ଅଷ୍ଟ୍ରେଲିଆ ନାଁରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିଲା ଭାରତ- ପୁନେ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିରାଟ ବିଜୟ

Published By : Prameya-News7 Bureau | October 13, 2019 IST

ପୁନେ- ପୁନେ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିରାଟ ବିଜୟ ।ଘରୋଇ ମାଟିରେ ଭାରତୀୟ ଟିମ୍‌ ହାସଲ କରିଛି ଲଗାତର ୧୧ ତମ ଟେଷ୍ଟ ସିରିଜ୍ ବିଜୟ ।ଏହାସହିତ ଅଷ୍ଟ୍ରେଲିଆ ନାଁରେ ଥିବା ବିଶ୍ବରେକର୍ଡକୁ ଭାଙ୍ଗିଛି ।ପୁନେ ଟେଷ୍ଟରେ ଆଜି ଭାରତ ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୧୩୭ ରନ୍‌ରେ ପରାସ୍ତ କରିଛି ।ଭାରତୀୟ ଟିମ୍‌ ୨୦୧୨-୧୩ରୁ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ୍ ହାରିନାହିଁ ।

{"id":169751,"width":547,"height":315}

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ ବିଜୟ ।ଇନିଂସ ଓ ୧୩୭ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଲା ଟିମ୍ ଇଣ୍ଡିଆ ।ଦକ୍ଷିଣ ଆଫ୍ରିକା ଟିମ୍‌ ମାତ୍ର ୧୮୯ ରନ୍‌ରେ ହେଲା ଅଲଆଉଟ୍‌ ।ରବୀନ୍ଦ୍ର ଜାଡ଼େଜା ଓ ଉମେଶ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆର୍. ଅଶ୍ବୀନ ୨ଟି ୱିକେଟ୍ ନେଇଛନ୍ତି ।ଦକ୍ଷିଣ ଆଫ୍ରିକାର ଡିନ୍ ଏଲଗାର ୪୮ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ଦୀର୍ଘ ସମୟ ତିଷ୍ଠି ପାରିନଥିଲେ ।

{"id":169752}

ପୁନେ ଟେଷ୍ଟ ବିଜୟ ସହିତ ସିରିଜ୍‌କୁ ୨-୦ରେ ନିଜ ନାଁରେ କରିନେଇଛି ବିରାଟ ବାହିନୀ ।ଆଉ ଘରୋଇ ମାଟିରେ ଏହା ୧୧ ତମ ଟେଷ୍ଟ ସିରିଜ୍‌ ବିଜୟ ।୨୦୧୨-୧୩ରୁ କୌଣସି ଟିମ୍ ଭାରତୀୟ ଟିମ୍‌କୁ ଭାରତରେ ହରାଇପାରିନାହାନ୍ତି ।

{"id":169754}

ଏହାପୂର୍ବରୁ ଲଗାତର ସବୁଠୁ ଅଧିକ ଟେଷ୍ଟ ସିରିଜ୍‌ ବିଜୟ ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା ।ଅଷ୍ଟ୍ରେଲିଆ ୨ ଥର ଲଗାତର ୧୦ଟି ଲେଖାଏଁ ଟେଷ୍ଟ ସିରିଜ୍‌ରେ ବିଜୟ ହାସଲ କରିଥିଲା ।ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍‌ର ଏହା ଲଗାତର ଷଷ୍ଠ ଟେଷ୍ଟ ପରାଜୟ ।

{"id":169755,"width":536,"height":293}

୨୦୧୭ ପରଠୁ ଦକ୍ଷିଣ ଆଫ୍ରିକା ଟିମ୍‌ ଦେଶ ବାହାରେ କୌଣସି ଟେଷ୍ଟ ଜିତିପାରିନାହିଁ ।ପ୍ରଥମ ଇନିଂସରେ ୨୫୪ ରନ୍‌ କରିଥିବା ବିରାଟ କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.