ପାଶ୍ଚତ୍ୟ ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ବ୍ରେନର ଆକାର ଛୋଟ

Published By : Prameya-News7 Bureau | October 29, 2019 IST

ପାଶ୍ଚତ୍ୟ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ବ୍ରେନ୍ ର ଆକାର ଛୋଟ । ହାଇଦ୍ରାବାଦ ସ୍ଥିତ International Institute of Information Technology ରେ ପ୍ରଥମଥର ଭାରତୀୟଙ୍କ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଛି । ଏହି ଗବେଷଣା ଅନୁଯାୟୀ, ପାଶ୍ଟାତ୍ୟ ଏବଂ ଅନ୍ୟ କିଛି ପୂର୍ବ ଦେଶର ଲୋକଙ୍କ ବ୍ରେନ୍ ତୁଳନାରେ ଭାରତୀୟ ବ୍ରେନ୍ ଉଚ୍ଚତା, ଗୋଲେଇ ଏବଂ ଆକାରରେ ଛୋଟ ।

{"id":176717,"width":576,"height":383}

ଆଲଜେମର୍ ଭଳି ଲକ୍ଷଣକୁ ଶୀଘ୍ର ଚିହ୍ନଟ କରିବାରେ ବ୍ରେନ୍ ଆଟଲାସ୍ ସହାୟକ ହେବ । ନ୍ୟୁରୋଲୋଜି ଇଣ୍ଡିଆ ମାଗାଜିନ୍ ରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଭାରତୀୟ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରିବା ଲାଗି ମଣ୍ଟ୍ରିଲ୍ ନ୍ୟୁରୋଲୋଜିକାଲ୍ ଆଟଲାସ୍ କୁ ଆଧାର ଭାବରେ ନିଆଯାଇଛି । ତେବେ ଗବେଷଣଙ୍କ କହିବା କଥା, କକେସୀୟଙ୍କ ବ୍ରେନ୍ କୁ ଆଧାର ଭାବରେ ନେଇ ଭାରତୀୟଙ୍କ ମସ୍ତିସ୍କ ସଂପର୍କିତ ରୋଗର ଗବେଷଣା ବେଶି ସୁଫଳ ଦେବନାହିଁ ।

{"id":176718}

Centre for Visual Information Technologyର ବୈଜ୍ଞାନିକ ଜୟନ୍ତୀ ଶିବସ୍ବାମୀ କହିଛନ୍ତି ମଣ୍ଟ୍ରିଲ୍ ନ୍ୟୁରୋଲୋଜିକାଲ୍ କୁ ଆଧାର ଭାବରେ ନେବା ବେଳେ ଭାରତୀୟ ବ୍ରେନ୍ ର ଆକାର ଛୋଟ ବୋଲି ଜଣା ପଡିଛି । ଏବେ ସୁଦ୍ଧା ଯେତେ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଚି ତାହା ଭିତରେ ଚୀନ ଏବଂ କୋରିଆ ବ୍ରେନ୍ ଟେମ୍ପଲେଟ୍ ମଧ୍ୟ ରହିଛି । ଏଦିଗରେ ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଚେଷ୍ଟା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.