ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ଲକ୍ଷ ପାର୍, ୨୪ଘଣ୍ଟାରେ ୯୪ହଜାରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩।୦୯: ପ୍ରତିଦିନ କରୋନା ଗ୍ରାଫ ଉପରମୁହାଁ ହୋଇଚାଲିଛି । ଦିନ ଗଡିବା ସହ ପ୍ରତିଦିନ ନୂଆ ରେକର୍ଡ କରିଚାଲିଛି କରୋମା ମହାମାରୀ । ରବିବାର ଦିନ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୪୭ଲକ୍ଷ ପାର୍‌ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୯୪,୩୭୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୯୪ହଜାରରୁ ଅଧିର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୧୪ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ ,୫୪,୩୫୭ଜଣ ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୯,୭୩,୧୭୫ଜଣ ସଂକ୍ରିୟ ରହିଛନ୍ତି । ସେହିପରି ୩୭,୦୨,୫୯୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ୭୮, ୫୮୬ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

wp:html /wp:html

ସେହିପରି ଗତ ୨୪ଘଣ୍ଟାରେ ଦେଶରେ ୧୦ଲକ୍ଷରୁ ଅଧିକ ଟେଷ୍ଟ ହୋଇସାରିଛି । ଆଇସିଏମ୍ଆର୍‌ ଅନୁଯାୟୀ, ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୫,୬୨,୬୦,୯୨୮ଟି ନମୁନା ଟେଷ୍ଟ ହୋଇସାରିଛି । ଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି କରୋନାରୁସୁସ୍ତ ହେବା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ମଇ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନାରେ ସୁସ୍ଥ ହେବା ସଂଖ୍ୟା ୫୦ହଜାରରୁ ବଢି ୩୬ଲକ୍ଷରେ ପହଞ୍ଚିଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁଯାୟୀ, ଭାରତରେ କଭୋଡ଼-୧୯ ସୁସ୍ଥ ମେ ମାସରେ ୫୦ହଜାର ଥିବା ବେଳେ ଏହା ସେପ୍ଟେମ୍ବରରେ ୩୬ଲକ୍ଷରେ ପହଞ୍ଚିଛି । ପ୍ରତିଦିନ ୭୦ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଭାରତରେ ସୁସ୍ଥ ହାର ସକ୍ରିୟ ହାର ତୁଳନାରେ ୩.୮ଗୁଣା ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.