Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଟୋକିଓ ଅଲିମ୍ପିକ୍ସ ୨୦୨୦ : ଆୟାର୍ଲାଣ୍ଡକୁ ୧-୦ରେ ମାତ୍ ଦେଲା ଭାରତୀୟ ମହିଳା ହକି ଟିମ୍

30/07/2021 at 12:00 PM

ଟୋକିଓ, ୩୦/୦୭ : ଭାରତୀୟ ମହିଳା ହକି ଟିମ୍ ଆୟାର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି । ଏହାସହ ଏବେବି କ୍ୱାର୍ଟର ଫାଇନାଲରେ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି ଦଳ । ଦଳ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା । ତେବେ ଚତୁର୍ଥ ମୁକାବିଲାରେ ଦଳ ଶେଷ ମିନିଟରେ ଗୋଲ କରି ବିଜୟୀ ହୋଇଛି ।

ଭାରତ ପକ୍ଷରୁ ଶେଷ ମିନିଟରେ ନବନୀତ କୌର ଗୋଲ ସ୍କୋର କରିଥିଲେ । ୫୭ ମିନିଟରେ ସେ ପ୍ରତିପକ୍ଷଙ୍କୁ ଗୋଲ୍ ଦେଇଥିଲେ । ଏହାପୂର୍ବରୁ ଭାରତକୁ ମିଳିଥିବା ୧୪ଟି ପେନାଲ୍ଟି କର୍ଣ୍ଣର ବେକାର ଯାଇଥିଲା ।

ଏହାପୂର୍ବରୁ ଭାରତ ତିନୋଟି ମୁକାବିଲାରେ, ବିଶ୍ୱର ଏକ ନମ୍ବର ଦଳ ନେଦରଲାଣ୍ଡରୁ ୫-୧ରେ, ଜର୍ମାନୀଠାରୁ ୨-୦ରେ ଓ ବ୍ରିଟେନଠୁ ୪-୧ରେ ପରାସ୍ତ ହୋଇଥିଲା ।

ଭାରତକୁ କ୍ୱାର୍ଟର ଫାଇନାଲରେ ପ୍ରବେଶ ପାଇଁ ହେଲେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ଗୋଲରେ ମ୍ୟାଚ୍ ଜିତିବାକୁ ହେବ । ଏହାସହ ବ୍ରିଟେନ ଆୟାରଲାଣ୍ଡଠୁ ପରାସ୍ତ ହେଲେ ଭାରତ କ୍ୱାର୍ଟରରେ ପହଁଚିପାରିବ ।

   Related Posts