ନୂଆଦିଲ୍ଲୀ, ୧୫|୦୪: ୧୯୮୪ରେ ପ୍ରଥମ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ସେବେଠାରୁ ୧୯୯୫ ଯାଏଁ ହୋଇଥିବା ୫ଟି ଟୁର୍ଣ୍ଣାମେଣ୍ଟରେ ଭାରତ ୪ ଥର ହିଁ ଚାମ୍ପିଅନ ହୋଇଥିଲା । ୧୯୯୫, ଏପ୍ରିଲ ୧୪ରେ ଭାରତ ଚତୁର୍ଥ ଥର ପାଇଁ ଏସିଆ କପ୍ ନିଜ ନାମରେ କରିଥିଲା ।
{"id":254444,"width":749,"height":392,"sizeSlug":"large"}ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳ ଅନ୍ୟ ଟିମ୍ ସହ ମ୍ୟାଚ ଖେଳିଥିଲେ । ଭାରତ, ଶ୍ରୀଲଙ୍କା ଓ ପାକିସ୍ତାନ ୨ ଥର ଲିଗ୍ ପର୍ଯ୍ୟାୟରେ ବିଜୟୀ ହୋଇଥିଲେ । ରନରେଟ୍ ପାଇଁ ଭାରତ ପ୍ରଥମ ଓ ଶ୍ରୀଲଙ୍କ ଦ୍ୱିତୀୟ ସ୍ଥାନରେ ଥିଲା । ତେଣୁ ପାକିସ୍ତାନ ଓ ବାଂଲାଦେଶ ବିଦା ହୋଇଥିଲେ ।
ଫାଇନାଲରେ ଭାରତର ଅଧିନାୟକ ମହମ୍ମଦ ଆଜହାରୁଦ୍ଦୀନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରିଥିଲା । ଶ୍ରୀଲଙ୍କା ଦଳରେ ଜୟସୂରିୟା, ଗୁରୁସିହ୍ନା, ଅର୍ଜୁନ ରଣତୁଙ୍ଗାଙ୍କ ଭଳି ବ୍ୟାଟସମ୍ୟାନ ଥିଲେ । ଦଳ ନିର୍ଧାରିତ ୫୦ ଓଭରରେ ୨୩୦ ରନ କରିପାରିଥିଲା । ତେବେ ଭାରତର ଓପନିଂ ପାଇଁ ଓହ୍ଲାଇଥିଲେ ୨୨ ବର୍ଷୀୟ ସଚିନ ତେନ୍ଦୁଲକର । ସେ ମନୋଜ ପ୍ରଭାକରଙ୍କ ସହ କ୍ରିଜକୁ ଆସିଥିଲେ । ସେହି ସମୟରେ ନବଜ୍ୟୋତ ସିଦ୍ଧୁ ମଧ୍ୟ ଖେଳୁଥିଲେ । ସେ ୪୧ ରନ କରି ଆଉଟ ହୋଇଥିଲେ । ସଚିନ ମଧ୍ୟ ୫୮ ରନ କରି ପ୍ୟାଭିଲିୟନ ଫେରିଥିଲେ । କ୍ରିଜରେ ଏବେ ସିଦ୍ଧୁ ଓ ଆଜହାରୁଦ୍ଦୀନ ପାଳି ସମ୍ଭାଳିଥିଲେ ।ଦଳକୁ ୧୭୩ ରନର ଆବଶ୍ୟକତା ଥିଲା । ଉଭୟେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଆଜହାର ୮୯ ବଲରୁ ୯୦ ରନ କରିଥିବା ବେଳେ ସିଦ୍ଧୁ ୧୦୬ ବଲରୁ ୮୪ ରନ କରିଥିଲେ ।
{"id":254445,"width":745,"height":389,"sizeSlug":"large"}ଏହି ଟୁର୍ଣ୍ଣାମେଣ୍ଟରେ ସିଦ୍ଧୁ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ସଚିନ ସର୍ବାଧିକ ରନ କରିଥିବା ବେଳେ ବୋଲର ଅନିଲ କୁମ୍ୱଲେ ୭ଟି ଓ୍ୱିକେଟ୍ ନେଇଥିଲେ ।