ଏସୀୟ କ୍ରୀଡା : ସ୍ବର୍ଣ୍ଣ ଲକ୍ଷ୍ୟରେ ଭାରତୀୟ ମହିଳା ହକି ଟିମ୍
30/08/2018 at 9:58 PM

ଜାକର୍ତ୍ତା ୩୧|୮: ସ୍ବର୍ଣ୍ଣ ପାଇଁ ଆଜି ଖେଳିବ ଭାରତୀୟ ମହିଳା ହକି ଟିମ୍ । ଏସୀୟ କ୍ରୀଡା ମହିଳା ହକି ଫାଇନାଲରେ ଭାରତୀୟ ଦଳ ଆଜି ଜାପାନକୁ ଭେଟିବ। ଏହି ମ୍ୟାଚ୍ ରେ ଜାପାନକୁ ପରାସ୍ତ କରି ଭାରତୀୟ ମହିଳା ଦଳ ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ସମ୍ମାନଜନକ ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛି । ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ଅପରାଜୟ ରହିଛି। ଫାଇନାଲ୍ ଯିବାପାଇଁ ଭାରତ ଇଣ୍ଡୋନେସିଆକୁ ୮-୦, କାଜାଖସ୍ତାନକୁ ୨୧-୦, ଉତ୍ତର କୋରିଆକୁ ୪-୧ ଏବଂ ଥାଇଲାଣ୍ଡକୁ ୫-୦ରେ ହରାଇଛନ୍ତି। ସେହିଭଳି ସେମିଫାଇନାଲରେ ଚାଇନିଜ୍ ତାଇପେକୁ ୧-୦ ଗୋଲ୍ ରେ ହରାଇ ଫାଇନାଲରେ ପ୍ରବେଶ କରିଛି।ତେବେ ସଂନ୍ଧ୍ୟା ୬ ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ ।
Related Posts
ଯୌତୁକରେ ମିଳିଥିଲା ୧୧ ଲକ୍ଷ: ସବୁ ଟଙ୍କା ଫେରାଇ ୧୦୧ ଟଙ୍କା ରଖିଲେ ଶ୍ୱଶୁର
24 February 2021