Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚୀନ୍-ଭାରତ ଉତ୍ତେଜନାରେ ଆନୁଗତ୍ୟତାକୁ ନେଇ ପେଷି ହେଉଛନ୍ତି ପ୍ରବାସୀ ଭାରତୀୟ

29/06/2020 at 5:33 PM

ବେଜିଂ ୨୯।୬:  ପୂର୍ବ ଲଦ୍ଦାଖ ଗଲୱାନ ଘାଟିରେ ଚୀନ୍‌ ଓ ଭାରତୀୟ ସେନାଙ୍କ ସଂଘର୍ଷକୁ ନେଇ ଉପୁଜିଥିବା ଉତ୍ତେଜନା ଏବେ ଦୁଇ ଦେଶଙ୍କ ମଧ୍ୟରେ ଶୀତଳ କୂଟନୈତିକ ଯୁଦ୍ଧରେ ପରିଣତ ହୋଇଛି। ଯାହାର  ଶିକାର ହେଉଛନ୍ତି ଚୀନ୍‌ରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ।  ଏବେ ଏମାନଙ୍କୁ ଚୀନ୍‌ରେ ସେମାନଙ୍କ ଆନୁଗତ୍ୟତା ଓ ଦେଶ ପ୍ରେମର କଠୋର ପରୀକ୍ଷା ଦେବାକୁ ପଡୁଛି। 

ଚୀନ୍‌ ସଫ୍ଟୱେର ହବ୍ ଡଲାନ୍‌,  ବାଣିଜ୍ୟିକ ସହର ସାଂଘାଇ, ଗୁଆଙ୍ଗଝୋଉ ଓ ରାଜଧାନୀ ବେଜିଂରେ ହଜାର ହଜାର ଭାରତୀୟ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସଫ୍ଟୱେର ପ୍ରଫେସନାଲ ହୋଇଥିବା ବେଳେ ପ୍ରାୟ ପୋଷାକ ରପ୍ତାନୀ ଓ ବ୍ୟବସାୟ ଆଦି ବୃତ୍ତିରେ ଜଡିତ ଅଛନ୍ତି।  ତେବେ କରୋନା ଜନିତ ପରିସ୍ଥିତିରୁ ସେମାନେ ମୁକୁଳିବା ପୂର୍ବରୁ ନୂଆ ସମସ୍ୟାରେ ପେଷି ହୋଇଯାଇଛନ୍ତି। ଏପରି ଲୋକଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ଅଞ୍ଚଳରେ ବିବାହ କରି ଘର ସଂସାର ମଧ୍ୟ କରିଛନ୍ତି।  ତେବେ ସୀମାରେ ଉପୁଜିଥିବା ପରିସ୍ଥିତି ମଧ୍ୟକୁ ସେମାନଙ୍କୁ ଜୋରଜବରଦସ୍ତ ଘୋଷଡା ଯାଉଥିବାର ସୂଚନା ମିଳିଛି। ଏଥିରେ ଚୀନ୍‌ ସୋସାଲ ମିଡିଆ କ୍ୟାମ୍ପେନ୍  ଏପରି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି।  ଏପରି ଲୋକଙ୍କ ଲାଗି  ଏବେ ଦେଶଦ୍ରୋହୀ ଓ ଅସଭ୍ୟ ଭଳି ଶବ୍ଦର ମଧ୍ୟ ପ୍ରୟୋଗ ହେଉଥିବାର ଦେଖାଯାଉଛି। 

ସୀମାରେ ଉତ୍ତେଜନାକୁ ନେଇ ଭାରତରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି.। ବିଭିନ୍ନ ସ୍ତରରେ ଚୀନ ସହ ସମ୍ପର୍କ କାଟିବା ଲାଗି ଏବେ ଗୁରୁତ୍ୱ ଦିଆଯାଉଥିବା ବେଳେ ଚୀନ୍ ବହିଷ୍କାର ଧିରେ ଧିରେ ସାମାଜିକ ଆନ୍ଦୋଳନର ରୂପ ନେଇଛି। ଏଣୁ ଚୀନ ଅଚାନକ ବିପୁଳ ବ୍ୟବସାୟୀକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଏହାର ଆକ୍ରୋଶ ଏବେ ସେଠାରେ ରହୁଥିବା ପ୍ରବାସୀଙ୍କୁ ଭୋଗିବାକୁ ପଡୁଛି।

ଉପୁଜିଥିବା ପରିସ୍ଥିତିରେ ସେମାନେ ପରିବାର ସହ ଭାରତ  ଫେରିବା ପରିସ୍ଥିତିରେ ବି ନାହାନ୍ତି। ଏଣୁ ସମୟ ଯେତିକି ଯେତିକି ଆଗକୁ ବଢୁଛି ଉଭୟ ଦେଶଙ୍କ ମଧ୍ୟରେ  ଉତ୍ତେଜନା ସେତିକି ବଢୁଥିବା ବେଳେ ପ୍ରବାସୀଙ୍କ ପ୍ରତି ସାମାଜିକ ଜାତନା ମଧ୍ୟ ବଢିବାରେ ଲାଗିଛି। ଚୀନ୍‌ରେ କରୋନା ଭାଇରସ ମହାମାରୀ ବ୍ୟାପିବା ବେଳେ ପରିସ୍ଥିତି ଯେତେ ଗୁରୁତର ନଥିଲା ସେମାନଙ୍କ ଲାଗି ଏବେ ତାଠୁ ଅଧିକ ଜଟିଳ ହେଉଛି। କରୋନାରେ ମାତ୍ର ୪୯୦ ଜଣ ଭାରତୀୟଙ୍କୁ ନିଯୁକ୍ତି ହରାଇବାକୁ ପଡିଥିଲା। ସେତେବେଳେ ସେମାନେ ଭାରତ ସରକାରଙ୍କ ବନ୍ଦେ ଭାରତ ମିସନ୍‌ରେ ଦେଶ ଛାଡି ଚାଲିଯାଇଛନ୍ତି। ହେଲେ ବାକି ରହିଯାଇଥିବା ଲୋକେ ନା ଆସି ପାରୁଛନ୍ତି ନା ସେଠାରେ ଏବେ ରହିପାରୁଛନ୍ତି ତ୍ରିଶଙ୍କୁ  ଅବସ୍ଥାରେ ଫଶିଯାଇଛନ୍ତି।  

   Related Posts