Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପାକିସ୍ତାନୀ ପ୍ରେମିକା ପାଇଁ ଆଇଏସଆଇ ଏଜେଣ୍ଟ ପାଲଟିଲେ ଭାରତୀୟ ଯୁବକ, ହ୍ୱାଟସଆପ୍‌ରେ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

30/06/2020 at 3:38 PM

ନୂଆଦିଲ୍ଲୀ, ୩୦|୦୬:  ଚଳିତ ବର୍ଷ ଜାନୁଆରରେ ଏଟିଏସ ଦ୍ୱାରା ଉତ୍ତର ପ୍ରଦେଶର ଚୈନ୍ଦଲୀ ଜିଲ୍ଲାରୁ ଗିରଫ ହୋଇଥିବା ରଶିଦ୍ ଖାନ୍ ନିଜ ପ୍ରେମିକାକୁ ପାଇବା ପାଇଁ ଆଇଏସଆଇ ଏଜେଣ୍ଟ ହୋଇଥିଲା । ରଶିଦ ପାକିସ୍ତାନରେ ରହୁଥିବା ନିଜ ମାମୁ ଝିଅ ଭଉଣୀକୁ ଭଲ ପାଉଥିଲା । ଘର ଲୋକେ ଏହି ସମ୍ପର୍କକୁ ନେଇ ରାଜି ନଥିଲେ । ଏନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜାଣିବା ପରେ ରଶିଦକୁ ତାହାର ପ୍ରେମିକା ସହ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଭାରତର ଗୋପନୀୟ ସୂଚନା ଦେବା ପାଇଁ ସର୍ତ୍ତ ରଖିଥିଲେ ।

ସୂଚନାନୁସାରେ, ରଶିଦ ୨୦୧୭ ଓ ୨୦୧୮ରେ ପାକିସ୍ତାନ ଯାଇ ନିଜ ପ୍ରେମିକାକୁ ସାକ୍ଷାତ ମଧ୍ୟ କରିଛି । ସେଠାରେ ସେ କରାଚୀରେ ରହିଥିଲା । ସେଠାରେ ରଶିଦଙ୍କ ମାମୁ ନଜୀର୍ ମଧ୍ୟ ଉପସ୍ଥିତ ଥିଲେ । ତେବେ ମାମୁ ମଧ୍ୟ ଏହି ସମ୍ପର୍କରେ ରାଜି ନଥିଲେ । କିନ୍ତୁ ରଶିଦର ଜଣେ ମାଉସୀ ପୁଅ ଭାଇ ଶାହଜେବ ଆଇଏସଆଇ ଅଫିସରେ ଭାବେ ମାମୁଁଙ୍କୁ କୌଣସି ପ୍ରକାରେ ବୁଝାଇବାରେ ସଫଳ ହୋଇଥିଲା ।

ଶାହଜେବ୍ ଏହି ଖବର ଆଇଏସଆଇର ଉପରିସ୍ଥ ଅଫିସରଙ୍କୁ କହିବା ପରେ ଅଫିସର୍ ମାନ ରଶିଦକୁ ପ୍ରେମିକା ସହ ବିବାହ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାବଦଳରେ ରଶିଦକୁ ଭାରତର ସମ୍ବେଦନଶୀଳ ଫଟୋ, ନକ୍ସା, ସେନା ମୁଭମେଣ୍ଚ ଆଦି ତଥ୍ୟା ମାଗିଥିଲେ । ଏପରିକି ଅର୍ଥ ଲୋଭ ମଧ୍ୟ ଦେଖାଇଥିଲେ । ଏହାପରେ ରଶିଦ ଭାରତ ଆସି ଆଇଏସଆଇ ଏଜେଣ୍ଟ ଭାବେ କାମ କରିଥିଲେ । ସେ ମୋବାଇଲରେ ପାକିସ୍ତାନକୁ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

ଏବେ ଏନଆଇଏ ରଶିଦର ବିଭିନ୍ନ ସମ୍ପର୍କୀୟଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଛି । ରଶିଦକୁ ପେଟିଏମ ଯୋଗେ  ପାକିସ୍ତାନରୁ ଟଙ୍କା ମିଳୁଥିଲା । ଏପରିକି ରଶିଦର ପିତା, ମାତା ଓ ଦାଦାଙ୍କୁ ମଧ୍ୟ ଏନଆଇଏ ଜେରା କରିଛି । ପରିବାରର ୧୫ଜଣ ସଦସ୍ୟଙ୍କୁ ଏନଆଇଏ ୧୬ ଘଣ୍ଟା ଧରି ଜେରା କରିଥିଲା । ସୂଚନାଯୋଗ୍ୟ, ଏଟିଏସ ୨୦୨୦ ଜାନୁଆରୀ ୧୯ରେ ରଶିଦକୁ ଗିରଫ କରିଥିଲା ।

   Related Posts