ଅଲିମ୍ପିକ୍‌ ପୂର୍ବରୁ ପୋଲାଣ୍ଡରେ କମାଲ କଲେ ରେସଲର୍‌ ବିନେଶ ଫୋଗାଟ, ଜିଣିଲେ ସ୍ବର୍ଣ୍ଣ ପଦକ

Published By : Prameya-News7 Bureau | June 11, 2021 IST

ଓ୍ବାରଶ/ନୂଆଦିଲ୍ଲୀ ୧୧/୬: ଭାରତର ଷ୍ଟାର ରେସଲର ବିନେଶ ଫୋଗାଟ ଶୁକ୍ରବାର ପୋଲାଣ୍ଡ ଓପନରେ ୫୩ କିଗ୍ରାରେ ସ୍ବର୍ଣ୍ଣ ପଦକ ଜିଣି ସାବ୍ୟସ୍ତ କରିଛନ୍ତି ଟୋକିଓ ଅଲିମ୍ପିକ୍‌ ପାଇଁ ତାଙ୍କର ଅଭ୍ୟାସ ଦମଦାର ରହିଛି ।

ବିନେଶ ଫୋଗାଟ୍ ଶୁକ୍ରବାର ପୋଲାଣ୍ଡ ଓପନରେ ୫୩ କିଗ୍ରା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଫାଇନାଲରେ ୟୁକ୍ରେନର ଖ୍ରୀଷ୍ଟିନା ବେରେଜାଙ୍କୁ ୮-୦ରେ ହରାଇ ବିଜୟ ହାସଲ କରିଛନ୍ତି। ୨୬ ବର୍ଷୀୟା ବିନେଶଙ୍କର ଚଳିତ ସିଜନରେ ଏହା ତୃତୀୟ ଟାଇଟଲ। ସେ ମାର୍ଚ୍ଚରେ ମାଟିୟୋ ପେଲିକୋନ୍ ଓ ଏପ୍ରିଲରେ ଏସିଆ ଚାମ୍ପିୟନସିପ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ବିନେଶଙ୍କ ଲଗାତାର ଭଲ ପ୍ରଦର୍ଶନରୁ ଜଣାପଡ଼ୁଛି ଯେ ସେ ଅଲମ୍ପିକ୍ ପାଇଁ ଫିଟ୍ ଅଛନ୍ତି। ବିନେଶ ଅଧିକାଂଶ ସ୍କୋର ଡବଲ ଲେଗ୍ ଆଟାକ କରି ବନାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.