Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧ଲକ୍ଷ ଡେଇଁଲା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା , ୨୪ଘଣ୍ଟାରେ ୭୯,୪୭୬ ନୂଆ ସଂକ୍ରମିତ ଚିହ୍ନଟ

3/10/2020 at 10:18 AM

ନୂଆଦିଲ୍ଲୀ ୦୩।୧୦: ଭାରତରେ ଶନିବାର ଦିନ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର୍‌ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ଲକ୍ଷ ପାର୍‌ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟବିଭାଗର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୯,୪୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ସେହିପରି ଦେଶରେ ୧୦୬୯ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ବର୍ତ୍ତମାନ କରୋନା ଭାଇରସରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪,୭୩,୫୪୫ରେ ପହିଞ୍ଚିଛି । ତେବେ ୯,୪୪,୯୯୬ଟି ଆକ୍ଟିଭ କେସ୍‌ ରହିଥିବା ବେଳେ ୫୪,୨୭,୭୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରପକ୍ଷେ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୧,୦୦,୮୪୨ରେ ପହିଞ୍ଚିଛି ।  

ଭାରତରେ ଅଣାୟତ୍ତ ରହିଛି କରୋନା । ଦେଶରେ କରୋନାରେ ମୃତଙ୍କ ସଂଖ୍ୟା ୧ଲକ୍ଷ ପାର୍‌ ହୋଇଛି । ଭାରତରେ ସାତ ମାସ ତଳେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଆଜିକା ଦିନର କରୋନା ସଂକ୍ରମଣ ସଂଖ୍ୟାରେ ଭାରତ ୨ୟ ସ୍ଥାନରେ ରହିଛି । ତେବେ କରୋନାରେ ମୃତକଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନରେ ରହିଛି । ସେହିପରି ଭାରତ  ଠାରୁ ଆଗରେ ଆମେରିକା ଓ ବ୍ରାଜିଲ ରହିଛି ।  କିନ୍ତୁ ଏହି ୨ୟ ଦେଶରେ ହେଉଥିବା କରୋନା ମୃତକଙ୍କ ସଂଖ୍ୟାରେ ଭାରତରେ ମୃତ୍ୟୁ ହାର ବହୁତ କମ୍‌ ରହିଛି ।

ଭାରତରେ କରୋନା ଭାଇରସରେ ମୃତ୍ୟୁ ହାର ୧.୫୬ ଥିବା ବେଳେ ବିଶ୍ୱରେ ଏହା ୨.୯୮ ରହିଛି । ସେହିପରି ଆମେରିକାରେ ମୃତ୍ୟୁହାର ୨.୮୪ ପ୍ରତିଶତ ଥିବା ବେଳେ ବ୍ରାଜିଲ୍‌ରେ ୨.୯୯ ରହିଛି । ଭାରତରେ କରୋନା ପ୍ରଥମ ମୃତ୍ୟୁର ୨୦୪ଦିନ ପରେ ଏହି ସଂଖ୍ୟା ୧ଲକ୍ଷରେ ପହିଞ୍ଚିଛି । ବ୍ରାଜିଲରେ ଏହି ସଂଖ୍ୟା ୧୫୮ଦିନରେ ପହିଞ୍ଚିଥିଲା । ସେହିପରି ଆମେରିକାରେ ଏହି ସଂଖ୍ୟା ୮୩ଦିନରେ ପୂରଣ ହୋଇଥିଲା ।  

ଭାରତରେ କରୋନା ଭାଇରସର ପ୍ରଥମ ମାମଲା ୩୦ଜାନୁଆରୀରେ କେରଳରୁ ଆସିଥିଲା । ଚୀନ୍‌ର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା । କିନ୍ତୁ କରୋନା ଭାଇରସରେ ପ୍ରଥମ ମୃତ୍ୟୁ ୧୨ମାର୍ଚ୍ଚରେ କର୍ଣ୍ଣାଟକର କୁଲବର୍ଗୀରେ ଜଣେ ୭୬ବର୍ଷୀୟ ବ୍ୟକ୍ତିଙ୍କର ହୋଇଥିଲା । ଯିଏକି ସାଉଦିରୁ ଫେରିଥିଲେ । ଯେତେବେଳେ ଦେଶରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିଲା, ସେହି ସମୟରେ ଦେଶରେ ମୋଟ ୭୫ଟି କରୋନା ସଂକ୍ରମିତ ମାମଲା ରହିଥିଲା । କିନ୍ତୁ ଏବେ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର୍‌ ହୋଇଛି ।

   Related Posts