Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରତୀୟଙ୍କ ଇ-ମେଲ୍ ଓ ମୋବାଇଲ୍ ଉପରେ ଉପରେ ଚୀନ୍‌ର ନଜର : ୨୪ କୋଟି ଲୋକଙ୍କ ମୋବାଇଲ୍ ହ୍ୟାକ୍, ଗାଇଡଲାଇନ୍ ଜାରି କଲା ମନ୍ତ୍ରାଳୟ

8/07/2020 at 12:42 PM

ନୂଆଦିଲ୍ଲୀ ୦୮/୦୭ : ଭାରତ-ଚୀନ ସୀମା ବିବାଦ ପରେ ଏବେ ଚୀନ ହ୍ୟାକର୍ସ ଭାରତୀୟଙ୍କ ମୋବାଇଲ ଉପରେ କବ୍ଜା କରିବା ଆରମ୍ଭ କରିଛନ୍ତି | ଜୁନ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୧୦ କୋଟି ଭାରତୀୟଙ୍କ ଇ-ମେଲ୍ ଓ ୨୪ କୋଟି ଲୋକଙ୍କ ମୋବାଇଲରେ ଧମକପୂର୍ଣ ମେସେଜ ପଠାଯାଇଥିବା କୁହାଯାଉଛି | ହ୍ୟାକର୍ସ କମ୍ପ୍ୟୁଟର ଓ ମୋବାଇଲ୍ ଜରିଆରେ ଡାଟା ଚୋରି ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ଲୋକଙ୍କୁ କଳାକନା ବୁଲାଇବା ପାଇଁ ଯୋଜନା କରୁଛନ୍ତି |

ସୂତ୍ର ଅନୁଯାୟୀ, ଏହିଭଳି ହ୍ୟାକିଙ୍ଗ୍ ମାମଲା ଏବେ ମଧ୍ୟ ଜାରି ରହିଛି | ବିଶେଷଜ୍ଞଙ୍କ କହିବାନୁଯାୟୀ, ଚାଇନା ଆପ୍ ଜରିଆରେ ହ୍ୟାକର୍ସ ଭାରତୀୟଙ୍କ ଇ-ମେଲ୍ ଓ ମୋବାଇଲ୍ ନମ୍ବର୍ ବାହାର କରିଛନ୍ତି | ମଧ୍ୟ ପ୍ରଦେଶ ପୋଲିସର ସାଇବର ସେଲ ଟିମ ସୂଚନା ଦେଇଛି ଯେ ହ୍ୟାକର୍ସ ବହୁ ସଂଖ୍ୟକ କରୋନା ସମ୍ବନ୍ଧିତ ମେସେଜ ପଠାଇଛନ୍ତି | ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ପୁରସ୍କାର ତଥା ବମ୍ପର୍ ଲଟେରୀର ଲୋଭ ଦେଖାଇଛନ୍ତି | ଗୁଗଲ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଜୁନ ୧୯ ତାରିଖରେ ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ଅର୍ଥାତ ସିଇଆରଟି ସାଇବର ହମଲା ନେଇ ନିଜ ୱେବସାଇଟରେ ସୂଚନା ଦେଇଥିଲେ | 

ଏହି ମେସେଜ୍ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଅହମଦାବାଦ ଭଳି ସହରକୁ ପଠାଯାଇଥିଲା | ଏହିଭଳି ସାଇବର୍ ହମଲାରୁ ସାବଧାନ ରହିବାକୁ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି | ମନ୍ତ୍ରାଳୟ କହିଛି ଯେ ଯଦି ଆପଣଙ୍କ ମୋବାଇଲ କିମ୍ବା କମ୍ପ୍ୟୁଟରରେ କୌଣସି ଆପତ୍ତିଜନକ ମେସେଜ ଆସେ ତାହେଲେ ତାକୁ କ୍ଲିକ କିମ୍ବା ନ ଖୋଲିବାକୁ ସଚେତନ କରିଛି | ଏହାସହ ସେ କହିଛନ୍ତି ଯେ କୌଣସି ପରିଚିତଙ୍କ ଠାରୁ ଏହିଭଳି ମେସେଜର ସମ୍ପୂର୍ଣ ବିବରଣୀ ନେଇ ମେସେଜ ଖୋଲନ୍ତୁ | ସ୍ପାମ ଫିଲ୍ଟରକୁ ମଝିରେ ମଝିରେ ଅପଡେଟ କରନ୍ତୁ ଏବଂ ଫେକ ଇ-ମେଲକୁ ବ୍ଲକ କରିବାକୁ ମନ୍ତ୍ରାଳୟ ନିର୍ଦେଶ ଦେଇଛି | 

   Related Posts