ସମୁଦ୍ରରେ ଭିତରେ ଚୀନକୁ ଘେରିବାକୁ ଭାରତର ବଡ ପ୍ଲାନ : ଭାରତ ଓ ଆମେରିକାର ଆଉ ଏକ ମିଳିତ ରଣନୀତି

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ୨୦/୭:   ସମୁଦ୍ରରେ ଚୀନକୁ ଘେରିବାକୁ ଭାରତର ବଡ ପ୍ଲାନ ।  ଭାରତୀୟ ନୌସେନା ଚଳାଇଛି ଜୋରଦାର ପ୍ରସ୍ତୁତି । ଭାରତର ବଡ  ୱାର ଗେମରେ ସହାୟତା ପାଇଁ ଆଗେଇ ଆସିଛି ଆମେରିକା  । ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭାରତ-ଆମେରିକା ନୌସେନା କରିବେ ମିଳିତ ଯୁଦ୍ଧ ଅଭ୍ୟାସ । ଏଥିପାଇଁ  ଆଣ୍ଡାମାନରେ ପହଞ୍ଚିଛି  ଆମେରିକାର ସବୁଠୁ ବଡ ଯୁଦ୍ଧ ଜାହାଜ ନିମିଜ୍ । ଆଣବିକ ଶକ୍ତିରେ ପରିଚାଳିତ ଏହି ବିମାନବାହକ ଯୁଦ୍ଧ ଜାହାଜ ୯୦ଟି ଫାଇଟର ଜେଟ୍ ସହିତ ଆଣ୍ଡାମାନ ସାଗରରେ ପହଞ୍ଚିଛି ।

ଚୀନ୍ କୁ ଘେରିବାକୁ ଭାରତ ଓ ଆମେରିକାର ଆଉ ଏକ ମିଳିତ ରଣନୀତି ।  ଭାରତ ମହାସାଗରରେ ଦୁଇ ଦେଶର ଯୁଦ୍ଧ ଜାହାଜ କରିବେ ସମରାଭ୍ୟାସ । ଗେ।ଟିଏ ପଟେ ଲଦାଖରେ ଭାରତ ଓ ଚୀନ୍ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ସାଉଥ୍ ଚାଇନା ସି କୁ ଆମେରିକା ଦୁଇଟି ଯୁଦ୍ଧ ଜାହାଜ ପଠାଇଥିଲା। ସେଠାରୁ ଏକ ଯୁଦ୍ଧ ଯାହାଜ ଭାରତ ମହାସାଗରକୁ ପଠାଇଛି ଆମେରିକା ଖାସ ଭାରତ ସହ ସମରାଭ୍ୟାସ ପାଇଁ । ଚାଇନା କୁ ଚକମା ଦେବାକୁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କୁହାଯାଇଛି । ମାଲାକା ଷ୍ଟ୍ରେଟ ଦେଇ ଭାରତୀୟ ମହାସାଗରରେ ପହଞ୍ଚି ସାରିଛି ଆମେରିକାର ସର୍ବବୃହତ ଏୟାରକ୍ରାଫ୍ଟ କ୍ୟାରିୟର ନିମିଜ । ଦେଖନ୍ତୁ ଏ ହେଉଛି ନିମିଜ ଏୟାର କ୍ରାଫ୍ଟ କ୍ୟାରିୟର।  ଏକାଥରେ ଏଠାରୁ ୯୦ଟି ଯୁଦ୍ଧ ବିମାନ ଉଡ଼ାଣ କରିପାରେ ।  ଏଠାରୁ ଆଣବିକ ଯୁଦ୍ଧାସ୍ତ୍ର ନିକ୍ଷେପ ମଧ୍ୟ କରାଯାଇପାରିବ।  ଯେଉଁଠାରେ ଏହା ପହଞ୍ଚେ ଚତୁର୍ଦ୍ଦିଗରେ ଶତ୍ରୁ ଥରହର ହୁଏ। ଭାରତ ଏବଂ ଆମେରିକାର ଯୁଦ୍ଧ ଜାହାଜ, ଡ଼େଷ୍ଟ୍ରୟର, ସବମେରିନ୍ ଏବଂ ପାଟ୍ରେ।ଲିଙ୍ଗ ଏୟାରକ୍ରାପ୍ଟ ଏହି ସମରାଭ୍ୟାସରେ  ସାମିଲ ହେବେ।

ଭାରତୀୟ ମହାସାଗରରେ ଚାଇନା ତାର ପ୍ରଭାବ ବିସ୍ତାର କରିବାକୁ ଚାଲ୍‌ ଚଳାଇଛି । ଯାହାକୁ କାଉଣ୍ଟର କରିବାକୁ ଭାରତ ଓ ଆମେରିକା ଯୁଦ୍ଧାଭ୍ୟାସ କରିବା ଲାଗି  ନିଷ୍ପତ୍ତି ନେଇଛନ୍ତି ବେ।ଲି କୁହାଯାଉଛି । ମାଲେସିଆ ନିକଟସ୍ଥ ମାଲାକା ଷ୍ଟ୍ରେଟ ଦେଇ ଚୀନ୍ ର ପଣ୍ୟବାହୀ ଯାହାଜ ବିଭିନ୍ନ ଦେଶକୁ ଯିବାଆସିବା କରୁଛି । ଏହା ସାମରିକ ଓ ବୈଷୟିକ ଦୃଷ୍ଟିକେ।ଣରୁ ଅତି ଗୁରୁତ୍ବପୂର୍ଣ । ସେଥିପାଇଁ ଚାଇନାକୁ ଚେକ୍ ଦେବାକୁ ଆମେରିକା ଓ ଭାରତର ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି।  ସେପଟେ ଆଂଡ଼ାମାନ ନିକେ।ବର କମାଣ୍ଡ ହେଉଛି ଭାରତର ଏକମାତ୍ର  ଥିଏଟର କମାଣ୍ଡ ।  ଯେଉଁଠି ଆର୍ମି, ଏୟାରଫେ।ର୍ସ, ନାଭାଲ ଓ କେ।ଷ୍ଟଗାର୍ଡ଼ ଗେ।ଟିଏ କମାଣ୍ଡର ଅଧିନରେ କାମ କରେ । ସାଉଥ୍ ଚାଇନା ସି ଓ ଭାରତ ମହାସାଗରରେ ଚାଇନାର ଦାଦାଗିରି କୁ ବ୍ରେକ ଦେବାକୁ ଆଂଡ଼ାମାନ ନିକେ।ବର କମାଂଡ଼ର ଗୁରୁତ୍ବପୂର୍ଣ ଭୁମିକା ନିର୍ବାହ କରିବ ବେ।ଲି କୁହାଯାଉଛି ।

ଚାଇନା କୁ ଚେକ୍ ଦେବାକୁ ଗତ ମାସରେ ଭାରତ ଓ ଜାପାନ ମାଲକା ଷ୍ଟ୍ରେଟ୍ ରେ ଯୁଦ୍ଧାଭ୍ୟାସ କରିଥିଲେ । ପ୍ରତିବର୍ଷ ଜାପାନ, ଆମେରିକା ଓ ଭାରତର ନୌସେନା ମାଲାବାରରେ ଯୁଦ୍ଧାଭ୍ୟାସ କରିଥାନ୍ତି । ଆଗକୁ ଏଥିରେ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.