Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତରେ ଲଞ୍ଚ୍‌ ହେଲା ସବୁଠାରୁ ଶସ୍ତା ୫ଜି ଫୋନ୍‌, ଦାମ୍‌ ସହ ଜାଣନ୍ତୁ କଣ ରହିଛି ଫିଚର୍‌

24/02/2021 at 4:20 PM

ନୂଆଦିଲ୍ଲୀ, ୨୪/୦୨: ଭାରତୀୟ ମୋବାଇଲ୍ ବଜାରରେ ୪ଜି ପରେ ଧିରେ ଧିରେ ଏବେ ୫ଜି ଫୋନ୍‌ ଉପଲବ୍ଧ ହେଉଛି । ମୋବାଇଲ୍‌ କମ୍ପାନୀ ରିଅଲ୍‌ମି ଭାରତରେ ଏବେ ଏହାର ନାର୍ଜୋ ୩୦ ସିରିଜ୍‌ ସ୍ମାର୍ଟଫୋନ୍‌କୁ ବଜାର ପ୍ରେବେଶ କରାଇଛି । ଏହା ରିଅଲ୍‌ମି ନାର୍ଜୋ ୩୦ ପ୍ରୋ ୫ଜି ଏବଂ ରିଅଲ୍‌ମି ନାର୍ଜୋ ୩୦ଏ ଦୁଇଟି ଭେରାଇଟିରେ ଉପଲବ୍ଧ ହେବ ।

ନାର୍ଜୋ ୩୦ ପ୍ରୋ ଫୋନ୍‌ ଭାରତର ସବୁଠାରୁ ଶସ୍ତା ୫ଜି ଫୋନ୍‌ । ଯାହାର ଦାମ୍‌ ଭାରତୀୟ ବଜାରରେ ୧୬,୯୯୯ ଟଙ୍କାରେ ଆରମ୍ଭ ହୋଇଛି । ଏହା ସହିତ କମ୍ପାନୀ ନୂଆ ୱୟାର୍‌ ଲେସ୍‌ ଇୟର୍‌ବଡ୍ସ ରିଅଲ୍‌ମି ବଡ୍ସ ଏୟାର ୨ ଏବଂ ମୋଶନ୍‌ ଆକ୍ଟିଭେଟେଡ୍‌ ନାଇଟ୍‌ ଲାଇଟ୍‌ ଭଳି କିଛି ପ୍ରଡକ୍ଟ ମଧ୍ୟ ଗ୍ରାହାକଙ୍କ ପାଇଁ ଲଞ୍ଚ କରିଛି ।

ଆସନ୍ତୁ ଜାଣିବା କଣ ରହିଛି ଫିଚର୍‌-

ରିଅଲ୍‌ମି ନାର୍ଜୋ ୩୦ ପ୍ରୋ ୫ଜିରେ ୬ଜିବି ରାମ୍‌ ସହିତ ୬୪ ଜିବି ଷ୍ଟୋରେଜ୍‌ ରହିଛି । ଏହାର ଦାମ୍‌ ୧୬,୯୯୯ ରହିଥିବା ବେଳେ ୮ଜିବି ସହିତ ୧୨୮ ଜିବି ଷ୍ଟୋରେଜ୍‌ ଥିବା ମୋବାଇଲ୍‌ର ଦାମ୍‌ ୧୯,୯୯୯ ଟଙ୍କା ରହିଛି । ଏହି ମୋବାଇଲ୍‌ର ବିକ୍ରି ମାର୍ଚ୍ଚ ମାସ ୪ ତାରିଖରୁ ଆରମ୍ଭ କରାଯିବା ନେଇ କମ୍ପାନୀ ପ୍ରକାଶ କରିଛି ।

ସେହିପରି ରିଅଲ୍‌ମି ନାର୍ଜୋ ୩୦ଏ ର ୩ଜିବି ରାମ୍ ସହିତ ୩୨ ଜିବି ଷ୍ଟୋରେଜ୍‌ର ଦାମ୍‌ ୮,୯୯୯ ଟଙ୍କା ରହିଥିବା ବେଳେ ୪ ଜିବି ରାମ୍‌ ସହିତ ୬୪ ଜିବି ଷ୍ଟୋରେଜ୍‌ ଥିବା ମୋବାଇଲ୍‌ ୯,୯୯୯ ଟଙ୍କା ରହିଛି । ଏହାର ପ୍ରଥମ ବିକ୍ରି ମାର୍ଚ୍ଚ ୫ ତାରିଖ ୧୨ଟା ସମୟରୁ ଆରମ୍ଭ କରାଯିବ । ତେବେ ଏହା କେବଳ ଅନ୍‌ଲାଇନ୍‌ ମାଧ୍ୟମରେ କିଣିହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ରିଅଲ୍‌ମି ନାର୍ଜୋ ୩୦ ପ୍ରୋ ୫ଜି ହେଉଛି ଏହି ସିରିଜ୍‌ର ସବୁଠାରୁ ପାୱାର୍‌ଫୁଲ୍‌ ଡିଭାଇସ୍‌ । ଏଥିରେ ଏକ ମିଡିଆ ଟେକ୍ ଡାଇମେନ୍ସନ୍ ୮୦୦ୟୁ ପ୍ରୋସେସର୍‌ ରହିଛି । ଏହି ଫୋନରେ ୧୨୦ଏଚ୍‌ଜେଡ୍‌ ସକ୍ରିୟ ରେଟ୍‌ ସହିତ ୬.୫ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ଡିସପ୍ଲେ ଦିଆଯାଇଛି । ଏଥିରେ ୫୦୦୦ ଏମ୍‌ଏଚ୍‌ ବ୍ୟାଟେରୀ ଅଛି, ଯାହା ୩୦ ୱାଟ ଚାର୍ଜ ଟେକ୍ନୋଲୋଜିକୁ ସମର୍ଥନ କରେ । କମ୍ପାନୀ ଦାବି କରିଛି ଯେ ଏହି ଫୋନ୍ ୬୫ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଏ । ଏହା ବ୍ୟତୀତ, ଆପଣ ୩ ମିନିଟ୍ ଚାର୍ଜ କରିବା ପରେ ପାଖାପାଖି ୧୧୦ ମିନିଟ୍ର କଲ୍ କରିପାରିବେ । ଏଥିରେ ଫଟୋ ପାଇଁ ୪୮ ମେଗାପିକ୍ସେଲ୍‌ ପଛ କ୍ୟାମେରା ଦିଆଯାଇଥିବା ବେଳେ ୮ ଏବଂ ୨ ମେଗାପିକ୍ସେଲ୍‌ର ଦୁଇଟି କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି ।

ରିଅଲ୍‌ମି ନାର୍ଜୋ ୩୦ଏ ହେଉଛି ଏକ ଏଣ୍ଟ୍ରି ସ୍ତରର ସ୍ମାର୍ଟଫୋନ୍ । ଏହାର ବିଶେଷ ଫିଚର୍‌ ହେଉଛି ୬,୦୦୦ଏମ୍‌ଏଚ୍‌ ବ୍ୟାଟେରୀ, ଯାହା ୧୮ଡବ୍ଲୁ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି । ଏଥିରେ ୬.୫-ଇଞ୍ଚ ଫୁଲ୍ ସ୍କ୍ରିନ୍ ଡିସପ୍ଲେ ଏବଂ ମିଡିଆଟେକ୍ ହେଲିଓ ଜି୮୫ ଗେମିଙ୍ଗ ପ୍ରୋସେସର୍ ରହିଛି ।ଏହି ଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି, ଯାହାର ପ୍ରାଥମିକ ସେନ୍ସର ହେଉଛି ୧୩ ମେଗାପିକ୍ସେଲ । ଏହା ଲେଜର ବ୍ଲୁ ଏବଂ ଲେଜର ବ୍ଲାକ୍ ଭଳି ଦୁଇଟି କଲ୍‌ର୍‌ରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ।

   Related Posts