ମହିଳା ଟି-20 ବିଶ୍ବକପ୍‌ : ଅଷ୍ଟ୍ରେଲିଆକୁ ୧୩୩ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | February 21, 2020 IST

ସିଡ୍‌ନି ୨୧।୦୨: ଆଜିଠାରୁ ଆରମ୍ଭ ହୋଇଛି ମହିଳା ଟି-ଟ୍ବେଣ୍ଟିଂ କ୍ରିକେଟ୍ ବିଶ୍ବକପ୍ । ସିଡ୍‌ନିରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି  ନେଇଥିଲା । ସେହିଅନୁସାରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଭାରତ ପକ୍ଷରୁ ସୀମିତ ୨୦ଓଭରରେ ୪ଓ୍ବେକଟ୍‌ ହରାଇ ୧୩୨ରନ କରିଛି । ଅଷ୍ଟ୍ରେଲିଆକୁ ୧୩୩ରନ୍‌ର ଟାର୍ଗେଟ ଦେଇଛି ଟିମ୍‌ ଇଣ୍ଡିଆ ।

{"id":227149,"sizeSlug":"large"}

ତେବେ ଟସ୍‌ ହାରି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଭାରତ ପକ୍ଷରୁ ଶେଫାଳି ବର୍ମା ଓ ସ୍ମୃତି ମନ୍ଧନା ଓପନିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଦଳୀୟ ସ୍କୋର ୪୧ରନ୍‌ ହୋଇଥିବା ସ୍ମୃତି ମାନ୍ଧନା ୧୦ ରନ୍‌ ଆଉଟ ହୋଇଯାଇଥିଲେ । ପରେ ପରେ ଦଳୀୟ ସ୍କୋର ୪୩ରନ୍‌ ହୋଇଥିବା ବେଳେ ୨ୟ ଓପନର ଶେଫାଳି ବର୍ମା ମଧ୍ୟ ୨୯ରନ୍‌ କରି ପାଭିଲିୟନ ଫେରିଯାଇଥିଲେ ।

{"id":227150,"sizeSlug":"large"}

 ସେହିଭଳି ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଦିପ୍ତୀ ଶର୍ମା ସର୍ବାଧିକ ୪୯ରନ୍‌ କରି ଅପରାଜିତ ରହିଛନ୍ତି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ଜୋଇ ଜୋନାସନ ସର୍ବାଧିକ ୨ଟି ଓ୍ବିକେଟ ନେଇଥିବା ବେଳେ କେରି ଓ କେମିନ୍‌ସି ୧-୧ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।  

{"id":227151,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.