Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

COVID-19 ଲକଡାଉନ୍: ଉଦ୍ଧାର ଲାଗି ସରକରାଙ୍କୁ ନିବେଦନ କଲେ ମାଲେସିଆରେ ଅଟକି ରହିଥିବା ଭାରତୀୟ

23/04/2020 at 5:11 PM

କୁଆଲାଲମ୍ପୁର: କରୋନା ମହାମାରୀ ସାରା ବିଶ୍ୱକୁ ସଞ୍ଚରି ଯାଇଛି। ଏଥିରେ ମାଲେସିଆ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରିଥିବା ବେଳେ ସେଠାରେ ଅଟକି ରହିଥିବା ଭାରତୀୟଙ୍କ ସମସ୍ୟା ଏବେ ଜଟିଳ ହୋଇପଡିଛି। ସେମାନଙ୍କୁ ସେଠାରେ କୌଣସି ସରକାରୀ ସୁବିଧା ସୁଯୋଗ ମିଳୁନଥିବା ବେଳେ ଅନେକ ଚାକିରୀ ହରାଇ ଏବେ ଖାଲି ହାତରେ ବସିଛନ୍ତି। ପରିସ୍ଥିତି ଏବେ ଏପରି ହୋଇଛି ଯେ ଦିନକୁ ଓଳିଏ ପେଟପୁରା ଖାଦ୍ୟ ସଂଗ୍ରହ ଲାଗି ସେମାନେ ଅସମର୍ଥ ହୋଇପଡିଛନ୍ତି। ଏଣୁ ସେମାନଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରିବାକୁ ଭାରତ ସରକାରଙ୍କୁ ନିବେଦନ କରିଥିବା ଜଣାପଡିଛି।

ମାଲେସିଆରେ ସବୁଠୁ ବଡ ସଂକଟରେ ପଡିଛନ୍ତି ନୂଆ କରି କାର୍ଯ୍ୟରେ ଯୋଗଦେଇଥିବା ଲୋକେ। କିଛି ମାସ ଆଗରୁ ସେମାନଙ୍କୁ ଚାକିରୀ ମିଳିଥିବା ବେଳେ କରୋନା ସଂକ୍ରମଣରେ ସେମାନଙ୍କୁ ଅନ୍ୟ କର୍ମଚାରୀଙ୍କ ସହ ଛଟେଇ କରିଦିଆଯାଇଛି। ଏଥିଲାଗି ସେମାନଙ୍କୁ କୌଣସି କ୍ଷତି ପୂରଣ ବି ଦିଆଯାଇନି। ଛଟେଇ ପରେ ହୁଏତ ସେମାନେ ଘରକୁ ଫେରି ପାରିଥାନ୍ତେ, ହେଲେ ଭାରତରେ ମଧ୍ୟ ସେତେବେଳକୁ ଲକଡାଉନ୍ ଜାରି ହୋଇସାରିଥିଲା। ଏଣୁ ଅନ୍ତର୍ଜାତୀୟ ଉଡାଣ ବନ୍ଦ ଥିବା ଯୋଗୁ ସେମାନେ ସେଠାରେ ଅଟକି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପାଣି ବଟଲଟେ ବି ସହାୟତା ମିଳୁନଥିବା ମାଲେସିଆରେ ରହୁଥିବା ହାଇଦ୍ରାବାଦର ଶେଖ ଚାନ୍ଦ ବାସା କହିଛନ୍ତି।

କେବଳ ବାସା ନୁହନ୍ତି ତାଙ୍କ ଭଳି କାମଧନ୍ଦା ଅନ୍ୱେଷଣରେ ମାଲେସିଆ ଯାଇଥିବା ଅନେକ ଭାରତୀୟଙ୍କ ଅବସ୍ଥା ଏକପ୍ରକାର। କିଏ ହୁଏତ ଅଫର ଲେଟର ପାଇ କାର୍ଯ୍ୟରେ ଯୋଗଦେବାକୁ ଯାଇ ଟର୍ମିନେସନ ଲେଟର ଧରି ମାଲେସିଆରେ ଅଟକି ରହିଛି ତ କିଏ ଚାକିରୀ ହରାଇବା ପରେ ପାଇଥିବା ବେତନ ଖର୍ଚ୍ଚ କରି ଖାଲିପକେଟ୍ ହୋଇଯାଇଛି। ମାଲେସିଆ ମୋଟ ଜନସଂଖ୍ୟାର ୬.୪ ପ୍ରତିଶତ ଭାରତୀୟ। ଏମାନଙ୍କ ମଧ୍ୟରୁ ୧ଲକ୍ଷ ୧୪ହଜାର ୪୫୫ଜଣ ପ୍ରବାସୀ ଶ୍ରମିକ ସେଠାରେ ଚାଷବାସ କାମ କରୁଛନ୍ତି।

ତେବେ ମାଲେସିଆରେ କରୋନା ଲକଡାଉନ୍‌ ପରେ ଅନେକ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ବିମାନ ଟିକେଟ୍‌ ବୁକିଂ କରିଥିଲେ। ହେଲେ ଭାରତ ଅନ୍ତର୍ଜାତୀୟ ସୀମା ସିଲ କରିଥିବାରୁ ସେମାନଙ୍କ ଆସିବା ଏବେ ସମ୍ଭବ ହୋଇପାରୁନି।  ଦେଶରେ ସଂକ୍ରମଣ ଥମିଗଲା ଓ ଦେଶ ଅଥବା ଦେଶବାସୀଙ୍କ ପ୍ରତି ଏ ଦିଗରୁ ଆଉ ଭୟନାହିଁ ପ୍ରତୀତ ହେଲା ତେବେ ଆମେ ନିଶ୍ଚିତ ଏୟାର ଲିଫ୍ଟ ଆରମ୍ଭ କରିବୁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହପୁରୀ କହିଛନ୍ତି। ଯାବା ଏବେ ବିଦେଶରେ ଅଟକି ରହିଥିବା ଅନେକ ଭାରତୀୟଙ୍କ ଭବିଷ୍ୟତକୁ ଚିନ୍ତାରେ ପକାଇ ଦେଇଛି।  

   Related Posts