Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପାକିସ୍ତାନର ସିୟାଲକୋଟ ଉପରେ ଭାରତର ଆକ୍ରମଣ !

22/02/2019 at 4:13 PM

ଫେବୃଆରୀ ମାସ ୧୪ ତାରିଖରେ ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ହମଲା ପୁରା ଦେଶକୁ ସ୍ତବ୍ଦ କରିଦେଇଛି। ଏହି ଆତ୍ମଘାତୀ ହମଲା ପରେ ଭାରତ ଓ ପାକିସ୍ତାନ ସଂପର୍କ ତିକ୍ତ ରହିଛି । ଭାରତ ସରକାର ଏହାର ଦୃଢ ଜବାବ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନରେ ଅଧିକ ଭୟଭୀତ ହୋଇଛି। ପାକିସ୍ତାନରେ ଏମିତି ଭୟ ସୃଷ୍ଟି ହୋଇଛି ଯେ ଆକାଶରେ ଉଡୁଥିବା କୌଣସି ଯୁଦ୍ଧ ବିମାନ ଦେଖିଲେ ଭାରତ ଦ୍ୱାରା ହମଲା କରାଯାଇଛି ବୋଲି କୁହାଯାଉଛି। ରୂଟିନ ବିମାନକୁ ମଧ୍ୟ ଭାରତୀୟ ବିମାନ ବୋଲି ଭାବୁଛନ୍ତି ପାକିସ୍ତାନ ଲୋକେ। ଏହା ସତ ଯେ ଭାରତ ଏଯାଏଁ କୌଣସି ହମଲା ବା ଆକ୍ରମଣ କରିନାହିଁ। କିନ୍ତୁ ପାକିସ୍ତାନ ଲୋକେ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇସାରିଛି ଓ ଭାରତୀୟ ଆକ୍ରମଣ ବିଷୟରେ ଆଲୋଚନା କରୁଛନ୍ତି।
ଗୁରୁବାର ସିୟାଲକୋଟର ନାଗରିକ ପାକିସ୍ତାନ ଫାଇଟରର ବିମାନକୁ ଦେଖି ସୋସିଆଲ ମିଡିଆରେ ଯୁଦ୍ଧକୁ ନେଇ ଅନେକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ ଭାରତୀୟ ସେନା ହମଲା କରିଛି। ଆହୁରି କମ କଣ ପୋଷ୍ଟ କରାଯାଇଛି ଜାଣନ୍ତୁ-
୧. ଜଣେ ଲେଖିଥିଲା ଯେ ଭାରତୀୟ ବାୟୁସେନା ସିୟାଲକେଟରେ ହମଲା କରିବାକୁ ଟାର୍ଗେଟ କରିଛନ୍ତି।
୨. ଭାରତ ୧୫ ମିନିଟରେ ସିୟାଲକୋଟ ଓ ସକରଗଢରେ ୨ଟି ବମ୍‌ ପକାଇଛନ୍ତି।
୩. ସିୟାଲକୋଟରେ ପାକିସ୍ତାନ ଏୟାରଫୋର୍ସ ଭାରତର ସେନାକୁ ମାରିଛନ୍ତି।
୪. ପାକିସ୍ତାନୀ ଏହା ଲେଖିଛନ୍ତି ଯେ ସିୟାଲକୋଟରେ ଚାୱିନ୍ଦା ସେକ୍ଟରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।
୫. ସେଠାରେ ସମସ୍ତଙ୍କ ମତ ବିରୁଦ୍ଧରେ ଜଣେ ପାକିସ୍ତାନୀ ପୋଷ୍ଟ କରିଥିଲେ ଯେ ଶତ୍ରୁଙ୍କ ଷଡଯନ୍ତ୍ରରେ ସାମିଲ ହୋଇ ଏହି ସବୁ ଗୁଜବ କଥାରେ ଧ୍ୟାନ ଦେଇ କିଛି ଲାଭ ନାହିଁ। ସିୟାଲକୋଟରେ ପାକିସ୍ତାନ ଏୟାରଫୋର୍ସର ରୂଟିନ କାର୍ଯ୍ୟକ୍ରମ ଚାଲୁଥିଲା ବୋଲି ସେ ଲେଖିଥିଲେ।

   Related Posts