌ଇଡି ଡିସପ୍ଲେ ଦେଉଛି । ଏହା ସହ କମ୍ପାନୀ ଇନ୍‌ଫିନିଟି  ଡିସପ୍ଲେ ବ୍ୟବହାର କରିଛି । ପଞ୍ଚହୋଲ ଡିସପ୍ଲେରେ ୩୨ ମେଗାଫିକ୍ସଲର ସେଲଫି କ୍ୟାମେରା ଦିଆଯାଇଛି । ଗ୍ରାଫିକ୍ସ ପାଇଁ, ଏହାକୁ ଆଡ୍ରେନୋ ୬୧୮GPU ଦିଆଯାଇଛି । Qualacomm Snapdragon ୭୩୦ଜି ସଞ୍ଚାଳକ ଦିଆଯାଇଛି । ସାମସଙ୍ଗ ଭାରତରେ ସ୍ମାର୍ଟଫୋନରେ ଇନହାଉସ୍ Exynos ପ୍ରୋସେସର୍ ପ୍ରଦାନ କରୁଛି । ଗାଲାକ୍ସି ଏମ୍‌-୫୧ରେ ଚାରୋଟି ରିଅର କ୍ୟାମେରାର ସେଟଅପ୍ ରହିଛି ।

ଏଥିରେ ୬୪ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ରହିଛି । ଦ୍ୱିତୀୟଟି ହେଉଛି ୧୨ ମେଗାପିକ୍ସେଲର ଅଲଟ୍ରା ୱାଇଡ୍ ଲେନ୍ସ । ଏବଂ ୫ ମେଗାପିକ୍ସେଲର ଡେପଥ୍ତ କ୍ୟାମେରା ସହ ୫ ମେଗାପିକ୍ସେଲ ମାକ୍ରୋ କ୍ୟାମେରା ମଧ୍ୟ ରହିଛି । ସିଙ୍ଗଲ ଟେକ ପାଇଁ ଆଗ ଓ ପଛ ପାଇଁ କ୍ୟାମେରା ରହିଛି । ଏହା ସହ ଚାର୍ଜିଂ ପାଇଁ ଗାଲାକ୍ସି ଏମ୍‌-୫୧ରେ ୭୦୦୦ mAh ବ୍ୟାଟେରୀ ସହିତ ୨୫ ୱାଟର ଫାଷ୍ଟ ଚାର୍ଜିଂ ପାଇଁ ସପୋର୍ଟ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.