ଅଲିମ୍ପିକରେ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ଦେଖି ମନେ ପଡିଲା ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ ; ଅନସ୍କ୍ରିନ୍ କବୀର ଖାନଙ୍କ ସହ କୋଚ୍ ସୋର୍ଡେ ମାର୍ଜେନଙ୍କୁ କ​‌ଲେ ତୁଳନା

Published By : Prameya-News7 Bureau | August 02, 2021 IST

ଟୋକିଓ ୦୨/୦୮ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛି । ତିନିଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରିଛି । ମହିଳା ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକର ସେମି ଫାଇନାଲରେ ପ୍ରବେଶ କରିଛି। ଆଉ ଏହା ସହ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ । 

ଏହି ମ୍ୟାଚରେ ଗୁରୁଜିତ କୌର ଭାରତ ପାଇଁ ଏକ ଚମତ୍କାର ଗୋଲ ସ୍କୋର କରିଥିଲେ । ଅଲିମ୍ପିକ ରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍ । ଟୁଇଟରରେ ପ୍ରଶଂସକମାନେ ଟିମ୍ ଇଣ୍ଡିଆର କୋଚ୍ ସୋର୍ଡେ ମାର୍ଜେନଙ୍କୁ ଚମତ୍କାର ବିଜୟ ପାଇଁ ଶ୍ରେୟ ଦେଉଛନ୍ତି ।

wp:embed {"url":"https://twitter.com/RajiniNesan/status/1422054718835068930","type":"rich","providerNameSlug":"twitter","responsive":true}
https://twitter.com/RajiniNesan/status/1422054718835068930
/wp:embed

କ୍ରୀଡାପ୍ରେମୀ ତାଙ୍କୁ 'ଚକ୍ ଦେ ଇଣ୍ଡିଆ' ଚଳଚ୍ଚିତ୍ରରେ ମହିଳା ହକି ଦଳର କୋଚ୍ ଥିବା କବୀର ଖାନଙ୍କ ସହ ତୁଳନା କରିଛନ୍ତି । କାହିଁକି ନାଁ କବୀର ଖାନଙ୍କ ଚରିତ୍ରରେ ଶାହାରୁଖ ଖାନ ଅଭିନୟ କରିଥିଲେ । ପ୍ରାୟ ୧୦ ବର୍ଷ ଧରି ଫିଲ୍ଡରେ ହକି ଖେଳିଥିବା ସୋର୍ଡ ମାର୍ଜେନ ୨୦୧୭ ମସିହାରେ ଭାରତୀୟ ମହିଳା ହକି ଦଳା କୋଚ୍ ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ଭାରତୀୟ ପୁରୁଷ ହକି ଦଳକୁ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି । ଭାରତୀୟ ମହିଳା ହକି ଦଳ ଏହା ପୂର୍ବରୁ କୌଣସି ଅଲିମ୍ପିକ୍ ସେମି ଫାଇନାଲରେ ପ୍ରବେଶ କରିନଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ମହିଳା ଦଳ ଗୋଟିଏ ମ୍ୟାଚ୍ ଜିତିପାରିନଥିଲା, କିନ୍ତୁ ସୋର୍ଡ ମାର୍ଜେନଙ୍କ ଆସିବା ପର ଠାରୁ ଟିମକୁ ନୂଆ ଦିଶା ଦେଖାଇଛନ୍ତି ।

wp:embed {"url":"https://twitter.com/Harsh38752294/status/1422063910786506753","type":"rich","providerNameSlug":"twitter","responsive":true}
https://twitter.com/Harsh38752294/status/1422063910786506753
/wp:embed

ଏ ନେଇ ଟ୍ୱିଟରରେ ପ୍ରଶଂସକମାନେ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହା ସହ ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା ଯେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିବା ପରେ ସେ ବହୁତ ଖୁସି ଅଛନ୍ତି  ବୋଲି ଦେଖିବାକୁ ମିଲିଛି । ହର୍ଷ ନାମକ ଜଣେ ଟ୍ୱିଟର ୟୁଜର୍ସ ବିଜୟ ପରେ ଟିଭି ପରଦାରେ ଏକ ଭିଡିଓ ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି, କି କୋଚ୍ " ସୋର୍ଡ ମାର୍ଜେନ ଆପଣ ଜଣେ ପ୍ରକୃତ ଭାରତୀୟ ହିରୋ, ଦେଶର ୧୨୫ କୋଟି ଲୋକ ବର୍ତ୍ତମାନ ଆପଣଙ୍କ ପାଇଁ ଏହି ଗୀତ ଗାଉଛନ୍ତି।

wp:embed {"url":"https://twitter.com/ethicalsid/status/1422059060241723394","type":"rich","providerNameSlug":"twitter","responsive":true}
https://twitter.com/ethicalsid/status/1422059060241723394
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.