ଚୀନ ଉହାନରେ ଏବେବି ଅଟକି ରହିଛନ୍ତି ଭାରତୀୟ, ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀଙ୍କୁ କରୁଛନ୍ତି ଆକୁଳ ନିବେଦନ

Published By : Prameya-News7 Bureau | February 17, 2020 IST

ଲକ୍ଷ୍ନୌ ୧୭।୨ : ଚୀନରେ କରୋନା ସଂକ୍ରମଣ ବ୍ୟାପୀବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା  ୧ ହଜାର ୭୦୦ ପାର କରିଥିବା ବେଳେ ବିଶ୍ୱର ୨୬ଟି ଦେଶକୁ ପହଞ୍ଚିଯାଇଛି ସଂକ୍ରମଣ। କେବଳ ଚୀନ କାହିଁକି ଏବେ ସାରା ବିଶ୍ୱ ଆତଙ୍କିତ ହୋଇପଡିଛି। ଲୋକେ ଜୀବନ ଭୟରେ ସହର ଛାଡି ପଳାୟନ କରିଛନ୍ତି। ଏଥିରେ ଚୀନର ବୁହାନ ପ୍ରୋଭିନ୍ସ ସହର ପରେ ସହ ଖାଲିହୋଇଯାଇଥିବା ବେଳେ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ଭାରତୀୟ ଦମ୍ପତ୍ତି ସେମାନଙ୍କ ଉଦ୍ଧାର ଲାଗି ଆକୁଳ ନିବେଦନ କରିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  

{"id":225709,"width":578,"height":243,"sizeSlug":"large"}

ଚୀନ୍‌ର ଉହାନ ସହର ଯେଉଁଠୁ ଏହି ରୋଗର ଉତ୍ପତି ହୋଇଛି, ଏବେବି ସେଠାରେ ୧୩୦ ଜଣ ଭାରତୀୟ ଫସି ରହିଛନ୍ତି। ମାସକ ଲାଗି ୧୨୫ ମିଲିୟନ ଲୋକ ସଂଖ୍ୟା ବିଶିଷ୍ଟ ଏହି ସହରକୁ ବନ୍ଦ କରିଦିଆଯାଇଛି । ବଜାର,ସ୍କୁଲ୍‌ କଲେଜ୍‌ ଓ ଅଫିସ୍‌ ସବୁକିଛି ବନ୍ଦ ହୋଇଯାଇଛି ଏବଂ କାହାକୁ ବି ଘର ବାହାରକୁ ଯିବାକୁ ଅନୁମତି ଦିଆଯାଉନାହିଁ।ଏଠାରେ ଫସି ରହିଥିବା ଜଣେ ଭାରତୀୟ ପ୍ରଫେସର ଆଶିଷ ଯାଦବ ଓ ତାଙ୍କ ପତ୍ନୀ ନେହା ଏକ ଭିଡ଼ିଓ ମେସେଜ୍‌ ପଠାଇ ଭାରତ ସରକାରଙ୍କୁ ସାହଯ୍ୟ ଭିକ୍ଷା କରିଛନ୍ତି। ଏହି ଭିଡ଼ିଓରେ ଆଶିଷ ଯାଦବ ସେଠାର ପୁରା ଚିତ୍ର ବର୍ଣ୍ଣନା କରିଛନ୍ତି, ଉହାନ ସହର ପୁରା ମରୁଭୂମି ପାଲଟିଯାଇଥିବା ବେଳେ  କାଁଭାଁ ରାସ୍ତାଘାଟରେ ଗାଡ଼ି ଚାଲୁଥିବା ସେମାନେ ଦେଖୁଛନ୍ତି।

{"id":225707,"width":583,"height":383,"sizeSlug":"large"}

ସେମାନେ ଯେଉଁ ବିଲ୍ଡିଂରେ ରହୁଛନ୍ତି, ସେଠାରୁ ସବୁ ଲୋକେ  ଖାଲି ହୋଇଗଲାଣି ।ସେମାନଙ୍କ ପାଖରେ ୭ ବୋତଲ ପାଣି ଥିଲା। ତାହା ବି ଧିରେ ଧିରେ ଶେଷ ହୋଇଗଲାଣି। ସେମାନେ ଏବେ ବହୁତ ଅସୁବିଧାରେ ଥିବା ଜଣାଇଛନ୍ତି। ସେମାନଙ୍କ ପାଖରେ  ଖାଇବାକୁ ମଧ୍ୟ ଖାଦ୍ୟ ନଥିବା ଜଣାଇଛନ୍ତି।  କିଛି ପରିବା ଅଛି । ସେସବୁକୁ ଏବେ ଖାଇ ସେମାନେ ବଞ୍ଚିଥିବା ଜଣାଇଛନ୍ତି। ଏଣୁ ଯେତେ ଶୀଘ୍ର ସେମାନଙ୍କ ଉଦ୍ଧାର ଲାଗି ଭାରତ ସରକାରଙ୍କୁ ଆଶିଷ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଚୀନର ଉହାନ୍‌ ସହରରେ କରୋନା ଯୋଗୁଁ ଫସି ରହିଥିବା ଆଶିଷଙ୍କ ଘର ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ  । ସେଠାରେ ତାଙ୍କର ବାପା-ମା ତାଙ୍କ ପୁଅ ବୋହୂଙ୍କ ପାଇଁ ଚିନ୍ତାରେ ଥିବା ବି ଜଣାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.