Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଭାରତର ବ୍ୟାଟିଂ ବିପର୍ଯ୍ୟୟ : ପ୍ରଥମ ଇନିଂସରେ ୧୪୫ ରନ୍‌ରେ ଅଲଆଉଟ୍ ବିରାଟ ବାହିନୀ, ରୁଟ୍‌ଙ୍କୁ ୫ ଓ୍ବିକେଟ୍

25/02/2021 at 4:41 PM

ଅହମ୍ମଦାବାଦ ୨୫/୦୨ : ମୋଟେରାରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୧୪୫ ରନ୍‌ କରିବାକୁ ସକ୍ଷମ ହୋଇଛି ।  ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଆଧିପତ୍ୟ ବିସ୍ତାର କରିଛି ଭ୍ରମଣକାରୀ ଇଂଲଣ୍ଡ । ଫଳରେ ତୃତୀୟ ଟେଷ୍ଟ ରୋମାଞ୍ଚକର ମୋଡ ନେଇଛି ।

ପ୍ରଥମ ଇଂନିସ୍‌ରେ ଇଂଲଣ୍ଡ ମାତ୍ର ୧୧୨ ରନ୍‌ରେ ଅଲଆଉଟ ହୋଇଥିଲା । ଜବାବରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଦିନ ଖେଳ ଜାରିରହିଥିବା ବେଳେ ମାତ୍ର ୧୪୫ ରନ୍‌ରେ ଅଲଆଉଟ ହୋଇଯାଇଛି । ପ୍ରଥମ ଦିନରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍ ହେବା ପରେ ଭାରତ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ବିନିମୟରେ ୯୯ ରନ କରିଥିଲା । ଭାରତ ୧୩ ରନ ପଛରେ ଥିବା ବେଳେ ହାତରେ ଆଉ ୭ ଓ୍ଵିକେଟ୍ ବାକି ଥିଲା ।

କିନ୍ତୁ ଦ୍ବିତୀୟ ଦିନ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ମାତ୍ର ୪୬ ରନ୍‌ ମଧ୍ୟରେ ଶେଷ ୭ଟି ଓ୍ବିକେଟ୍‌ ହରାଇଛି । ଭାରତ ପକ୍ଷରୁ ରୋହିତ ଶର୍ମା ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତଙ୍କ ବ୍ୟତିତ ଅନ୍ୟମାନେ ଇଂଲଣ୍ଡ ନିକଟରେ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଛନ୍ତି । ପ୍ରଥମ ଦିନରେ ଭାରତ ଶୁଭମାନ ଗିଲ (୧୧ ରନ୍‌), ଚେତେଶ୍ବର ପୁଜାରା (୦), ଅଧିନାୟକ ବିରାଟ କୋହଲି (୨୭ ରନ୍‌)ଙ୍କ ଓ୍ବିକେଟ୍‌ ହରାଇଥିଲା ।

ଦ୍ବିତୀୟ ଦିନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ଦଳ ପକ୍ଷରୁ ରାହାଣେ ୭, ଋଷଭ ପନ୍ତ ୧, ରବିଚନ୍ଦ୍ରନ ଅଶ୍ବିନ ୧୭ ଇଶାନ୍ତ ଶର୍ମା ୧୦, ବୁମରାହ ୧ ରନ୍‌ ଏବଂ ଓ୍ବାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ମାତ୍ର ୬.୨ ଓଭର ବୋଲିଂ କରି ୫ଟି ଓ୍ବିକେଟ୍‌ ନେଇ ଭାରତର ବ୍ୟାଟିଂ ଲାଇନ୍‌ ଅପ୍‌କୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ ଲିଚ୍‌ ୪ଟି ଏବଂ ଜୋଫ୍ରା ଆର୍ଚର ଗୋଟିଏ ଓ୍ବିକେଟ୍‌ ହାସଲ କରିଛନ୍ତି ।

   Related Posts