ବିପୁଳ ଆୟର ଆଶା ନେଇ ଯାଇଥିଲେ ଆମେରିକା, ହେଲେ ଫେରିବାକୁ ପଡିଲା ଏମିତି ଅବସ୍ଥାରେ

Published By : Prameya-News7 Bureau | November 21, 2019 IST

ନୂଆଦିଲ୍ଲୀ : ପାଠପଢୁଆ ଉଚ୍ଚଶିକ୍ଷିତ ଥିଲେ, ଆମେରିକା ଯାଇ ସେଠାରେ କାମ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ସ୍ୱପ୍ନ ପୂରଣ ଲାଗି ଏଜେଣ୍ଟକୁ ୨୫ଲକ୍ଷ ଲେଖାଏଁ ଟଙ୍କା ବି ଦେଇଥିଲେ। ସେହି ଅନୁସାରେ ଏଜେଣ୍ଟ ସେମାନଙ୍କୁ ଆମେରିକାରେ ପହଞ୍ଚାଇଦେବା ସହ କାମ ଧନ୍ଦାରେ ବି ଲଗାଇ ଦେଇଥିଲା। ହେଲେ ଜାଣିନଥିଲେ ସେମାନଙ୍କ ସୁନେଲୀ ସ୍ୱପ୍ନରେ ଅଚାନକ ଝଡ ଉଠିବ। ଆମେରିକୀୟ ଇମିଗ୍ରେସନ ଅଧିକାରୀଙ୍କ ହାବୁଡରେ ପଡି ଡିଟେନସନ ସେଣ୍ଟରରେ  ରହିବେ ଓ ସେଠାରୁ ଖାଲି ହାତରେ ପୁଣି ଭାରତ ଫେରିବେ।

{"id":187821,"width":583,"height":388,"sizeSlug":"large"}

୧୪୫ ଜଣ ଭାରତୀୟ ଯୁବକ ହାତଗୋଡ ବନ୍ଧା ଅବସ୍ଥାରେ ବୁଧବାର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନ ଲ୍ୟାଣ୍ଡ କରିବା ପରେ ସେମାନଙ୍କ ହାତଗୋଡ ଖୋଲାଯାଇଥିଲା ଓ ଆବଶ୍ୟକ କାଗଜପତ୍ର ପ୍ରକ୍ରିୟା ପରେ ସେମାନଙ୍କୁ ଜଣଜଣ କରି ବିମାନ ବନ୍ଦରରୁ ବାହାରକୁ ଛଡାଯାଇଥିଲା। ଅବୈଧ ଭାବେ ଆମେରିକା ଯିବା ଯୋଗୁ ଆମେରିକା ସରକାର ସେମାନଙ୍କୁ ସେଠାରୁ ଡିପୋର୍ଟ କରିଥିଲେ।

{"id":187822,"width":580,"height":597,"sizeSlug":"large"}

ଆମେରିକା ଏରିଜୋନାରୁ ମୋଟ ୧୭୦ ଜଣଙ୍କୁ ଡିପୋର୍ଟ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୨୫ ଜଣ ବାଂଲାଦେଶୀ ଥିଲେ। ଏଣୁ ସେମାନଙ୍କୁ ନେଇ ଆସିଥିବା ଚାର୍ଟଡ ପ୍ଲେନ କିଛି ସମୟ ଢାକା ବିମାନ ବନ୍ଦରରେ ମଧ୍ୟ ଅଟକି ଥିଲା। ପରେ ଭାରତରେ ଅବତରଣ କରିଥିଲେ ୧୪୫ ଜଣ ଭାରତୀୟ ଯେଉଁମାନଙ୍କ ମଧ୍ୟରେ ୩ ଜଣ ମହିଳା ବି ଥିଲେ। ବିମାନ ବନ୍ଦରର  ଚାକଚକ୍ୟରେ ଅଚାନକ ମଇଳା ପୋଷାକ, ଛିଣ୍ଡା ଜୋତାରେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ସ୍ୱପ୍ନ ପଛରେ ଗୋଡେଇବାର ନିଶା ଏମାନଙ୍କୁ ଏପରି ଅବସ୍ଥାରେ ପହଞ୍ଚାଇଥିବା ଖୁବ କମ ବୁଝିପାରିଥିଲେ।

{"id":187827,"width":579,"height":579,"sizeSlug":"large"}

ଆମେରିକାରୁ ଧକ୍କା ଖାଇ ଫେରିଥିବା ଏହି ଯୁବକଯୁବତୀଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ଇଞ୍ଜିନିୟର ବି ଥିଲେ। ଆଶାଥିଲା ସେଠାରେ ସେମାନଙ୍କ ଶିକ୍ଷା ଜୀବିକା ଉପାର୍ଜନଲାଗି କିଛି କାମରେ ଆସିବ। ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ୫ ମାସରୁ ଅଧିକ କାଳ ହେଲା ଡିଟେନସନ ସେଣ୍ଟରରେ ବନ୍ଦୀଥିଲେ। ନା ସେଠାରେ ଠିକରେ ମିଳୁଥିଲା ଖାଇବାକୁ ନା ବିଶ୍ରାମର ସୁବିଧା। ଏମାନଙ୍କ ମଧ୍ୟରୁ ଅନେକ ନିଜ ଅଭିଭାବକଙ୍କ ଜୀବନ ଜାକର ସଞ୍ଚୟ ଆମେରିକା ସ୍ୱପ୍ନରେ ମାଟି କରିଆସିଥିବା ବେଳେ ଆଉ କେତେକ ଆମେରିକା ଯିବା ଲାଗି ନିଜର କଷ୍ଟାର୍ଜିତ ସଞ୍ଚୟ ହରାଇଛନ୍ତି। ତେବେ ଆମେରିକାରୁ ଏଭଳି ଅପମାନିତ ହୋଇ ଫେରିଥିବା ଅଧିକାଂଶ ପଞ୍ଜାବ ଓ ହରିୟାଣାର ବୋଲି ଜଣାପଡିଛି। ସେମାନଙ୍କ ଆମେରିକା ସ୍ୱପ୍ନ ସେମାନଙ୍କୁ ମାଟି କରିଦେଇଥିବା ଏବେ ଅନୁଭବ କରିଛନ୍ତି। ତେବେ ସ୍ୱଦେଶ ଫେରିଆସିଥିବାରୁ ଏଠାରେ କିଛି କରିବେ ବୋଲି ଅନେକ ଆଶାୟୀ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.